ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ଯୁବକ ସଂଘ,ବଡ଼ ଡାଳିମା ଆନୁକୂଲ୍ୟରେ ୬୩ ତମ ଦୁର୍ଗାପୂଜା 

ବାସନ୍ତୀ ଯୁବକ ସଂଘ,ବଡ଼ ଡାଳିମା ଆନୁକୂଲ୍ୟରେ ୬୩ ତମ ଦୁର୍ଗାପୂଜା 

 ମୟୂରଭଞ୍ଜ -୨୪/୧୦ ( ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଵ୍ଳକର ବଡଡାଳିମା ପଞ୍ଚାୟତର ବଡଡାଳିମା ଗ୍ରାମର ମହାପାତ୍ର ସାହିର ବାସନ୍ତୀ ଯୁବକ ସଂଘ ଆନୁକୂଲ୍ୟରେ ୧୯୬୩ ମସିହାଠାରୁ ନିରଵର୍ଛିନ୍ନ ଭାବରେ ଦୁର୍ଗାପୂଜା ମହାସମାରୋହରେ ପାଳନ କରାଯାଉଛି ।ଏହି ପାର୍ବଣ ଉତ୍ସବ ପ୍ରଥମେ ବୀର ଚରଣ ମହାପାତ୍ର,ହରିଚରଣେ ମହାପାତ୍ର, ଦୟାନିଧି ମହାପାତ୍ର, ଲକ୍ଷ୍ମୀ ନାରାୟଣ ମହାପାତ୍ର ଏବଂ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ମା’ ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ।ଚଳିତ ବର୍ଷ ବାସନ୍ତୀ ଯୁବକ ସଂଘ ପୂଜା କମିଟି କମିଟି ତରଫରୁ ଜାକଜମକରେ ମା’ଙ୍କ ଶାରଦୀୟ ପୂଜା ରୀତିନୀତି ଅନୁସାରେ ଵ୍ରାହ୍ମଣ ପଣ୍ଡିତଙ୍କ ଦ୍ବାରା ପାଳନ କରାଯାଉଛି ଶକ୍ତି ସ୍ବରୂପିଣୀ ମା’ ଦୁର୍ଗାଙ୍କ ଦର୍ଶନ ଲାଗି ଭକ୍ତ ପୂଜା ମଣ୍ଡପକୁ ଯାଇ ମା’ ଙ୍କ ଦର୍ଶନ କରୁଥିବା ଦେଖାଯାଉଛି । ଅଷ୍ଟମୀରେ ପ୍ରବଳ ଗହଳି ଥିଲା ନବମୀ ସନ୍ଧିରେ ପଶୁବଳି ବଦଳରେ କଖାରୁ ବଳି ପଡ଼ିଥାଏ ।ଏଠାରେ ବୈଷ୍ନଵ ମତ ଅନୁସାରେ ପୂଜା କରାଯାଇଥାଏ ।ଆଖପାଖରେ ହଜାର ହଜାର ଶ୍ରଦ୍ଧାଳୁ ନଡ଼ିଆ,କଦଳୀ ଭୋଗ ନୈବେଦ୍ୟ ଲଗାଇ ମା’ ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଉଛନ୍ତି । ଏଠାରେ ମାନସିକଧାରୀ ମାନେ ପୂଜାର୍ଚ୍ଚନା ପରେ ମା’ ସେମାନଙ୍କ ମନବାଞ୍ଛା ପୂରଣ କରିଥାନ୍ତି ବୋଲି ଶ୍ରଦ୍ଧାଳୁମାନେ କୁହନ୍ତି ।ଏହି ଶାରଦୀୟ ପୂଜା କମିଟିରେ ଅମିତ ବସା,ନିର୍ମଳ ମହାପାତ୍ର , ସାମିଲ ମହାପାତ୍ର, ବିକାଶ ମହାପାତ୍ର, ନିରଞ୍ଜନ ମହାପାତ୍ର,ଉତ୍ତମ ମହାପାତ୍ର,ସଂଜିବ ମହାପାତ୍ରବିଭୂତି ମହାପାତ୍ର, ଲୋକନାଥ ବିହାରୀ,ନିଲୁ ମହାପାତ୍ର ,ଜୁଲୁ ମହାପାତ୍ର,ରାଜୁ ବସା,ବିଜୁ ବସା,ଗଣେଶ ବସା ଏବଂ ଅନ୍ୟ ସଂଘର କାର୍ଯ୍ୟକର୍ତ୍ତା ମାନେ ଶୃଙ୍ଖଳାର ସହ ପରିଚାଳନା କରୁଛନ୍ତି ।୩ ଦିନ ଧରି ସମଗ୍ର ତିରିଂ ଏବଂ ବଡଡାଳିମା ବଜାର ଉତ୍ସବ ମୁଖର ହୋଇ ଉଠିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ନିଆଁ ଲାଗି ଧାନ ଗଦା ପୋଡ

masiha

ବିମାନ ବନ୍ଦର ସମ୍ପ୍ରସାରଣ ମାମଲା ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

ପାୟଲ ର ୩୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୧ ରେ……

masiha

Leave a Comment

error: Content is protected !!