ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ସରିଲା ଲାଞ୍ଜିଗଡ଼ ବ୍ଲକ ଆମ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ମହିଳାମାନେ ହଇରାଣ ହେଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଅଣଦେଖା

ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ସରିଲା ଲାଞ୍ଜିଗଡ଼ ବ୍ଲକ ଆମ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ମହିଳାମାନେ ହଇରାଣ ହେଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଅଣଦେଖା

ଲାଞ୍ଜିଗଡ଼,୦୩/୧୧(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆଜି ଅବ୍ୟବସ୍ଥାରେ ଆରମ୍ଭ ହୋଇ ଅବ୍ୟବସ୍ଥା ମଧ୍ୟରେ ଶେଷ ହୋଇଛି ! ବ୍ଲକର ୨୬ଗୋଟି ପଞ୍ଚାୟତରୁ ଶହଶହ ମହିଳାଙ୍କୁ କାର୍ଯ୍ୟକ୍ରମ ପାଇଁ ଅଣାଯାଇ ଯେପରି ହଇରାଣ କରାଯାଇଥିଲା, ମହିଳାମାନେ ବ୍ଲକ ପ୍ରଶାସନ ବିଶେଷ କରି ନେବା ଆଣିବା ଦାୟିତ୍ବରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକମାନଙ୍କୁ ଶୋଧୁଥିବା ଦେଖିବାକୁ ମିଳିଥିଲା ! ଆମକୁ ଟିଭି ଦେଖାଇବାକୁ ରାତିରୁ ଘରୁ ଉଠାଇ ଆଣିଲେ ବୋଲି ବହୁ ମହିଳା ବିଷୋଦଗାର କରୁଥିବା ଦେଖିବାକୁ ମିଳିଥିଲା ! ବଡ଼ି ଭୋରରୁ ମହିଳାମାନଙ୍କୁ ଘରୁ ବିଶ୍ବନାଥପୁର ନିଆଯାଇଥିବାବେଳେ ଜଳଖିଆ ବାବଦକୁ ବିସ୍କୁଟ ପ୍ୟାକେଟ୍ ଟିଏ ଧରାଇ ଦିଆଯାଇଥିଲା ! ଏପରିକି ମହିଳାମାନଙ୍କୁ ନେବା ଆଣିବା ଦାୟିତ୍ବରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକମାନଙ୍କ ଅବହେଳା ଯୋଗୁଁ ପିଲାଛୁଆ ନେଇ ବିଶ୍ବନାଥପୁର ଯାଇଥିବା ବହୁ ମହିଳା ହଇରାଣର ଶିକାର ହୋଇଥିଲେ ! ସେହିପରି ଲକ୍ଷ୍ମୀ ବସରେ ଯାଇଥିବା ଲାଞ୍ଜିଗଡ଼ ରୋଡ଼, କଦମ୍ବଗୁଡ଼ା, ଭୁର୍ଟିଗଡ଼, କମର୍ଦ୍ଧା ଓ ଗୋବର୍ଦ୍ଧନପୁର ପଞ୍ଚାୟତର ବହୁ ମହିଳା ଫେରିବା ବେଳେ ବସ୍ ଖରାପ ହୋଇଯିବାରୁ ପିଲାଛୁଆ ଧରି ସନ୍ଧ୍ୟା ଯାଏଁ ବସିରହିବା ଦ୍ରୁଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା ! ଏପରିକି ଗୋବର୍ଦ୍ଧନପୁର ପଞ୍ଚାୟତର ବହୁ ମହିଳାଙ୍କ ତାଲିକା କରାଯାଇଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସେମାନଙ୍କୁ ଗାଡ଼ି ଯୋଗେ ନିଆଅଣା କରିବାରେ ବିଫଳ ହୋଇଥିଲେ ! ଯାହା ଫଳରେ ବହୁ ମହିଳା ନିଜ ନିଜ ବ୍ୟବସ୍ଥାରେ ବିଶ୍ବନାଥପୁର ଯାଇ ନିରାଶ ହୋଇ ଫେରିଥିଲେ ! ଏପରିକି ଏଇ ପଞ୍ଚାୟତର ଗାଡି଼ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କ ଦାୟିତ୍ବହୀନତା ଯୋଗୁଁ ବହୁ ମହିଳା ବ୍ୟାପକ ହଇରାଣ ହରକତ ହୋଇଥିଲେ ! ସେହିପରି ସଭାସ୍ଥଳରେ ମଧ୍ୟ ଆଜି ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ! ଶୋଷରେ ଆଉଟୁପାଉଟୁ ହେଉଥିବା ପିଲାଛୁଆ ଓ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ପାଣି ଟୋପାଏ ସୁଦ୍ଧା ଦେବାକୁ କେହିନଥିଲେ ! ସବୁଠୁ ବେଶି ଅବ୍ୟବସ୍ଥା ଦେଖାଦେଇଥିଲା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରେସ୍ ଗ୍ୟାଲେରୀରେ ! ନାମକୁ ମାତ୍ର ପ୍ରେସ୍ ଗ୍ୟାଲେରୀ ଥିବାବେଳେ ସାମ୍ବାଦିକମାନଙ୍କ ଉଦ୍ଦିଷ୍ଟ ଚୌକିଗୁଡ଼ିକୁ ଅଣସାମ୍ବାଦିକ, ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ମାଡ଼ି ବସିଥିଲେ ! ଫଳରେ ସାମ୍ବାଦିକମାନଙ୍କୁ ଖବର ପ୍ରସ୍ତୁତିରେ ସମସ୍ୟା ଦେଖା ଦେଇଥିଲା ! ସମସ୍ତଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା ଥିବାବେଳେ ଖାଇବାକୁ ତ ଦୂରର କଥା ସାମ୍ବାଦିକମାନଙ୍କୁ ପାଣି ଟୋପାଏ ପାଇଁ କେହି ପଚାରିନଥିଲେ ! ଏପରି ଅବ୍ୟବସ୍ଥା ଯୋଗୁଁ ଗତ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଭବାନୀପାଟଣାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଣଦେଖାକୁ ପ୍ରତିବାଦ କରି ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ ! ବିଶ୍ବନାଥପୁରଠାରେ ଆୟୋଜିତ ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଠିକ୍ ତାହାର ପୁନରାବ୍ରୁତ୍ତି ହେଲା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଜୁଳୁଜୁଳୁ କରି ଚାହିଁବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା ! ଆଜିର କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ହେଁ କିଛି ଅଧିକାରୀ, ପିଇଓ, ଜିଆର୍ ଏସ୍ ମାନଙ୍କ ଦାୟିତ୍ବହୀନତା ଯୋଗୁଁ ଫସର ଫାଟିଲା ବୋଲି ଆଲୋଚନା ହେଉଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଶେଷରେ ମୁକୁଳିଲା ବନ୍ଧା ପଡ଼ିଥିବା ସାର୍ଟିଫିକେଟ୍

Sunil Chandra Nayak

ରାଇଘର ଲ୍ୟାମ୍ପ ଏମଡି ନିରାକାର ରାଉତ ନିଲମ୍ବିତ  ମଣ୍ଡିରେ ଧାନ ଦେଇ ଚାଷୀ ଟଙ୍କା ନପାଇବା ଘଟଣା

masiha

ରାୟଗଡାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୫୫୧୯ ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୭୦,୭୯,୩୨୫ ଟଙ୍କା ଆଦାୟ ହୋଇଛି

masiha

Leave a Comment

error: Content is protected !!