ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ମଦ ଜବତ, ଜଣେ ଗିରଫ 

ଦେଶୀ ମଦ ଜବତ, ଜଣେ ଗିରଫ 

ଡାବୁଗାଁ, ୧୨/୧୦ (ମ.ନି.ସ.)- ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଧାମନାଗୁଡା ଗ୍ରାମର ଗୋପୀ କଲାର ଚୋରା ଦେଇ ମଦ ବିକ୍ରି କରୁଥିବା ଖବରପାଇ ଅବକାରୀ ବିଭାଗ ତାଙ୍କ ଘରେ ଚଢାଉ କରି ୨୦ ଲିଟର ଦେଶୀ ମଦ ଜବତ କରିଛନ୍ତି | ଏଥିରେ ସମ୍ପୃକ୍ତ ଗୋପୀ କଲାର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୨୧/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଏଥିରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ଏଏସଆଇ ସୁରେନ୍ଦ୍ର ପଣ୍ଡା, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋଇ ଓ ସୁରେଖା ଭତରା ପ୍ରମୁଖ ଚଢାଉ ରେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିପୁଳ ପରିମାଣର ସାର ଜବତ

masiha

ଓଡିଶା ଛତିଶଗଡ ବନ ବିଭାଗର ମିଳିତ ଅପରେସନ , କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ।ଡିଲ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ, ଗୋଟିଏ କଲରାପତରିଆ ବାଘଛାଲ ଜବତ,୬ ଶିକାରୀ ଗିରଫ 

masiha

ଗୋଟିଏ ରାତ୍ରୀରେ ରାଇରଙ୍ଗପୁର ଟାଉନ ଥାନା ଅଂଚଳରୁ ଵୋଲେରୋ ଏବଂ ଗ୍ରାମାଞ୍ଚଳ ଥାନା ଅଂଚଳରୁ ଟ୍ରାକ୍ଟର ଚୋରୀ ; ପୋଲିସ ଚିନ୍ତାରେ 

masiha

Leave a Comment

error: Content is protected !!