ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଷ୍ଟେଟବ୍ୟାଙ୍କର ରେକର୍ଡ ଓ ଆସବାବପତ୍ର

କନ୍ଧମାଳ,12/06.(ମନିସ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଭାରତୀୟ ଷ୍ଟେଟବ୍ୟାଙ୍କରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ରେକର୍ଡ ରୁମ୍ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଫିରିଙ୍ଗିଆ ଓ ପରେ ଫୁଲବାଣୀରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁଯାୟୀ, ଗୋଚ୍ଛାପଡା ଭାରତୀୟ ଷ୍ଟେଟବ୍ୟାଙ୍କ ଶନିବାର ଏବଂ ରବିବାର ବନ୍ଦ ଥିଲା। ରବିବାର ସକାଳୁ କିଛି ଲୋକ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥ‌ିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଫିରିଙ୍ଗିଆ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଫିରିଙ୍ଗିଆ ଓ ପରେ ଫୁଲବାଣୀରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଇତି ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଥିଲା। ଘଟଣାରୁ ପ୍ରକାଶ ଯେ, ବ୍ୟାଙ୍କ ଦୁଇ ଦିନ ପାଇଁ ଛୁଟିଥିବା ବେଳେ ଦାୟିତ୍ଵରେ ଥ‌ିବା କର୍ମଚାରୀ ରେକର୍ଡ ରୁମର ଏସି ବନ୍ଦ କରିବାକୁ ଭୁଲି ଯାଇଥିଲେ। ଫଳରେ ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିବା କୁହାଯାଇଛି । ବ୍ୟାଙ୍କର ଏହି ଶାଖାଟି ଏକ ଭଡା ଘରେ ଚାଲିଥିବା ଜଣାଯାଇଛି। ଘଟଣା ସ୍ଥଳରେ ବ୍ୟାଙ୍କର ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ମେହେରଙ୍କ ସହ ଗୋଛାପଡା ସରପଞ୍ଚ ଯୁଗାନ୍ତି କହଁର, ସ୍ଥାନୀୟ ପୋଲିସ କର୍ମଚାରୀ, ଗୋଛାପଡାର ସ୍ବେଚ୍ଛାସେବୀ ସଙ୍ଗଠନ ଆପଦ ମିତ୍ରର କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା ନିଆଁ ଲିଭାଇବା ପାଇଁ ସହଯୋଗ କରିଥିଲେ I ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମଧ୍ଯ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୬ତମ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଆୟୋଜିତ

masiha

ମୈତ୍ରୀ କମ୍ପାନି ର କୌଶଳ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ

masiha

ଯୁବ ପତ୍ରକାର ସଂଘ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!