ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ନିର୍ବାହୀ ଅଧିକାରୀ ବିଡ଼ିଓ ଙ୍କ ଜରିଆରେ ଚାରି ଦଫା ଦାବି ପତ୍ର ପ୍ରଦାନ

ରାଇଘର, ୨/୮ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ କାର୍ଯ୍ୟରତ ନିଖିଳ ଉତ୍କଳ ନିର୍ବାହୀ ଅଧିକାରୀ ବିଡ଼ିଓ ଲକ୍ଷ୍ମୀ ସାଗର ମାଝୀ ଙ୍କ ଜରିଆରେ ଚାରି ଦଫା ଦାବି ପତ୍ର ଦିଆ ଯାଇଛି। ଉକ୍ତ ଦାବି ପତ୍ର ରେ ଦର୍ଶାଇଛନ୍ତି ଯେ ନିର୍ବାହୀ ଅଧିକାରୀ ଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରୁ ମିନିମମ ଯୁକ୍ତ ତିନି କରିବା, ଦଶ ବର୍ଷ ପୁରଣ କରିଥିବା ନିର୍ବାହୀ ଅଧିକାରୀ ଙ୍କୁ ସ୍ଵତନ୍ତ୍ର ପଦବୀକୁ ପଦୋନ୍ଵତି, ପଂଚାୟତ କାର୍ଡ ରୁଲ୍ ରେ ଅନ୍ତର୍ଭୁକ୍ତ, ଏବଂ ଆରଏସପି ପାଉଥିବା ନିର୍ବାହୀ ଅଧିକାରୀ ଙ୍କୁ ପେନସନ ବ୍ୟବସ୍ଥା କରିବା ଲେବୁଲ ୫ ରୁ ୨୧୭୦୦ ରୁ ଲେଭେଲ ୯୩୫୪୦୦ ରୁଲ ଅନୁଯାୟୀ ପ୍ରଦାନ କରିବାଆଦି ଦାବି ଅନ୍ତର୍ଭୁକ୍ତ । ଏହା ସହ ୧୦ ଦିନ ଅର୍ଥାତ୍ ଆସନ୍ତା ୭ ଉକ୍ତ ତାରିଖ ଠାରୁ ଅଗଷ୍ଟ ୧୭ ତାରିଖ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ କଲମ ଛାଡ ଆନ୍ଦୋଳନ କରାଯିବ ବୋଲି ଉକ୍ତ ଚିଠି ରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ରାଇଘର ବ୍ଲକ ରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଅଜିତ କୁମାର ନନ୍ଦ, ସୁରେନ୍ଦ୍ର ଭତ୍ରା, ଶ୍ରୀଧର ଭତ୍ରା, ବାଲସିଂ ଗଣ୍ଡ, ଶିବ ପ୍ରସାଦ ସୁବୁଦ୍ଧି,କମଲ ସିଂ ରାଜପୁତ, ପ୍ରୀତି ରଞ୍ଜନ ଦେ, ଭୋଳା ସିଂ ଗଣ୍ଡ, କୃଷ ଚନ୍ଦ୍ର ଦୁରିଆ, ଜିତେନ୍ଦ୍ର କୁମାର ପଣ୍ଡା, ଅନାଥ ତରକଦାର ପ୍ରମୁଖ ଉପସ୍ଥିତ ଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୁଏଲ ଓ ଦୁର୍ଗା ତନ୍ତୀଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ

masiha

ଧାରଣାରେ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ,ସ୍ୱାସ୍ଥ୍ୟ ସମନ୍ଦିୟ କାର୍ଯ୍ୟକ୍ରମ ଠପ ,ଚିନ୍ତାରେ ଆଶା କର୍ମୀ 

masiha

ଉତ୍କଳୀୟ ଓଷା ଓ ବ୍ରତ ପରମ୍ପରା ଆଲୋଚନାଚକ୍ର

Leave a Comment

error: Content is protected !!