ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ରେ ଜୁନାଗଡ଼ ନଗରପାଳଙ୍କୁ ଅଣ୍ଡାମାଡ଼କୁ ବିରୋଧ କଲା କ୍ରିୟାନୁଷ୍ଠାନ କମିଟି

ଧର୍ମଗଡ଼ ରେ ଜୁନାଗଡ଼ ନଗରପାଳଙ୍କୁ ଅଣ୍ଡାମାଡ଼କୁ ବିରୋଧ କଲା କ୍ରିୟାନୁଷ୍ଠାନ କମିଟି

ଜୁନାଗଡ଼,୭/୧୦(ମ ନି ସ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀନେଇ ଆଜି ଧାରଣା ୨୯ ଦିନରେ ପହଞ୍ଚିଛି । ଆଜି ଜୁନାଗଡ଼ ନଗରପାଳ ଧର୍ମଗଡ଼ ଯାଇ ଫେରୁଥିବା ବେଳେ ଧର୍ମଗଡ଼ ନିକଟସ୍ଥ କାଶିବାହାଲ ଠାରେ କିଛି ଯୁବକ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କୁ ଗାଡି କୁ ଅଣ୍ଡାମାଡ଼ କରି ଗୋବ୍ୟାକ ନାରା ଦେଇଥିଲେ । ଏହି ଅଣ୍ଡାମାଡ଼କୁ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋରନିନ୍ଦା କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼ ସମାନ୍ତରାଳ ଭାବେ ଜିଲ୍ଲା ପାଇଁ ଦାବୀ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜୁନାଗଡ଼ବାସୀ କେବଳ ରାଜ୍ୟ ସରକାରଙ୍କୁ ଜିଲ୍ଲା ମାନ୍ୟତା ପାଇଁ ଆଜକୁ ୨୯ ଦିନ ହେଲା ଧାରଣା ଦେଇଛନ୍ତି ଓ ସରକାର ଯେତେଦିନ ପର୍ଯ୍ୟନ୍ତ ଦାବୀକୁ ନ ମାନନ୍ତି ସେତେ ଦିନ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ । ଗତ ୪ ତାରିଖ ଦିନ ମଧ୍ୟ ଜୁନାଗଡ଼କୁ ଆସି ଜୋର ଜବରଦସ୍ତ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ । ଆଜି ର ଏଭଳି କାର୍ଯ୍ୟ କୁ ନେଇ ଆଜି ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ଫୋନ ଯୋଗେ ଧର୍ମଗଡ଼ କ୍ରିୟାନୁଷ୍ଠାନ କମିଟିକୁ ଜଣାଇଥିଲେ । ହେଲେ ଧର୍ମଗଡ଼ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଏହି ଅଣ୍ଡାମାଡ଼କୁ ନିନ୍ଦା କରିବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟ କୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରକାଶ କରିଥିଲେ । 

ଆଜିର ଏହି ନିନ୍ଦା ପ୍ରସ୍ତାବ ବୈଠକରେ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼, ସମ୍ପାଦକ ସନ୍ତୋଷ ସିଂହଦେଓ,ନରେନ୍ଦ୍ର କ୍ଷିତି, ସଂଯୋଜକ ତଥା ନଗରପାଳ ମୁକେଶ ଅଗ୍ରୱାଲ, ପ୍ରଭାତ ଦାଶ, ଉଗ୍ରେସନ କନ୍ଦପାନ, ରାଜେଶ ଅଗ୍ରୱାଲ, ପ୍ରଶାନ୍ତ ନିଆଲ, ବିକାଶ ପଟ୍ଟନାୟକ, ମହମ୍ମଦ ସରିଫ, , କୁମାର ମଣି ଦୁର୍ଗା, ରଜନୀ କାନ୍ତ ମିଶ୍ର, ବିକ୍ରାନ୍ତ ପଟ୍ଟନାୟକ, ସୁଶୀଲ ଠାକୁର, ଅମିତ ଅଗ୍ରୱାଲ, ପ୍ରମୋଦ ବଣିଆ, ପରମାନନ୍ଦ ପ୍ରଧାନ, ସୂର୍ଯ୍ୟ ନାରାୟଣ ପଣ୍ଡା ସମେତ କ୍ରିୟାନୁଷ୍ଠାନ କମିଟିର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ SVEEP ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବର୍ଷା ମାସ ପହଁଞ୍ଚିଲାଣି ସୋଫା ହୋଇପାରୁନି ପୂର୍ତ୍ତ ବିଭାଗ ନାଳର ଆବର୍ଜନା 

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!