ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ତମାଖୁ ବର୍ଜନ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ      

ନବରଙ୍ଗପୁର – (ମସିହା)ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ ବିଭାଗ ଆନୁକୁଲ୍ୟରେ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ତମାଖୁ ବର୍ଜନ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁ ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ସାହୁ ଛାତ୍ରୀମାନେ ସଚେତନ ହେଲେ ପରିବାର ସଚେତନ ହେବା ସହ ସମାଜକୁ ନୂତନ ଦିଗଦର୍ଶନ ଦେଇ ପାରିବେ ବୋଲି ବକ୍ତବ୍ୟ ରଖିବା ସହ ତମାଖୁ ବର୍ଜନ ଶପଥପାଠ କରାଇଥିଲେ । ଏହା ପରେ ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲର ଡ.ସଂଯୁକ୍ତା ପଣ୍ଡା ଯୁବ ରେଡକ୍ରସ ମାଧ୍ୟମରେ ଆମେ ସଚେତନତା ସୃଷ୍ଟି କରିବା ସହ ତମାଖୁ ସେବନ ଉପରେ ଅଙ୍କୁଶ ଆଣି ପାରିବା ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଏହା ପରେ ସ୍ଥାନୀୟ କୋଣାର୍କ ବୈଷୟିକ ଶିକ୍ଷା ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ତମାଖୁ ଠାରୁ ଆଜିର ଯୁବପିଢ଼ି କିପରି ଦୂରେଇ ରହିପାରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ଆଗାମୀ ଦିନରେ ବୈଷୟିକ ଶିକ୍ଷା ଗ୍ରହଣ କରିବା ସହ ଆତ୍ମନିର୍ଭରଶୀଳ କିପରି ହୋଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ,କୁନ୍ଦ୍ରା ର ଯୁବ ରେଡକ୍ରସ କାଉନସିଲର ଶ୍ରୀମତୀ ରଶ୍ମିତା ପ୍ରଧାନ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଅଧ୍ୟାପକ ନୃପେନ୍ଦ୍ରନାଥ ଖୋସଲା,ଲକ୍ଷ୍ମୀକାନ୍ତ ସୌରା, ତ୍ରିପତୀ ମାଳି, ଅଧ୍ୟାପିକା ଶ୍ରୀମତୀ ରଞୁସା ପ୍ରହରାଜ,ତରନୁମ ଆରା,ଡ.ଏମ ରୋହିଣୀ ରାଣୀ, ଲାଇବ୍ରେରିଆନ ସିଦ୍ଧାର୍ଥ ବେହେରା, ଅକ୍ଷୟ କୁମାର ନାୟକ,ପଙ୍କଜ ଗରଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ନାତକ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଉପସ୍ଥିତ ରହି ତମାଖୁ ବର୍ଜନ ଶପଥପାଠ କରିଥିଲେ। ଶେଷରେ ଡ. ସଂଯୁକ୍ତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଅଜଣା ଗାଡି ଧକା ରେ ଷେଣ୍ଢ ଗୁରୁତର

Sunil Chandra Nayak

ତମ୍ବଛଡା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଠାରେ ବାର୍ଷିକ ଉତ୍ସବ ୨୦୨୨-୨୩ ପାଳିତ

Sunil Chandra Nayak

ପୁଣି ଶ୍ରମିକଙ୍କ ମଧ୍ୟରେ ନିର୍ଯାତନାର ଭୟ ଓ ତୀବ୍ର ଅସନ୍ତୋଷ 

masiha

Leave a Comment

error: Content is protected !!