ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ ବିଧାନସଭା ରେ ପ୍ରଶ୍ନ

ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ଆବଶ୍ୟକ ପଦକ୍ଷେପ ନିଆଯିବା ପ୍ରତିଶ୍ରୁତି

 ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଧାସଭାରେ ଜିଲ୍ଲା ବାସୀଙ୍କ ପାଇଁ ପ୍ରଶ୍ନ ପଚାରି ଥିଲେ। ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ରେ ରୋଗୀଙ୍କ ହନ୍ତସନ୍ତ ହେବାର ଅନେକ ଦୃଷ୍ଟାନ୍ତ ରହିଅଛି। ସରକାର ଘୋଷଣା କରି ପାସୋରିବା ମନୋବୃତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ଚୟନ ହୋଇଅଛି। ଜିଲ୍ଲା ବାସୀ ପଡୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟର ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ। ଅପରପକ୍ଷେ ରାଜ୍ୟ ବାହାରେ ବି ରୋଗୀଙ୍କ ଅଵସ୍ଥା ଅକଥନୀ ଦୁଃଖରେ ପରିଣତ ହୋଇଥାଏ। ସେଠାରେ ସ୍ବାସ୍ଥ୍ୟ କତ୍ତୃପକ୍ଷ ସରକାର ଠାରେ ବକେୟା ଦେଖାଇ ମାଗଣାରେ ସ୍ବାସ୍ଥ୍ୟ ସେବା ଦେବେ ନାହିଁ କହି ଫେରାଇ ଦେଉଛନ୍ତି। ସେହିପରି ଖଡ଼ିଆଳ ଗସ୍ତରେ ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ କରିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଖଡ଼ିଆଳ ଇଭିଞ୍ଜିକାଳ ସ୍ବାସ୍ଥ୍ୟକେନ୍ଦ୍ର କୁ ସାମିଲ କରିବା ପାଇଁ ଦାବୀ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଆଜି ପାର୍ଯ୍ୟନ୍ତ ଯୋଜନାରେ କାର୍ଯ୍ୟକାରୀ ହୋଇନାହିଁ। କାରଣ କଣ? ମନ୍ତ୍ରୀ ଉତ୍ତର ରଖିବେ କି?  ଆଵଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।   ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଯୁବକ ଦାଦନ ଯାଇ ଶବ ହୋଇ ଫେରିଲା

Sunil Chandra Nayak

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

Sunil Chandra Nayak

ଛତିଶଗଡ ସରକାର ଉଦନ୍ତୀ ନଦୀରେ ବେରେଜ ନିର୍ମାଣ,ସିନାପାଲି ବ୍ଲକ ସୀମାନ୍ତରେ ବେରେଜ ସ୍ଥାନ ଚିହ୍ନଟ, ଓଡିଶା ଛତିଶଗଡ଼ ଜଳବିବାଦ ଘନେଇଲା

Sunil Chandra Nayak

Leave a Comment

error: Content is protected !!