ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା – ବିଜେପି ର ଧୂଆଁଧାର ପ୍ରଚାର ଓ ସାଧାରଣ ସଭା

ରାୟଗଡା -୧୯/୦୩ ରାୟଗଡା ପୋୖର ପରିଷଦ ନିର୍ବାଚନ ରେ ବିଜେପି ଦଳ ପକ୍ଷରୁ ପୋୖର ଅଧ୍ୟକ୍ଷା ପ୍ରାର୍ଥୀ ପଦ୍ମନାଭ ଦାଶ (ଟୁଟୁ ଦାଶଙ୍କୁ) ଏବଂ ରାୟଗଡ଼ାର ୨୪ ଗୋଟି ୱାର୍ଡ କାଉନ୍ସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀକୁ ଜିତାଇବା ପାଇଁ ବିଜେପି ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି। ରାୟଗଡା ଗଜପତି ଛକ ଠାରେ ଅନୁଷଠିତ ହେଇଥିଲା ବିଜେପିର ନିର୍ବାଚନୀ କାର୍ଯ୍ୟକମ ।

ସେଠାରେ ଆୟୋଜିତ ନିର୍ବାଚନୀ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଯୋଗ ଦେଇ ରାୟଗଡା ସହରକୁ ସରସ ସୁନ୍ଦର ଭାବେ ଗଡି ତଳିବାକୁ ହେଲେ ରାୟଗଡା ବିଜେପି ପୋୖର ଅଧ୍ୟକ୍ଷ ପାର୍ଥି ପଦ୍ମନାଭ ଦାଶ (ଟୁଟୁ ଦାଶଙ୍କୁ) ବିପୁଳ ଭାବରେ ଭୋଟ ଦେଇ ଜିତାଇବାକୁ କହିଥିଲେ।

ରାୟଗଡା ପୌର ଅଧକ୍ଷ ପାର୍ଥି ପଦ୍ମନାଭ ଦାଶ (ଟୁଟୁ ଦାଶଙ୍କୁ) ହେଲେ ରାୟଗଡା ସହରର ସମସ୍ତ ସମସ୍ୟା ଦୂର ହୋଇପାରିବ।

କାର୍ଯ୍ୟକ୍ରମ କୁ ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ପରିଚାଳନା କରିଥିଲେ। ରାୟଗଡ଼ା ପୌର ଅଧ୍ୟକ୍ଷା ପ୍ରାର୍ଥୀ ପଦ୍ମନାଭ ଦାଶ (ଟୁଟୁ ଦାଶଙ୍କୁ) ଏବଂ ରାୟଗଡ଼ାର ୨୪ ଗୋଟି ୱାର୍ଡ କାଉନ୍ସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀକୁ ସମୀର ମହାନ୍ତି ଆଶୀର୍ବାଦ ପ୍ରଦାନ କରିଥିଲେ।

ରାୟଗଡା ପୌର ଅଧକ୍ଷ ପାର୍ଥି ପଦ୍ମନାଭ ଦାଶ (ଟୁଟୁ ଦାଶଙ୍କୁ) କହି ଥିଲା, ମୁଁ ଯଦି ଅଧ୍ୟକ୍ଷ ହେଲେ ଆପଣ ମାନଙ୍କର ସାଥିରେ ରହିବି ଏବଂ ଏହି ଆମ ରାୟଗଡ଼ା ସହରକକୁ ସୁନ୍ଦର ସହର ଭାବେ ଗଠନ କରିବା ପାଇଁ।

ସହର ବାସୀଙ୍କ ସୁବିଧା ପାଇଁ ପତି ୱାର୍ଡରେ ହର ଘର ଜଳ ପାଣି ପହଁଚା ଯିବ, ରାସ୍ତାର ସୌନ୍ଦର୍ଯ୍ୟ କାରଣ କରାଯିବ, ବାସ ନଥିବା ଲୋକଙ୍କୁ ବିନୂତନ ବାସ ଗୃହ କରାଯିବ। ସ୍ବାସ୍ଥସେବାର ଆଧୁନିକ କରଣ ,ରାୟଗଡ଼ାରେ ଦୁଇଟି ପୋଲିସ ଫାଣ୍ଡି କରିବା,ସିସିଟିଭି ଲଗାଇବା ପର୍ତିଶୁର୍ତି ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ବେଳେ ସମସ୍ତ ୱାର୍ଡ ର ସମସ୍ତ କାଉନ୍ସିଲ ର ପ୍ରାର୍ଥୀ ପ୍ରାର୍ଥୀନୀ ଉପସ୍ଥିତ ରହି ଜନସାଧାରଣ ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ରାୟଗଡ଼ା ବିଜେପି ଜିଲ୍ଲା ସଭାତି ଶ୍ରୀଯୁକ୍ତ ଶିବ ପଟ୍ଟନାୟକ, ଯୁବ ନେତା ଶ୍ରୀ ବସନ୍ତ ଉଲ୍ଲାକା, ମହିଳା ନେତ୍ରୀ ଲକ୍ଷ୍ମୀ ବିରୁଡ଼ି ଓ ଅନ୍ୟ ମାନ୍ୟ ନେତା ଉପସ୍ଥିତ ଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ ।

Related posts

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ଓ ପୋଲିସ ପାଳିଲେ ଗାନ୍ଧୀ ଜୟନ୍ତୀ

Sunil Chandra Nayak

ଆଜିଠୁ ମାଓ ସପ୍ତାହ,ପୁଲିସ ପାଇଁ ଚ୍ୟାଲେଞ୍ଜ୍, ଅଧିକ ଉଗ୍ର ହେବା ଆଶଙ୍କା

Sunil Chandra Nayak

Leave a Comment

error: Content is protected !!