ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକଙ୍କ ପୃତ୍ୟୁ ବିୟୋଗ

ଭବାନୀପାଟଣା,୨୩ କଳାହାଣ୍ଡି ର ଯୁବ ସାମ୍ବାଦିକ ମନୋଜ ନାଏକଙ୍କ ପିତା ସକୁଳମଣି ନାଏକ (୭୨)ଙ୍କ ଆଜି ସକାଳ ୬ ଘଣ୍ଟା ସମୟରେ ଲାଞ୍ଜିଗଡ଼ ସ୍ଥିତ କେକେଡ଼ିଏ କାର୍ଯ୍ୟାଳୟ ରେ ଦେହାନ୍ତ ହୋଉଥିଲା। ସେ ଦୀର୍ଘ ୪୪ ବର୍ଷ କଳାହାଣ୍ଡି ତହସିଲ ରେ ରାଜସ୍ୱ ନିରୀକ୍ଷକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ଅବସର ଗ୍ରହଣ କରିବା ପରେ ଲାଞ୍ଜିଗଡ଼ କୁଟିଆ କନ୍ଧ ଡେଭେଲପ ମେଣ୍ଟ ଏଜେନ୍ସି ରେ ପୁନର୍ବାର ନିଯୁକ୍ତି ପାଇ କାର୍ଯ୍ୟ ତୁଲାଉ ଥିଲେ। ହେଲେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ତିନି ପୁଅ ଦୁଇ ଝିଅ ଙ୍କ ସମେତ ବହୁ ଗଣମାନ୍ୟ ବ୍ୟକ୍ତି ଅନ୍ତେଷ୍ଟି ସମୟରେ ଉପସ୍ଥିତ ଥିଲେ। ବଡ଼ ପୁଅ ମନୋଜ କୁମାର ନାଏକ, କୌଶିକ ନାଏକ ଓ ଖୀରସିନ୍ଧୁ ନାଏକ ମୁଖାଗ୍ନି ଦେଇଥିଲେ। ଏହି ଦୁଃଖଦ ଘଟଣା ରେ କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା, ଉମାଶାଙ୍କର କର, ବିଜୟ ଦିବେଦୀ,ରଜନୀକାନ୍ତ ମିଶ୍ର, ସୁନୀଲ ଚନ୍ଦ୍ର ନାୟକ, ଅଜିତ ସିଂ, ସତ୍ୟନାରାୟଣ ମହାପାତ୍ର, ବିକାଶ ଷଡ଼ଙ୍ଗୀ, ରାଜକୁମାର ସିଂ ଦେଓ, ଜଷ୍କେଟନ ଢଂଗଡା ମାଝୀ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ପୂର୍ବତନ ସାଂସଦ ସୁବାଷ ନାୟକ ସମେତ ବହୁ ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମ ନି ସ 

Related posts

ରସାୟନ ବିଜ୍ଞାନ ବିଭାଗରେ ସେମିନାର

Sunil Chandra Nayak

ଡାବୁଗାଁରେ ଡାକ ମେଳା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା କ୍ରାନ୍ତିର କଲ୍ଲୋଳ

Sunil Chandra Nayak

Leave a Comment

error: Content is protected !!