ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ତେରାପନ୍ତ ଯୁବକ ପରିଷଦ ତରଫରୁ ରକ୍ତଦାନ ଶିବିର, ୬୫ ୟୁନିଟ୍ ରକ୍ତ ସଂଗ୍ରହ

ଉତ୍କେଲା ତେରାପନ୍ତ ଯୁବକ ପରିଷଦ ତରଫରୁ ରକ୍ତଦାନ ଶିବିର, ୬୫ ୟୁନିଟ୍ ରକ୍ତ ସଂଗ୍ରହ

ଉତ୍କେଲା,୩୦/୦୯,ନିପ୍ର:ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ଆନୁକୂଲ୍ୟ ରେ ତେରପନ୍ତ ଯୁବକ ପରିଷଦ ଉତ୍କେଲା ଦ୍ୱାରା ବୃହତ ରକ୍ତଦାନ ଶିବିର ସ୍ଥାନୀୟ ତେରାପନ୍ଥ ଭବନ ରେ ଆୟୋଜିତ ହୋଇଥିଲା। ଉତ୍କେଲା ତେରାପନ୍ତ ଯୁବକ ପରିଷଦ ସଭାପତି ବର୍ଦ୍ଧମାନ ଜୈନ ଙ୍କ ଅଧ୍ୟକ୍ଷତାରେ ରେ ଆୟୋଜିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଡ଼.ନାରାୟଣ ପଣ୍ଡା ଏବଂ ଫାର୍ମାଷିଷ୍ଟ ଅଶୋକ କୁମାର ପାତ୍ର ଯୋଗଦାନ କରିଥିଲେ। ସଂଯୋଜକ ବିବେକ କୁମାର ଜୈନ,ଙ୍କ ସହ ତେରାପନ୍ଥ ର ସମସ୍ତ ସଦସ୍ୟ ବୃନ୍ଦ ପୁର୍ଣ ସହଯୋଗ କରିବା ଦେଖିବାକୁ ମିଳିଥିଲା।

ବିଶ୍ୱର ସର୍ବ ବୃହତ ରକ୍ତ ଦାତା ସଂସ୍ଥା ଅଖିଳ ଭାରତୀୟ ଟେରାପନ୍ଥ ଯୁବକ ପରିଷଦ ତରଫରୁ ତା-୨୫-୦୯-୨୦୨୩ ସେପ୍ଟେମ୍ବେର ୨୦୨୩ ଠାରୁ ୦୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଶିବିର ଆୟୋଜନ କରାଯାଇଛି। ଏଥିରେ ଟେରାପନ୍ଥ ଯୁବକ ପରିଷଦ ଉତ୍କେଲା ତରଫରୁ ୩୦ ସେପ୍ଟେମ୍ବର ୨୦୨୩ ଶନିବାର ଦିନ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ପାରିଥିଲା।ଏଥିରେ ତେରାପନ୍ଥ ଯୁବକ ପରିଷଦ ର ସମସ୍ତ ସଦସ୍ୟ ଏବଂ ଜୈନ ସ୍ୱେତାମ୍ବର୍ ତେରାପନ୍ଥ ସଭା ର ସଦସ୍ୟ ଙ୍କ ସହ ବିମଳ କୁମାର ଜୈନ ର ବିଶେଷ ସହଯୋଗ ଦେଖିବାକୁ ମିଳିଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୭୦ ଜଣ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟତା ଉପକରଣ ବଣ୍ଟନ 

masiha

ସାଇ ଭ୍ୟାଲି ୱାର୍ଲ୍ଡ ଇନଷ୍ଟିଚ୍ୟୁଟ୍ ରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଆରମ୍ଭ ଆୟୋଜନ

Sunil Chandra Nayak

ଗୋପବନ୍ଧୁ ପାଠାଗାରର ଦ୍ବାବିଂଶତମ ଦ୍ବିଦିବସୀୟ ବାର୍ଷିକ ଉତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!