ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ଓ ବଡ ବାବୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ରାୟଗଡ:- ତା.12/06- ରାୟଗଡ ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ପତିତପାବନ ସାମନ୍ତରାୟ ଏବଂ ବଡ଼ବାବୁ ଶ୍ରୀ ଗୌରୀ ଶଙ୍କର ପଟ୍ଟନାୟକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ହୋଟେଲ ସାଇ ଇଣ୍ଟେରନlସିନାଲ, ରାୟଗଡ ଠାରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ୟାନ ଉପନିର୍ଦ୍ଧେଶକ ଶ୍ରୀ ସାମନ୍ତରାୟ ନିକଟ ଅତୀତରେ ଉପନିର୍ଦ୍ଧେଶକ ପଦରୁ ଯୁଗ୍ମ ନିର୍ଦେଶକ ପଦକୁ ପଦନ୍ୱତୀ ପାଇ ଅବସର ଗ୍ରହଣ କରିଛନ୍ତି l ଶ୍ରୀ ସାମନ୍ତରାୟ ରାୟଗଡ ଜିଲ୍ଲାରେ ଦୀର୍ଘ ଦୁଇ ବର୍ଷ ଛଅ ମାସ ଏଗାର ଦିନ କାର୍ଯ୍ୟକାଳ ସୁଚାରୁ ରୂପେ ସମ୍ପାଦନ କରିଥିଲେ l ନିଜର କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ କୁଶଳତା ଯୋଗୁଁ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ l ସେହିପରି ବଡବାବୁ ଶ୍ରୀ ପଟ୍ଟନାୟକ ଦୀର୍ଘ 25ବର୍ଷ ଧରି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନ କରି ରାୟଗଡ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି l ଆଜି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରକଳ୍ପ ନିର୍ଦେଶକ ଜାଳବିଭାଜିକା ମିଶନ, ରାୟଗଡ ଡ଼ଃ ଦୟାନିଧି ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅତିରକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସମ୍ମାନିତ ଅତିଥି ଉପଜିଲ୍ଲାପାଳ ରାୟଗଡ, ଭୀମସେନ ଶବର,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବିପିନ ବିହାରୀ ସ୍ୱାଇଁ ଆଦି ଯୋଗଦାନ କରି ଅବସର ଗ୍ରହଣ କରିଥିବା ଉଦ୍ୟାନ ଯୁଗ୍ମନିର୍ଦ୍ଦେଶକ ଶ୍ରୀ ସାମନ୍ତରାୟ ଏବଂ ବଡ଼ବାବୁ ଶ୍ରୀ ପଟ୍ଟନାୟକଙ୍କ ଅବସରକାଳୀନ ନିରାମୟ ଜୀବନ କାମନା କରିଥିଲେ l ଉଦ୍ୟାନ କୃଷି ଉପନିର୍ଦ୍ଧେଶକ କାର୍ଯ୍ୟାଳୟର ଅତିରିକ୍ତ ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଜଗନ୍ନାଥ ବିନ୍ଧାଣି,ରାକେଶ ମିଶ୍ର, ତନ୍ମୟ ଶୁଆଳ ସିଂ, ସୌମ୍ୟ ପାଠକ, ବିଶ୍ୱଜିତ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

masiha

ମେରୁ ଯାତ୍ରାରେ ଦଣ୍ଡ କଳାକାରମାନେ ସମ୍ବର୍ଦ୍ଧିତ 

Sunil Chandra Nayak

ଜୁନାଗଡ଼ ବ୍ଲକରେ ଆୟୁଷମାନ ଯୋଜନା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!