ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀ ବସ ଚଳାଚଳ ଓ ଭିତି ଭୂମି ନେଇ ପ୍ରସ୍ତୁତି ବୈଠକ

ଲକ୍ଷ୍ମୀ ବସ ଚଳାଚଳ ଓ ଭିତି ଭୂମି ନେଇ ପ୍ରସ୍ତୁତି ବୈଠକ

ଜୁନାଗଡ଼,୧୯/୧୦(ମ ନି ସ)ଜୁନାଗଡ ବ୍ଲକ ସଭାଗୃହ ଠାରେ ଲକ୍ଷ୍ମୀ ବସ ଚଳାଚଳ ଓ ଭିତି ଭୂମି ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟ କ୍ରମ ରେ ଜୁନାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଳାହାଣ୍ଡି ଜିଲ୍ଲା ସହକାରୀ ପରିବହନ ଅଧିକାରୀ ସ୍ୱଦେଶ କୁମାର ପାତ୍ର, ଜୁନାଗଡ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଲାଲ ହିଅlଲ ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ,ରାଜେନ୍ଦ୍ର ଭୋଇ, ପଞ୍ଚାୟତ ଓ ଜୁନାଗଡ଼ ବ୍ଲକ ପରିବହନ ସୁପରଭାଇଜର ପାର୍ବଣ ମସରା ପ୍ରମୁଖ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ରେ ନୂତନ ଭାବେ ଚଳାଚଲ କରିବାକୁ ଥିବା ଲକ୍ଷ୍ମି ବସ୍ ଯୋଜନା ଅନୁଯାଇ ଜୁନାଗଡ ବ୍ଲକ କୁ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରୁଟ ରେ ୬ଗୋଟି ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି l ଏହି ପରିପ୍ରେକ୍ଷୀରେ ୪୨ ଗୋଟି ବସ୍ ଷ୍ଟପ୍ ବ୍ଲକ ରେ ନିର୍ମାଣ ହେବ l ସେଠି ମଧ୍ୟରୁ ୩୧ ଟି ନୂତନ ଏବ୍ଂ ୧୨ ଗୋଟି ବସ୍ ଷ୍ଟାଣ୍ଡ ର ପୁନରୁଦ୍ଧାର ହେବ l ଏହି ବସ୍ ଚାଳl ଚଲ ପାଇଁ ଅତିଶୀଘ୍ର ଏହି ସବୁ ଭିତ୍ତିଭୁମି ପାଇଁ କାର୍ଯ୍ୟ ଆରମ୍ଭ ହେବ ଏବ୍ଂ ସମାପ୍ତ ହେବ ସେଥିନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଏଥି ସହ ଜୁନାଗଡ ନୂତନ ସରକାରୀ ବସ୍ ଷ୍ଟାଣ୍ଡ ରେ ଥିବା ଦୋକାନ ଗୃହ ର ନିଲାମ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାପାଇ ମଧ୍ଯ ନିଷ୍ପତ୍ତି ନିଆଯାଇଥିଲା l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ୍ 

Related posts

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ପାଇଁ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ଶାଖାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

ଆଦର୍ଶ ପାଠାଗାରର ନବମ ସଂଧ୍ୟା

Sunil Chandra Nayak

Leave a Comment

error: Content is protected !!