ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ଼ ରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ରାଜ୍ୟ ବିଜେପି ସଭାପତି 

ଧର୍ମଗଡ଼ ରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ରାଜ୍ୟ ବିଜେପି ସଭାପତି 

ମା ଭଣ୍ଡାର ଘରଣୀ ଙ୍କ ପୀଠ ରୁ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନ ମେରା ମିଟି ମେରା ଦେଶ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ମନ୍ଦିର ପରିସର ରୁ ମାଟି ସଂଗ୍ରହ କରି ଥିଲେ….

ଆଜି ଧର୍ମଗଡ଼ ଠାରେ ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ସରୋଜ କୁମାର କର, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ସୋନପୁର ଜିଲ୍ଲା ପ୍ରଭାରୀ ଭବେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜୟ ଶଙ୍କର ନାଏକ, ଉପସଭାପତି ଲକ୍ଷ୍ମୀକାନ୍ତ ବାଗ ପ୍ରମୂଖ ମଞ୍ଚସିନ ଥିଲେ ।

ରାଜ୍ୟ ସଭାପତି ଶ୍ରୀ ସାମଲ ତାଙ୍କ ଦଳ ଶାସନ କୁ ଆସିଲେ ନବୀନ ସରକାର ୨୫ ବର୍ଷ ରେ ଯେତେ ଜନ ହିତକର କାର୍ଯ୍ୟ କରିଛି ତାହା ପାଞ୍ଚ ବର୍ଷ ମଧ୍ୟରେ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଙ୍କୁ ଗୋଟିଏ ସଭା ସ୍ଥଳ ରେ ତାଙ୍କ ସୁରକ୍ଷା କର୍ମୀ କରିଥିବା ଅଶାଳୀନ ବ୍ୟବହାର କୁ ସମାଲୋଚନା କରିବା ସହିତ ଓଡ଼ିଶରେ ରାଜ ନେତା ଙ୍କ ନୁହଁ ପ୍ରଶାସନ ର ସରକାର ଚାଲିଛି ବୋଲି କହି ଥିଲେ।ତାଙ୍କ ଦଳ କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ବିଜୟୀ ହେଲେ ସମଗ୍ର କଳାହାଣ୍ଡି ଜିଲ୍ଲା କୁ ଶସ୍ୟ ଶ୍ୟାମଳ କରିବା ପାଇଁ ବିଭିନ୍ନ ପ୍ରକାର ର ସୁ ବ୍ୟବସ୍ଥାକରିବେ ବୋଲି କହି ଥିଲେ । ଓଡିଶା ରେ ସ୍ୱଚ୍ଛ ଓ ନିର୍ମଳ ଶାସନ କରିବା ପାଇଁ ଦଳ ର ସମସ୍ତ କର୍ମୀ ବୁଥ ସ୍ତର କୁ ଯାଇ ସଂଗଠନ କୁ ମଜଭୁତ କରିବାପାଈଁ ସେ ପରାମର୍ଶ ଦେଇଥିଲେ । ଲୋକ ଙ୍କ ଆବଶ୍ୟକତା କୁ ନେଇ ଦଳ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବ ବୋଲି କର୍ମୀ ଙ୍କୁ ଆହ୍ୱାନ ଦେଇଥିଲେ ।ଧର୍ମଗଡ଼ ନଗରପାଳ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହାପରେ ରାଜ୍ୟ ସଭାପତି ଙ୍କ ଅଧ୍ୟକ୍ଷତା ରେ ଭାଜପା କାର୍ଯ୍ୟ କର୍ତ୍ତାମାନେ ଭଣ୍ଡାର ଘରଣୀ ଙ୍କ ପୀଠ ରୁ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନ ମେରା ମିଟି ମେରା ଦେଶ କାର୍ଯ୍ୟ କ୍ରମ ର ଶୁଭାରମ୍ଭ କରି ମନ୍ଦିର ପରିସର ରୁ ମାଟି ସଂଗ୍ରହ କରି ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଦ୍ୟୁତ୍ ବିଭ୍ରାଟ କୁ ନେଇ ବିଜେପିର ହଡତାଳ

କର୍ଣ୍ଣାଟକ ନିର୍ବାଚନ – ଗୁପ୍ତ ଭାବେ ଗଛରେ ରଖା ଯାଇଥିବା ଏକ କୋଟି ଟଙ୍କା ଆଇ ଟି ବିଭାଗ ଦ୍ଵାରା ଜବତ

Sunil Chandra Nayak

ବିଜେପି ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ

masiha

Leave a Comment

error: Content is protected !!