ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା/ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ଲାଠିକଟା ସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧକ୍ଷ ଜୁଏଲ ଓରାମ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ । ସାମୁହିକ ବନ୍ଦେ ମାତରଂ ଗାନ କରାଯିବା ପରେ ବାଲେଶ୍ଵର ରେଳ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଯାତ୍ରୀ ମାନଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ତାଙ୍କ ସ୍ବାଗତ ଭାଷଣରେ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହିତ ବିଜେପି କୁ ସର୍ବ ବ୍ୟାପି ଓ ଶକ୍ତିଶାଳୀ କରିବାରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ସେମାନଙ୍କ ତ୍ୟାଗ, ସମ୍ପର୍ପଣ, ଏବଂ ନିରନ୍ତର ପ୍ରୟାସର ଫଳବୋଲି କହି ଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ସମ୍ପାଦକ ବିଜୟ ଖାଲକୋ,ରାଜ୍ୟ ଅନୁସୂଚିତ ଜାତି ଉପ ସଭାପତି ଦୁର୍ଗା ତନ୍ତୀ ମଧ୍ୟ ମଞ୍ଚାସୀନ ଥିଲେ । ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଶ୍ରୀ ଓରାମ ତାଙ୍କ ବକ୍ତବ୍ଯରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଜନହିତକାରୀ ଯୋଜନା ଓ ବିଭିନ୍ନ ପଦକ୍ଷେପ ଉପରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ବିଶ୍ଵ ଦରବାରରେ ଭାରତର ଭୂମିକା ଓ ନେତୃତ୍ବକୁ ବିଶ୍ଵ ସମ୍ମାନ ଦେଇଥିବାରୁ ସେ ପ୍ରଧାନ ମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ପ୍ରତିଷ୍ଠା ଦିନଠାରୁ ନିରନ୍ତର ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ କାର୍ଯ୍ୟକର୍ତ୍ତା ଆଦିଙ୍କୁ ସମ୍ମାନିତ କରାଯାଇଥିଲା ଓ ସେମାନେ ନିଜର ସାଂଗଠାନିକ ଅନୁଭୂତି ପ୍ରକାଶ କରିଥିଲେ ଯାହା ଯୁବ ପିଢ଼ିଙ୍କୁ ଉତ୍ସାହିତ କରିଥିଲା। ଜିଲ୍ଲା ସମ୍ପାଦକ ପରେଶ ମିଶ୍ରଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳ ସଭାପତିଙ୍କ ସହିତ ଏହି ନିର୍ବାଚନ ମଣ୍ଡଳୀରେ ଥିବା ,ରାଜ୍ୟ ,ଜିଲ୍ଲା, ମଣ୍ଡଳର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୋଇଲିମୁଣ୍ଡା ଓ ମାଲଗାଁ ପଂଚାୟତ ର 500 ରୁ ଉର୍ଦ୍ଧ କର୍ମୀ ଭାଜପା ରେ ମିଶିଲେ 

masiha

ଅମିତ ଶାହା ଙ୍କ ମନ୍ତବ୍ୟ ବିରୁଦ୍ଧରେ ଧର୍ମଗଡ ରେ ପ୍ରତିବାଦ 

masiha

ଧର୍ମଗଡ ଜିଲ୍ଲା ଗଠନ ଦାବୀ , ସମର୍ଥନରେ ବସିଲେ ବିଜୁ ଜନତା ଦଳ

masiha

Leave a Comment

error: Content is protected !!