ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

୨୨୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଉଚ୍ଚଶିକ୍ଷା ବିଭାଗ

୨୨୩ କଲେଜ ପ୍ରିନ୍ପାଲଙ୍କ ଦରମା ବନ୍ଦ । ୨୨୩ କଲେଜ ପ୍ରିନ୍ସପାଲଙ୍କ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ । କର୍ତ୍ତବ୍ୟରେ ଅବହେଳା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ରହିଛି । ମୁଖ୍ୟ କିରାଣି/କିରାଣିଙ୍କ ଦରମା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି ।ଏନେଇ ଉଚ୍ଚଶିକ୍ଷା ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ବାରମ୍ବାର ଜଣାଇବା ସତ୍ତ୍ବେ ୨୨୩ ମହାବିଦ୍ୟାଳୟ ଆବଶ୍ୟକ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦେଶକଙ୍କ ଚିଠିର ଉତ୍ତର ଦେଉନଥିବାରୁ ଏହି ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣୀ ଓ କିରାଣୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି । ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ ହେଉଛି ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା ଏବଂ ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦେଶ ପାଳନ‌ର ବିଫଳତା ବୋଲି କୁହାଯାଇଛି ।ଏପରି ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

Sunil Chandra Nayak

ଆଜି ଓଡିଶାରେ ଚାଲିଛି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍, ହାୱଡାରୁ ଭୁବନେଶ୍ୱର ଅଭିମୁଖେ ବାହାରିଲା ଟ୍ରେନ୍

Sunil Chandra Nayak

ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ , କଳ୍ପନା‌ କରନ୍ ଙ୍କୁ ତୁଳସୀରତ୍ନ ସମ୍ମାନ

Sunil Chandra Nayak

Leave a Comment

error: Content is protected !!