ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ କାରଗିଲ ବିଜୟ ଦିବସ ପାଳିତ

 ଡାବୁଗାଁ,୨୬/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ କାରଗିଲ ବିଜୟ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ସଭା ଗୃହରେ ଏକ ସାଧାରଣ ସଭା କରାଯାଇଥିଲା । ପ୍ରଥମେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ସମସ୍ତ ଛାତ୍ରୀ ଛାତ୍ର ବ୍ୟାନର ଧରି ସ୍ଲୋଗାନ ଦେଇଥିଲେ ଏହା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ କହିଥିଲେ ଯେ ଯେହେତୁ କାରଗିଲ ଯୁଦ୍ଧରେ ସହ ସହ ସୈନିକ ମୃତୁ ବରଣ କରିଥିଲେ କିନ୍ତୁ ବିଜୟ ଲାଭ କରିଥିଲେ ତେଣୁ ସେମାନେ ଆଜି ଦେଶ ପାଇଁ ଅମର ହୋଇ ରହିଛନ୍ତି ଓ ସେହି ସୈନିକ ମାନଙ୍କୁ ଆଜି ମଧ୍ୟ ଦେଶ ମନେ ରଖିଛି ତେଣୁ ଆମେ ସମସ୍ତେ ସେହି ବୀର ସୈନିକ ମାନଙ୍କୁ ସମ୍ମାନ ଦେବା ଦରକାର ଏଥି ସହିତ ସେମାନଙ୍କୁ ସାରା ଭାରତ ବର୍ଷ ଆଜିବି ମନେ ପକାଉଛି ଏହା ଦେଶ ପାଇଁ ଏକ ଗର୍ବ ଓ ଗୌରବର ବାର୍ତ୍ତା ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହା ପରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ମୁଖ୍ୟ ମହେନ୍ଦ୍ର ଦେବରପଲ୍ଲୀ ନିଜ ବକ୍ତବ୍ୟରେ କହିଲେ ଆଜି ବି ସେହି ସୈନିକ ମାନେ ଆମ ପାଇଁ ଅମର ଯେହେତୁ ସେମାନଙ୍କ ସମସ୍ତ କାର୍ଯ୍ୟ ଆମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରେ ମୁଖ୍ୟ ପ୍ରେରଣା ରହୁଛି ତେଣୁ କାରଗିଲ ବିଜୟ ଦିବସ ଗୁରୁତ୍ଵ ପୂର୍ଣ୍ଣ ଅଟେ ଆମେ ସମସ୍ତେ ମିଶି ଦେଶର ସୈନିକ ମାନଙ୍କୁ ସମ୍ମାନ ଦେବା ଦରକାର ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ ଓ ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା ଇତିହାସ ବିଭାଗୀୟ ଅଧ୍ୟାପକ ଦୟାରାମ ମନୋହର, ଓଡ଼ିଆ ବିଭାଗୀୟ ଅଧ୍ୟାପିକା ମନିଷା ସରକାର ଓ ମୁଖ୍ୟ କିରାଣି ବି.ସତ୍ୟନାରାୟଣ ସାଥୀ ଓ ବିଦ୍ୟାଧର ମାଝୀ, ପିଅନ ଯୁଗସାଏ ଭତ୍ରା, ବିଜୟ ମାଝୀ ଓ ରତନ ହରିଜନ ସହ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ, ସମସ୍ତ ଛାତ୍ରୀ ଛାତ୍ର ଉପସ୍ଥିତ ରହିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାସ୍ତାରେ ପଡିଥିବା ଗଛ ହଟାଇଲା ଅଗ୍ନିଶମ ବିଭାଗ

Sunil Chandra Nayak

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଉଦ୍ୟମରେ ଡ଼ହଗାଁ ହାଇସ୍କୁଲରେ ଖୋଲିଲା ଗଭୀର ନଳକୂପ

Sunil Chandra Nayak

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ତାଲିମ

Sunil Chandra Nayak

Leave a Comment

error: Content is protected !!