ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିନରେ ପରିବା ବାଲି ରାତିରେ ନକଲି ପୋଲିସ ;ଚାନ୍ଦା ଆଦାୟ ମାମଲାରେ କୋର୍ଟ ଚାଲାଣ

ମୟୂରଭଞ୍ଜ -୩୦/୫ (ମସିହା) ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁରୁଵାଦଡା ଗ୍ରାମରେ ଜନୈକା ମହିଳା ପୋଲିସ ପୋଷାକ ପିନ୍ଧି ସେହି ଗ୍ରାମର କାଳୀପଦ ମହାନ୍ତଙ୍କ ଘରକୁ ଯାଇ ପୋଲିସର ଭୟ ଦେଖାଇ ୨୦,୦୦୦ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ଆଜି କୋର୍ଟ ଚାଲାଣ ହୋଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଡି ଗ୍ରାମର ପ୍ରଭାତି ମହାନ୍ତ (୨୮) ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକରେ ପରିବା ଦୋକାନ ଚଳାନ୍ତି । କିନ୍ତୁ ତାହା ସହିତ ବିଭିନ୍ନ ଅନୈତିକ ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ପୂର୍ବରୁ ତାଙ୍କ ନାମରେ ଅଭିଯୋଗ ଅଛି । ସୋମବାର ଦିନ ସଂନ୍ଧ୍ୟା ୭ ଟା ପାଖାପାଖି ସମୟରେ ପୋଲିସ ପୋଷାକରେ ଏକ ନାଲିଆ ସ୍କୁଟି (0D 11 W 5084)ରେ ନୂରୁଵାଦଡା ଗ୍ରାମର କାଳିପଦ ମହାନ୍ତଙ୍କ ଘରକୁ ଯାଇ ତାଙ୍କ ଘରେ ପଶି ଏକ ହତ୍ୟା ମାମଲାରେ ତାଙ୍କ ପୁଅର ସଂପୃକ୍ତି ନେଇ ୨୦,୦୦୦ ଟଙ୍କା ଚାନ୍ଦା ମାଗୁଥିଲେ ନହେଲେ ରାଇରଙ୍ଗପୁର ଟାଉନ ଥାନାକୁ ଚାଲ ବୋଲି ପରିବାର ବର୍ଗଙ୍କୁ ଧମକାଉଥିଲେ । ପାଟିତୁଣ୍ଡ ଶୁଣି ଗାଁ ଲୋକେ ସେଠାରେ ପହଁଚି ଥିଲେ ।ପ୍ରତିଭାର ଚାଲି ଚଳଣ,ଠାଣି ଏବଂ କଥାବାର୍ତ୍ତା ଦେଖି ଗ୍ରାମବାସୀ ସନ୍ଦେହ କରି ଥାନାକୁ ଜଣାଇଥିଲେ ।ପୋଲିସ ପହଞ୍ଚି ତଦନ୍ତ କରିବା ସହ ନକଲି ମହିଳା ପୋଲିସଙ୍କୁ ଧରି ଥାନାରେ ଅଟକ ରଖି ଏକ କେଶ ମାମଲା ୧୨୧/୨୩ ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲେ ।ପରେ ନକଲି ମହିଳା ପୋଲିସଙ୍କ ପାଖରୁ ସ୍କୁଟି,ମୋବାଇଲ, ପୋଲିସ ପୋଷାକ,ଜେଲର ଆର୍ମଡ ବେଚ, ବେଲଟ,ଜୋତା ଜବତ କରିଥିଲେ ।ପରେ ସଂନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଶୋଇ ବ୍ଳକ!ଭିଜିଲାନ୍ସ ଯନ୍ତାରେ ଦୁଇ କର୍ମଚାରୀ ଲକ୍ଷ୍ମଣ ବିଶ୍ବାଳ ଏବଂ ପ୍ରଦ୍ୟୁମ୍ନ ରଂଜନ ଭୂୟାଁ

masiha

ନର୍ଲା ଚାରିଛକ ଠାରେ ଥିବା ଶ୍ରୀୟା କମ୍ପ୍ୟୁଟର ଅନଲାଇନ୍ ମାଲିକଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ର ଚଢ଼ାଉ 

masiha

ଅଜଣା ଗାଡି ଧକ୍କାରେ ଜଣେ ମୃତ 

masiha

Leave a Comment

error: Content is protected !!