ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡା: ସୁରେନ୍ଦ୍ର ଭୋଇ ହେଲେ ବ୍ଲକ ଉପାଧ୍ୟକ୍ଷ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ବ୍ଲକ ଉପାଧ୍ୟକ୍ଷ ଭାବେ କର୍ଲାମୁଣ୍ଡା ସମିତି ସଭ୍ୟା ସୁରେନ୍ଦ୍ର ଭୋଇ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି l ଏହି ବ୍ଲକର ମୋଟ ୧୨ଜଣ ସମିତି ସଭ୍ୟରୁ ୧୧ଜଣ ସମିତି ସଭ୍ୟ/ସଭ୍ୟା ଆଜିର ସ୍ୱତନ୍ତ୍ର ବୈଠକରେ ଉପସ୍ଥିତ ଥିବା ବେଳେ କେବଳ ସୁରେନ୍ଦ୍ର ଭୋଇ ଏକମାତ୍ର ପ୍ରାର୍ଥୀ ଭାବେ ଉପାଧ୍ୟକ୍ଷ ଆସନ ପାଇଁ ନାମାଙ୍କନ ଦାଖଲ କରିଥିଲେ l ଫଳରେ ତାଙ୍କୁ ଉପାଧ୍ୟକ୍ଷ ଭାବରେ ଘୋଷଣା କରାଯାଇଥିଲା l ଏଠାରେ ସୂଚନାଯୋଗ୍ୟ ଶ୍ରୀ ଭୋଇ ଭାରତୀୟ ସେନା ବାହିନୀର ଅବସର ପ୍ରାପ୍ତ ସୈନିକ ହୋଇଥିବାରୁ ରାଜନୀତି ଜରିଆରେ ଜନସେବା କରିପାରିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l ଅନ୍ୟ ପଟେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ପୂର୍ବରୁ କଂଗ୍ରେସ ଦଳରେ ରହିଥିବା ବେଳେ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିବା ଜଣାପଡ଼ିଛି l ଅନ୍ୟ ମାନଙ୍କ ମଧ୍ୟରେ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ନନ୍ଦି କିଶୋର ଭୋଇ, ବିଜେଡି ନେତା ବିରଞ୍ଚି ରଣା, ସୁରେନ୍ଦ୍ର ସାହୁ, ଅର୍ଜୁନ ସାହୁ, ସୀମାଞ୍ଚଳ ଭୋଇ, ତ୍ରିସଙ୍କ ରଣା,ରବି ନାଗ ପ୍ରମୁଖ ଉପସ୍ଥିତ ଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

ରାଇଘର ଠାରେ ଧୁମଧାମରେ ପାଳିତ ହେଲା ମହମ୍ମଦ ଜୟନ୍ତୀ 

Sunil Chandra Nayak

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ଅଜଣା ପଥର ପଥିକ

Leave a Comment

error: Content is protected !!