ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାଣୀ ଦୂର୍ଗା ନଦୀର ବ୍ରିଜ ସଙ୍କଟାପନ୍ନ ଅବସ୍ଥାରେ

ବନ୍ଧୁଗାଁ ତା ୨୬/୮/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାଣୀ ଦୁର୍ଗା ନଦୀ ଉପରେ ନିର୍ମାଣ ହୋଇଥିବା ବ୍ରିଜ ସଙ୍କଟାପନ୍ନ ଅବସ୍ଥାରେ ରହିଛି। ବ୍ରିଜକୁ ଲାଗି ବ୍ରିଜର ଉଭୟ ପାର୍ଶ୍ଵରେ ଠିକ୍ ମଝିରେ ବିରାଟ ଗାତ ହୋଇ ପୋଖରୀ ପରି ପାଣି ଅଟକି ରହିଛି। ଉକ୍ତ ପାଣି ଭିତର ଦେଇ ଲୋକେ ଚାଲି ଚାଲି ବ୍ରିଜ ଉପରକୁ ଯିବା ଜୀବନ ପ୍ରତି ବିପଦ ଦେଖାଯାଉଥିବା ବେକେ ଯାନବାହାନ ଦେଇ ଉକ୍ତ ବ୍ରିଜ ପାରି ହେବା ସଙ୍କଟାପନ୍ନ ରହିଛି ।ବନ୍ଧୁଗାଁ ବ୍ଲକ ରୁ ରାୟଗଡ଼ା ଜିଲ୍ଲାକୁ ଦୂରତା ମାତ୍ର ୫୦ କିମି ଦୂରରେ ରହିଛି। ପ୍ରତିଦିନ ଶତାଧିକ ଲୋକ ବସ, ଚାରି ଚକିଆ ଓ ବାଇକ ଯାନ ବାହାନ ନିଜର ବେପାର ବାଣିଜ୍ୟ ଓ ଘରେଇ ସାମଗ୍ରୀ କ୍ରୟ କରି ଆଣିଥାନ୍ତି।  ବ୍ଲକର ଅନେକ ସରକାରୀ କର୍ମଚାରୀ କିମ୍ବା ସାଧାରଣ ଜନତା ଅନେକ ଆବଶ୍ୟକତାକୁ ନେଇ ଭୁବନେଶ୍ବର କିମ୍ବା ଅନ୍ୟାନ୍ୟ ଜିଲ୍ଲାକୁ ବସ କିମ୍ବା ରେଳ ଗାଡ଼ିରେ ଚଡ଼ି ଯିବା ପାଇଁ ରାୟଗଡ଼ା ଜିଲ୍ଲା ହିଁ  ଏକ ମାତ୍ର ସାହା ଭରସା ଅଟେ। ଏହି ରାସ୍ତାଟି ବର୍ତ୍ତମାନ ଅନେକ ସ୍ଥାନରେ ଗାତ ହେବା ଓ ପିଚୁ ବାହାରି ମେଟାଲ ବାହାରି ମରଣଯନ୍ତା ପାଲଟିଛି। କୁମ୍ବାରିପୁଟ ରୁ କୁଟ୍ରାବେଡା ଗାଁ ନିକଟରେ ବିରାଟ ଗାତ ହୋଇଛି ଫଳରେ ଅନେକ ଭାରି ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଅତି ଶୀଘ୍ର ରାଣୀ ଦୁର୍ଗା ନଦୀକୁ ସଂଯୋଗ କରୁଥିବା ବ୍ରିଜ ମରାମତି ନ ହୋଇପାରିଲେ ଗାଡ଼ି ଦୁର୍ଘଟଣା ରେ ଅନେକ ଲୋକଙ୍କ ଜୀବନ ଚାଲିଯିବା ସମ୍ଭାବନା ରହିଛି। ଉକ୍ତ ବ୍ରିଜ କୁ ନେଇ ଗାରିଡି ପଞ୍ଚାୟତର ସରପଞ୍ଚ ଗୋପୀନାଥ ବିଡ଼ିକା, ବିଜେଡ଼ି ପଞ୍ଚାୟତ ସଭାପତି ଅନାମା ବିଡ଼ିକା, ସାତାରାଓ ମାଣ୍ଡିଙ୍ଗି, ଦସମତି ପ୍ରାସ୍କା, ଭୀମ ନିଆଳି, ଗୁରୁ ନାଥ ନାଗ, କୈଳାଶ ବେନିଆ, ସଞ୍ଜୀବ ଖରା, ବୁଜା କାନ୍ତାକା , କମା ମାଣ୍ଡିଙ୍ଗୀ, ବାରିକା ହବିକା, କେ ଲୋକି, ହରେକୃଷ୍ଣ ଖରା,ସୁରେଶ କାଲାପା, ମହାକାଳ କାଣ୍ଡ, ମଦନ ମିଣ୍ୟକା ଓ ରମେଶ ମାନ୍ଦୁଙ୍ଗି  ଗଣମାଧ୍ୟମଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କରୁଣାଶାନ୍ତି ବିଦ୍ୟାଳୟ ପାଳନ କଲା ଗାନ୍ଧୀ ଜୟନ୍ତୀ

masiha

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର

masiha

ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!