ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁରରେ ଅବକାରୀ ବିଭାଗ ର ଚଢାଉ; ୯୭ ଲିଟର ଦେଶୀ ମଦ,ଦୁଇ ସ୍କୁଟି ଜବତ ସହ ୩ ଜଣଙ୍କୁ କୋର୍ଟ ଚାଲାଣ 

ମୟୂରଭଞ୍ଜ -୫/୮ ( ମସିହା)ଵାମନଘାଟୀ ଉପଖଣ୍ଡର ବିଭିନ୍ନ ଅଂଚଳରେ ବେଆଇନ ମଦ‌ କାରବାର ବୃଦ୍ଧି ପାଉଛି । ଅବକାରୀ ଆଇନ ଯେତେ କଡ଼ା ହେଲେ ମଧ୍ୟ ମଦ ମାଫିଆ ମାନେ ଆଇନକୁ ଫୁ କରି ଦେଉଛନ୍ତି।ଅବକାରୀ ବିଭାଗ ଅଳ୍ପ ସଂଖ୍ୟକ କର୍ମଚାରୀ ନେଇ ମଦ ମାଫିଆଙ୍କୁ ସାଵାଡ କରି ପାରୁନାହାନ୍ତି ।ଆଜି ମୟୂରଭଞ୍ଜ ଅବକାରୀ ବିଭାଗ ସୁପରିଣ୍ଟେଡେଣ୍କ ପ୍ରଶାନ୍ତ କଅଁରଙ୍କ ନିର୍ଦେଶକ୍ରମେ‌ ରାଇରଙ୍ଗପୁର ଅବକାରୀ ବିଭାଗ ଆଇଆଇସି ନାରାୟଣ ଚନ୍ଦ୍ର ଯେନାଙ୍କ ‌ନେତୃତ୍ଵରେ ମୋବାଇଲ ପେଟ୍ରୋଲିଂ କରୁଥିବା ସମୟରେ ଗଢ ଛକରେ ଏକ ହୋଣ୍ଡା ବାଇକ ଚାଳକ ସେମାନଙ୍କୁ ଦେଖି ଭୟରେ ଦୃତ ଗତିରେ ଆସି ପଳାଉଥିବା ଦେଖି ସନ୍ଦହରେ ଅବକାରୀ କର୍ମଚାରୀ ପିଛା କରି ବାଇକକୁ ଅଟକାଇ ଯାଞ୍ଚ କରୁଥିବା ବେଳେ ଏକ ସିମେଣ୍ଟ ବେଗରେ ବୋତଲରେ ଭର୍ତ୍ତି ଥିବା ୧୨ ଲିଟର ଦେଶୀ ମଦ ଜବତ କରିଥିଲେ ।ମଦ ମାଫିଆ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମର ସୁକୁଲାଲ ନାଏକ(୪୨) । ସେହିଭଳି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଆନନ୍ଦପୁର ପାଖରେ ହିରୋ ପ୍ଲେଜର ସ୍କୁଟିରେ ସେହି ଗ୍ରାମର ତନେୟା ମୁର୍ମୁ (୪୧) ୨୦ ଲିଟର ଦେଶୀ ମଦ ନେଉଥିବାବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ ।ସେହିଭଳି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୋଖରିଆ ଗ୍ରାମର ହିନ୍ଦୁ ଟୁଡୁ(୩୭) ଙ୍କ ପାଖରୁ ୧୫ ଲିଟର ଦେଶୀ ମଦ ଜବତ କରି ମାମଲା ରୁଜୁ କରିଛନ୍ତି । ସେହିଭଳି ଵହଳଦା ବ୍ଳକର ବଡପଳଶା ଗ୍ରାମର ଶକୁନ୍ତଳା ମହାକୁଡଙ୍କ ଠାରୁ ୧୫ ଲିଟର ଦେଶୀମଦ ଜବତ କରିଛନ୍ତି । ସେହିଭଳି ବହଳଦା ବ୍ଳକର ଵଢପଳଶା ଗ୍ରାମର ହମ୍ବ୍ରା ହାଁସଦା ଙ୍କ ଠାରୁ ୧୮ ଲିଟର ଦେଶୀମଦ ଜବତ କରିଛନ୍ତି । ସେହିଭଳି ଗୋପୀନାଥ ପୁରର ଲକ୍ଷ୍ମଣ କିସ୍କୁଙ୍କଠାରୁ ୧୭ ଲିଟର ଦେଶୀମଦ ଜବତ କରିଛି । ଚଢ଼ାଉରେ‌ ଓଆଇସି ମନୋଜ ପୁରୁଷେଠ,ଷ୍ଟାଫ୍ ଦିଲିପ ଯେନା,ବିପ୍ଳବ ମଲ୍ଲିକ,ଅରୁଣ ମୁଦୁଲି, ପ୍ରିୟଙ୍କା ମ଼ହାନ୍ତ ଏବଂ ଅନ୍ୟ ମାନେ । ସୂଚନାଯୋଗ୍ୟ ୧୫ ଦିନ ମଧ୍ୟରେ ଅବକାରୀ ବିଭାଗ ବେଆଇନ ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ଦୁଇଟି ବାଇକ ଏବଂ ଗୋଟିଏ ସ୍କୁଟି ଜବତ କଲାଣି । ଚଢ଼ାଉ ଯୋଗୁଁ ମାଫିଆଙ୍କ ମହଲରେ ଆତଙ୍କ ଖେଳିଯାଇଛି ।ହେଲେ ଆଇନର‌ କୋହଳ ନୀତି ଯଥା ୨୦ ଲିଟର ତଳକୁ ଯେଉଁମାନେ ଚୋର ମଦ କାରବାରରେ ସଂପୃକ୍ତ ତାଙ୍କୁ ସଙ୍ଗେ ସଙ୍ଗେ ଜାମିନ ଦିଆଯାଉଛି । ସେମାନଙ୍କୁ କାରାଗାର ଯିବାକୁ ପଡୁ ନାହିଁ ।ଫଳରେ ବେଆଇନ ମଦ କାରବାର କୁ ମାଫିଆମାନେ ଭୟ ନ କରି ନିର୍ଭୟରେ ଅଧିକରୁ ଅଧିକ କାରବାର ବଢେଇ ଚାଲିଛନ୍ତି । ତେଣୁ ସାଧାରଣ ଜନତା ଆଇନ କଠୋର ହେବା ପାଇଁ ଦାବି କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

ଅବକାରୀ ବିଭାଗ ର ସଫଳତା ବିପୁଳ ପରିମାଣ ର ପୋଚ ସହ ଦେଶୀ ମଦ ଜବଦ

Sunil Chandra Nayak

ଦିବାଲୋକରେ ଦୃବୁତ ପୋଲିସ କୁ ଦେଲେ ଟକର : ଗମ୍ଭାରୀ ମୁଣ୍ଡା ବିଟ୍ ହାଉସରୁ ପୋଲିସ ଅଧିକାରୀଙ୍କ ବାଇକ୍ କଲେ ଚୋରି !!!

Sunil Chandra Nayak

Leave a Comment

error: Content is protected !!