ଢେଙ୍କାନାଳ ତା. ୦୫.୦୬.୨୦୨୩ ରିଖ ( ମ ନି ସ) : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଢେଙ୍କାନାଳ ପୌରାଞ୍ଚଳରେ ଥିବା ଶତାୟୁ ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କ ତରଫରୁ ଡା. ଦେବୀ ପ୍ରସାଦ ମିଶ୍ର ବିଦ୍ୟାଳୟ ପାଇଁ ‘ପ୍ରକୃତି ମିତ୍ର – ୨୦୨୩ ‘ ସମ୍ମାନରେ ଜୁନ୍ ୫ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ହଲ ଠାରେ ପ୍ରଦୀପ କୁମାର ଅମାତ ,ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ,ଓଡିଶା ସରକାରଙ୍କ ହସ୍ତରୁ ପ୍ରମାଣପତ୍ର ସହ ୨୦ ହଜାର ଟଙ୍କାର ଅର୍ଥରାଶି ଚେକ୍ ମାଧ୍ୟମରେ ଗ୍ରହଣ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଭିଡ଼ିଓ କନଫରେନ୍ସ ଯୋଗେ ନିଜର ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।ପ୍ରଦୀପ କୁମାର ଅମାତ ,ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ ଓଡିଶା ସରକାର, ସେହି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସତ୍ୟବ୍ରତ ସାହୁ ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାର, ଦେବୀଦତ୍ତ ବିଶ୍ୱାଳ ,ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ ପ୍ରମୁଖ ଓ କେ.ମୁଖରୁଗେସନ୍ ପ୍ରମୂଖ ଯୋଗ ଦେଇଥିଲେ I ଖବର ପ୍ରଚାର ହେବା ପରେ ଆମ ଅଂଚଳରେ ଓ ବିଦ୍ୟାଳୟପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ଏହି ଅନୁଷ୍ଠାନର ଶିକ୍ଷୟିତ୍ରୀ, ଶିକ୍ଷକ,ପ୍ରାକ୍ତନ ଛାତ୍ରୀ ଛାତ୍ର ମାନେ ନିଷ୍ଠାପର ଭାବେ ମଣିଷ ତିଆରି କାରଖାନାର ଜଣେ ଜଣେ ଯନ୍ତ୍ରୀ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ, ବିଭିନ୍ନ ବ୍ୟାଚ୍ ର ପ୍ରାକ୍ତନ ଛାତ୍ରୀ ଛାତ୍ର,ପ୍ରାକ୍ତନ ଛାତ୍ର ତଥା ପରିବେଶ ପ୍ରେମୀ ଅକ୍ଷୟ କୁମାର ଜେନା,ଶିବସାଇ ମହାପାତ୍ର,ଶୁଭ୍ରାଂଶୁ ଶତପଥୀ ,ପ୍ରାକ୍ତନ ଅବସରପ୍ରାପ୍ତ ଓ ବର୍ତ୍ତମାନ କାର୍ଯ୍ୟରତ ବରିଷ୍ଠ ଅତିଥି ଶିକ୍ଷକ ସୁଭାଷ କୁମାର ନନ୍ଦ,ଶିକ୍ଷକ କିଶୋର ଚନ୍ଦ୍ର ସାମଲ ପରିବେଶ କ୍ଲବ୍, ୟୁଥ୍ ଓ ଇକୋ କ୍ଲବର ସମସ୍ତ ସଦସ୍ୟା,ସଦସ୍ୟ ଛାତ୍ରୀ ଛାତ୍ର , ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ,କର୍ମଚାରୀ ବୃନ୍ଦଙ୍କ ମିଳିତ ମାର୍ଗଦର୍ଶନ, ଅକ୍ଲାନ୍ତ ଉଦ୍ୟମରେ ବିଭିନ୍ନ ପ୍ରକାର ପୁରାତନ ଓ ନୂତନ ବୃକ୍ଷଲତା, ଜଙ୍ଗଲି ଗଛ,ଶାଗୁଆନ, ପିଆଶାଳ, ଦେବଦାରୁ, ପଣସ, ଆମ୍ବ, ଲେମ୍ବୁ,ପିଜୁଳି ଭଳି ଶତାଧିକ ପୁରାତନ ଓ ନୂତନ ବୃକ୍ଷଲତା ,ରନ୍ଧନଶାଳା ବଗିଚା, ଔଷଧୀୟ ଉଦ୍ୟାନ (ହର୍ବାଲ୍ ଗାର୍ଡେନ),ବାଜିରାଉତ ପାର୍କ, ପଞ୍ଚସଖା ମୁକ୍ତ ବନବିଦ୍ୟାଳୟ ଭଳି ଅନେକ ସୁନ୍ଦର ସବୁଜ ବୃକ୍ଷଲତାରେ ପରିପୂର୍ଣ୍ଣ ଅତ୍ୟନ୍ତ ମନୋରମ ପରିବେଶର ସଂରକ୍ଷଣ କରାଯାଇପାରିଛି । ଏତତ୍ ବ୍ୟତୀତ ବିଭିନ୍ନ ପରିବେଶଭିତ୍ତିକ କାର୍ଯ୍ୟକ୍ରମର ସଫଳ ଆୟୋଜନ ମାଧ୍ୟମରେ ମଧ୍ଯ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଇଛି। ଅନୁଷ୍ଠାନର ବରିଷ୍ଠ ଆଦର୍ଶ ଶିକ୍ଷକ ତଥା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ପ୍ରଧାନ ଶିକ୍ଷକଙ୍କ ତରଫରୁ ଡା. ଦେବୀ ପ୍ରସାଦ ମିଶ୍ର ବିଦ୍ୟାଳୟ ପାଇଁ ସର୍ବପ୍ରଥମ ‘ପ୍ରକୃତି ମିତ୍ର – ୨୦୨୩ ‘ସମ୍ମାନରେ ରାଜ୍ୟସ୍ତରୀୟ ଉତ୍ସବରେ ସମ୍ମାନିତ ହେବାର ବିରଳ ଗୌରବର ଅଧିକାରୀ ହୋଇପାରିଛନ୍ତି।
