ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ସହର କୁ ପଶି ଆସିଲା ଜଙ୍ଗଲି ଦନ୍ତା ହାତୀ, ଆତଙ୍କିତ ସହରବାସୀ 

ଆଜି ସନ୍ଧ୍ୟା ସମୟରେ ଧର୍ମଗଡ ସହର କୁ ଏକ ଜଂଗଲୀ ଦନ୍ତା ହାତୀ ପଶି ଆସିବାରୁ ସହର ବାସୀ ଆତଙ୍କିତ ହୋଇ ପଡି ଛନ୍ତି । ହାତୀ ଟି ସହରାଞ୍ଚଳ ର କାଶିବାହାଲ ପଟୁ ପଶି ବିଲ ମଧ୍ଯ ଦେଇ ପଞ୍ଚାୟତ ମହାବିଦ୍ୟାଳୟ ନିକଟକୁ ଚାଲି ଆସିଥିବା ବେଳେ ରାତି ଅନ୍ଧାର ଯୋଗୁ ତାକୁ ଦେଖା ଯାଇ ପାରୁ ନାହିଁ । ଅନ୍ୟପକ୍ଷେ କାଳେ ହାତୀ ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯିବ ଏହି ଆଶଙ୍କା ରେ ଜୁନାଗଡ଼ ଗ୍ରିଡ ସବ୍ ଷ୍ଟେସନ ରୁ ୩୩କେଭି ଲାଇନ ଟ୍ରିପ କରା ଯାଇଛି ବୋଲି ଧର୍ମଗଡ ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ସମଗ୍ର ସହର ସମେତ ଆଖପାଖ ଅଞ୍ଚଳ ଅନ୍ଧାର ରେ ରହି ଯାଇଛି । ହାତୀ କୁ ଘଉଡାଇ ବା ପାଈ ଏଵଂ ଏହାର ଗତି ବିଧି ଉପରେ ନଜର ରଖିବାକୁ ବନ ବିଭାଗ ମଧ୍ୟ ତତ୍ପର ହୋଈ ଉଠିଛି । ବନବିଭାଗ ପକ୍ଷରୁ ରେଞ୍ଜର ଭବାନୀ ଶଙ୍କର କୁଅଁର, ଫରେଷ୍ଟର, ଗାର୍ଡ, ପାରା ୱାର୍କର ଟିମ୍ ସହିତ ପଞ୍ଚାୟତ କଲେଜ ଅଞ୍ଚଳ ରେ ପାଇତରା ମାରୁଛନ୍ତି । 

ହାତୀ ଟି ରାତି ରେ କେଉଁ ଆଡେ ଯିବ, କଣ କରିବ ତାହା କ ନେଇ ଲୋକେ ଆତଙ୍କିତ ହୋଇ ରହିଛନ୍ତି । ଅନ୍ୟ ପକ୍ଷରେ ଲୋକେ ରାତିରେ ନିଜ ନିଜ ଘରେ ରୁହନ୍ତୁ ବାହାରେ ବୁଲାବୁଲି କରନ୍ତୁ ନାହି ବୋଲି ପରାମର୍ଶ ଦିଆ ଯାଇଛି।

ଦୁଇଦିନ ତଳେ କେସିଙ୍ଗା ବ୍ଲକ ଉତ୍କେଲା ଅଞ୍ଚଳରେ ଗୋଟିଏ ହାତୀ ବୁଲୁଥିବା କୁହାଯାଉଛି। ଗତକାଲି ଜୁନାଗଡ଼ ବ୍ଲକ ନନ୍ଦୋଲ ଓ ଝାରବନ୍ଧ ଅଞ୍ଚଳରେ ଦନ୍ତା ହାତୀ ଜଣକୁ ଆକ୍ରମଣ କରିଥିବା ଜଣାଯାଇଛି। ସେହି ଦନ୍ତା ହାତୀ ଏବେ ଧର୍ମଗଡ ସହର ମୁହାଁ। ପଡ଼ୋଶୀ ଜିଲ୍ଲା ଜଙ୍ଗଲ ରୁ ହାତୀପଳରୁ ଏକୁଟିଆ ହୋଇ ଯାଇ ବାଟବଣା ହୋଇ ଆସିଥିବା ଅନୁମାନ କରାଯାଉଛି।

 ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଶ୍ବ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷର ପାଳିତ

masiha

ଆକାଶବାଣୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ସ୍ୱରୀୟ ସ୍ୱାଉଡ଼ ଓ ଗାଇଡ଼ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!