ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଲେଟ ମିଶନ ତରଫରୁ ଅଞ୍ଚଳାରେ ମିଲେଟ ମଦର କାର୍ଯ୍ୟକ୍ରମ 

ମିଲେଟ ମିଶନ ତରଫରୁ ଅଞ୍ଚଳାରେ ମିଲେଟ ମଦର କାର୍ଯ୍ୟକ୍ରମ 

ଡାବୁଗାଁ, ୨/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ପଞ୍ଚାୟତ କାର୍ଯ୍ୟ|ଳୟରେ ଆନ୍ତର୍ଜାତିୟ କ୍ଷୁଦ୍ରଶସ୍ୟ ବାର୍ଷିକ ମହୋତ୍ସବ ୨୦୨୩ ଉପଲକ୍ଷେ ଓଡିଶା ମିଲେଟ ମିଶନ ତରଫରୁ ଡାବୁଗାଁ ଡେମୋ କ୍ରାଟିକ ଆକ୍ସନ ଦ୍ଵାରା ମିଲେଟ ମଦର କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ କ୍ଷୁଦ୍ର ଶସ୍ୟର ଆବଶ୍ୟକତା ବ୍ୟବହାରିତା ପୋଷକ ତଥ୍ୟ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା ବର୍ତ୍ତମାନ ର ପରିବର୍ତନସିଲ ପାଣିପାଗ କୁ ଦୃଷ୍ଟିରେ ରଖି କ୍ଷୁଦ୍ରଶସ୍ୟ ଚାଷ ଅତ୍ୟନ୍ତ ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଓଡିଶା ମିଲେଟ ମିଶନ ବ୍ଲକ ସଂଯୋଜକ ନବୀନ ମହୁରୀଆ କହିଥିଲେ l ଉପସ୍ଥିତ ସମସ୍ତ ପ୍ରତି ଭାଗୀଙ୍କୁ ଦୈନନ୍ଦିନ ଭଜନ ରେ କ୍ଷୁଦ୍ର ଶସ୍ୟ କୁ ଗ୍ରହଣ କରିବାକୁ ଉତ୍ସାହ ଦେଇଥିଲେ ଏହା ଦ୍ଵାରା ଗର୍ବବତୀ ମହିଳା, ଶିଶୁ, ବୃଦ୍ଧଙ୍କର ଆବଶ୍ୟକ ପୋଷକ ତତ୍ଵ ମିଳି ପାରିବ ଏବଂ ଚାଷୀଙ୍କୁ ଉପଯୁକ୍ତ ଦର ମିଳି ପାରିବ l ଏହା ସହିତ ମାଣ୍ଡିଆରେ ପ୍ରସ୍ତୁତି ଖାଦ୍ୟ ସମସ୍ତ ସେବନ କରିଥିଲେ l ଅଞ୍ଚଳା ସରପଞ୍ଚ ରମେଶ ମାଝି, ସମିତି ସଭ୍ୟ ଭଗବତୀ ହରିଜନ, ୱାର୍ଡ଼ ମେମ୍ବର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏମବିକେ, ୭ଟି ମହିଳା ସ୍ଵୟଂ ସହାୟକ ଦଳ ର ସଭ୍ୟା ବୃନ୍ଦ ଯୋଗଦାନ ଦେଇଥିଲେ l ଏଥିରେ ଏଫପିଓ ର ମୁଖ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ଜଏଲ, ସିଆରପି ବସନ୍ତ ପୂଜାରୀ, ମମତା ମାଳୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି ବୈଠକ କୁ ଅତିରିକ୍ତ ବ୍ଲକ ସଂଯୋଜକ ସସ୍ମିତା ବୋଲବନ୍ତ ରାୟ ଏବଂ ଅଭୟ ନାୟକ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ପିସିଏମ ସ୍କୁଲ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ; ୬୫ ଛାତ୍ରଛାତ୍ରୀଙ୍କୁ ୯୩ ଉପକରଣ ବଣ୍ଟନ 

Sunil Chandra Nayak

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାର୍ବତୀ ମାର୍ଣ୍ଡୀଙ୍କ ସଫଳତା

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତ୍ରୟ ମାସିକ ଟାସ୍କ ଫୋର୍ସ ବୈଠକ

Leave a Comment

error: Content is protected !!