ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡକ୍ଟର ଅଜିତ ବେହେରା ପାଇଲେ ସରସ୍ଵତୀ ସମ୍ମାନ

ନର୍ଲା (ମସିହା )ଓଡ଼ିଶାର ଅଗ୍ରଣୀ ଶିକ୍ଷା ସଂସ୍କୃତି ସଂଗଠନ ହେଲକୋ କଳାହାଣ୍ଡି ତରଫରୁ ଖଲିଆପାଲିରେ ଆୟୋଜିତ ଉତ୍ସବରେ ଡକ୍ଟର ଅଜିତ କୁମାର ବେହେରାଙ୍କୁ ଭାଷା, ସାହିତ୍ୟ ଓ ସଂସ୍କତିରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷର ସମ୍ମାନଜନକ ସରସ୍ଵତୀ ସମ୍ମାନ ପ୍ରଦାନ କରାଯାଇଛି। ଡକ୍ଟର ବେହେରା ନିକଟରେ ମହାମହିମ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ମର୍ଯ୍ୟାଦାଜନକ ଡି. ଲିଟ୍ ଡ଼ିଗ୍ରୀ ହାସଲ କରିଛନ୍ତି। ସେ ସମ୍ପ୍ରତି କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟରତ। ହେଲକୋର ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ନୀଳ ଲୋହିତ ସିଂହଦେଓ ଯୋଗଦାନ କରିଥିବାବେଳେ ସମାଜସେବୀ ସରୋଜ ସାହୁ ମଞ୍ଚ ପରିଚାଳନା କରିଥିଲେ।

ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ୯ ଜଣ

Sunil Chandra Nayak

ଗୋରୁ ଧକ୍କା ଦେଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଲେ, ଘଟଣା ସ୍ଥଳରେ ଗୋରୁ ମୃତ

masiha

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!