ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଜମିଜମା କିଣାବିକା ପାଇଁ ବଦଳିଲା ନିୟମ , ଜମି ରେଜିଷ୍ଟ୍ରେସନ ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ.

ଜମି କିଣାବିକା ପାଇଁ ବଦଳିଲା ନିୟମ । ଜମିଜମା ଇ-ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ ବ୍ୟବସ୍ଥାରେ ବଡ଼ ପରିବର୍ତନ କରାଯାଇଛି । ଭିଡ଼ ସମସ୍ୟା ଦୂର କରିବା ପାଇଁ ଏଣିକି ଅନ୍ ଲାଇନ୍ ସ୍ଲଟ୍ ବୁକିଂ କରିବାକୁ ହେବ । ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜିକରଣ କରାଯିବ । ଆଇଜିଆଇ ବା ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଏହା ଦ୍ୱାରା ଜମି କିଣାବିକା ବା ଯେକୌଣସି ସେଲ୍ ଡିଡ୍ କିମ୍ବା ପଞ୍ଜୀକରଣ ପାଇଁ ସବ୍ରେଜିଷ୍ଟ୍ରସନ୍ ଅଫିସରରେ ଭିଡ ହେବ ନାହିଁ ।

ଅନଲାଇନରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ । ବିଶେଷ କ୍ଷେତ୍ରରେ ଅନଲାଇନ୍ ପଞ୍ଜୀକରଣ କରାଇ ତକ୍ରାଳ ସୁବିଧା ବା ସ୍ଲଟ ଦିଆଯିବାର ବ୍ୟବସ୍ଥା ରହିବ ।

ଅନ୍ୟପଟେ ଜଣେ ବ୍ୟକ୍ତି ବିଶ୍ବର ‌ଯେକୌଣସି ସ୍ଥାନରେ ଥିଲେ ବି ତାର ଜମିଜମା କିଣାବିକା ପଞ୍ଜୀକରଣ ପାଇଁ ଅନ୍‌ଲ‌ାଇନ୍‌ରେ ଆବେଦନ କରିପାରିବେ। ନାମ ପଞ୍ଜୀକରଣ କରି ସ୍ଲଟ ନେଇପାରି‌ବେ। ମିଳିଥିବା ସ୍ଲଟ୍ ଅନୁଯାୟୀ ସେହି ନିର୍ଦ୍ଧିଷ୍ଟ ଦିନ ବା ସମୟରେ ସବ ରେଜିଷ୍ଟ୍ରାର ଅଫିସ ଆସି ସେମାନଙ୍କ ପଞ୍ଜୀକରଣ କରାଇପାରିବେ। ଅନ୍‌ଲାଇନ୍‌ ବ୍ୟବସ୍ଥାରେ ‌ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ପାଇବେ। ଫଳରେ ଜାଲିଆତି କରି ଜମି କିଣାବିକା ଉପରେ ମଧ୍ୟ ଏହାଦ୍ବାରା ଅଙ୍କୁଶ ଲାଗି ପାରିବ। ଜନସାଧାରଣଙ୍କୁ ନିର୍ବିଘ୍ନରେ ଜମି କିଣାବିକା ସେବା ପ୍ରଦାନ କରିବା ଓ ପଞ୍ଜୀକରଣ ବ୍ୟବସ୍ଥାରେ ସ୍ବଚ୍ଛତା ରକ୍ଷା କରିବାକୁ ଏଭଳି ଏକ ପ୍ରୟାସ କରାଯାଇଛି। ଏବେ ‌ରାଜ୍ୟର ୨୦୫ଟି ରେଜିଷ୍ଟ୍ରେସନ୍‌ କେନ୍ଦ୍ରରେ ଅନଲାଇନ୍‌ ସ୍ଲଟ ବୁକିଂ କରାଯାଉଛି। ଏହାକୁ ନେଇ ବିଧିବଦ୍ଧ ଗେଜେଟ୍ ମଧ୍ୟ ପ୍ରକାଶ କରାଯାଇଛି। ଗତ ମେ ୨୩ ତାରିଖ ଦିନ ଏ ନେଇ ଓଡ଼ିଶା ଗେଜେଟ୍‌ରେ ଏ ସଂପର୍କିତ ନିୟମ ଓ ସୂଚନା ଜାରି କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଜେଟ ଘୋଷଣା ପରେ ମହଙ୍ଗା ମାଡ , ପୁଣି କ୍ଷୀର ଦାମ୍‌ ବଢ଼ାଇଲା ଅମୂଲ

Sunil Chandra Nayak

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବ ପାରିତ , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା

Sunil Chandra Nayak

ଅନଲାଇନ୍ ମେଡିସିନ ବିକ୍ରି ଔଷଧ ବିକ୍ରି ବନ୍ଦ ହୋଇପାରେ, ସ୍ୱାସ୍ଥ୍ୟମନ୍ତ୍ରଣାଳୟର କଡା ନଜର

Sunil Chandra Nayak

Leave a Comment

error: Content is protected !!