ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଭାବେ ରାମେଶ୍ୱର ପ୍ରଧାନଙ୍କ ଯୋଗଦାନ

ରାୟଗଡା/୭/୮/୨୩ : ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ରାମେଶ୍ୱର ପ୍ରଧାନ ଓଏଏସ (ବରିଷ୍ଠ) ଆଜି କାର୍ଯ୍ୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ନିଜ ନିଯୁକ୍ତି ପତ୍ର ରାୟଗଡା ଜିଲ୍ଳାପାଳଙ୍କୁ ପ୍ରଦାନ କରି ନିଜ ଦାୟିତ୍ୱ ଗ୍ରହଣ କରିଥିଲେ । ନୂତନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନଙ୍କୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ପ୍ରଧାନ ଏଥି ପୂର୍ବରୁ ପଡୋଶୀ କୋରାପୁଟ ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଭାବେ ପାଖାପାଖି ୨ବର୍ଷ ଧରି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସୁଥିଲେ । ସେ ମାଲକାନଗିରି ଜିଲ୍ଳାରେ ଉପଜିଲ୍ଳାପାଳ ଭାବେ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ ସମୟ ଧରି ଦାୟିତ୍ୱ ତୁଲାଇ ଥିଲେ । ବର୍ତମାନ ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଳାର ବିକାଶରେ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି,ତତ୍କାଳୀନ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଳାପାଳ ଭାବେ ବଦଳି ହେବା ପରେ କୋରାପୁଟ ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନଙ୍କୁ ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ବଦଳି ହୋଇଥିଲା ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇସ୍ପାତ୍ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ 

ସି ଆଇ ଟି ୟୁ ନେତୃତ୍ୱରେ ପରିବହନ ଶ୍ରମିକଙ୍କ ରାଜ୍ୟବ୍ୟାପୀ ପ୍ରତିବାଦ ବିକ୍ଷୋଭ ଓ ଧାରଣା, ରାଉରକେଲା ପରିବହନ ଶ୍ରମିକ ସାମିଲ

Sunil Chandra Nayak

ଓଡ଼ିଶା ଜଳସାଥୀ ମହାସଂଘର ରାଜ୍ୟସ୍ତରୀୟ ବୈଠକ  ଜଳସାଥୀ ଙ୍କୁ ନିୟମିତ କରିବା, ବୀମାଭୁକ୍ତ କରିବା ଦାବି

masiha

Leave a Comment

error: Content is protected !!