ଏହି ଅବସରରେ ମାନ୍ୟବର ଢେଙ୍କାନାଳ ଜିଲ୍ଲା ପରିଷଦର ଚେୟାରମ୍ୟାନ ଅର୍ଚ୍ଚନା ପୁହାଣ,ମାନ୍ୟବର ଢେଙ୍କାନାଳ-ଅନୁଗୋଳ ସାଂସଦ ମହେଶ ସାହୁ,ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ, ଶତାୟୁ,ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଉଭୟ ଅଶ୍ଵିନୀ କୁମାର ମିଶ୍ର,ଆଇ. ଏ. ଏସ୍. ଓ ଦୁର୍ଗା ପ୍ରସାଦ ମହାପାତ୍ର,ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ,ପରିବେଶବିତ୍ ପ୍ରଦ୍ୟୁମ୍ନ ରଥ, ପରିବେଶ ପ୍ରେମୀ ଅକ୍ଷୟ କୁମାର ଜେନା,ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି,ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସସ୍ମିତା ସାହୁ ,ଶତାୟୁ, ଅନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ଓ ହିନ୍ଦୋଳ ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଢେଙ୍କାନାଳ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟର ବନଖଣ୍ଡ ଅଧିକାରୀ ସୁମିତ୍ କୁମାର କର,ବିଭୁଦାନନ୍ଦ ମିଶ୍ର, ସୁବ୍ରତ କୁମାର ପାତ୍ର,ରାଜେନ୍ଦ୍ର ଦେବତା, ଦିଲ୍ଲୀପ କୁମାର ପାଣିଗ୍ରାହୀ ସୁବ୍ରତ କୁମାର ସାହୁ,ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ା, ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, ଶିବସାଇ ମହାପାତ୍ର,ଶୁଭ୍ରାଂଶୁ ଶତପଥୀ ,ପ୍ରାକ୍ତନ ଅବସରପ୍ରାପ୍ତ ଓ ବର୍ତ୍ତମାନ କାର୍ଯ୍ୟରତ ବରିଷ୍ଠ ଅତିଥି ଶିକ୍ଷକ ସୁଭାଷ କୁମାର ନନ୍ଦ, କିଶୋର ଚନ୍ଦ୍ର ସାମଲ, ପରିବେଶ କ୍ଲବ୍, ୟୁଥ୍ ଓ ଇକୋ କ୍ଲବର ସମସ୍ତ ସଦସ୍ୟା,ସଦସ୍ୟ ଛାତ୍ରୀ ଛାତ୍ର , ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ,କର୍ମଚାରୀ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ସଦସ୍ୟ ବୃନ୍ଦ, ଅଭିଭାବିକା ଅଭିଭାବକ ବୃନ୍ଦ,ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଭିନ୍ନ ବର୍ଗର ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷୟିତ୍ରୀ , ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ, ପୌରାଞ୍ଚଳର ଅଧିବାସୀ ବୃନ୍ଦଙ୍କ ସମେତ ଅନେକ ଶିକ୍ଷା ଓ ପରିବେଶ ପ୍ରେମୀ ଜନସାଧାରଣ ,ବନ୍ଧୁ ବର୍ଗ ତଥା ଶୁଭେଚ୍ଛୁ ବିଦ୍ୟାଳୟର ଏହି ସଫଳତା ଓ ରାଜ୍ୟସ୍ତରୀୟ ସମ୍ମାନ ଗ୍ରହଣ ପାଇଁ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ,ଢେଙ୍କାନାଳର ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଏଥିପାଇଁ ସେ ପ୍ରଧାନ ଶିକ୍ଷକ,ସ୍କୁଲ ପରିଚାଳନା ସମିତି, ‘ମୋ’ ସ୍କୁଲ ଅଭିଯାନ’ ସମିତି, ପୌରାଞ୍ଚଳବାସୀ ,ଢେଙ୍କାନାଳ ଜିଲ୍ଲା ଜଙ୍ଗଲ ବିଭାଗର ଅଧିକାରୀଙ୍କ ସମେତ ସମସ୍ତ ଶୁଭେଚ୍ଛୁ, ଜଙ୍ଗଲ ଓ ପରିବେଶ ବିଭାଗ ,ଓଡିଶା ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
ଡା. ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,
ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ।
ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,
ଦୂରଭାଷ :୯୪୩୮୬୬୫୧୬୯
ଇ-ମେଲ : debisirscience@gmail.com

