ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଓକିଲ ସଂଘ

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଓକିଲ ସଂଘ

ଜୁନାଗଡ଼୧୩/୧୧(ମ ନି ସ) -ସ୍ଥାନୀୟ ବ୍ଲକ କାର୍ଯ୍ୟlଳୟ ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଚାଲିଥିବା ବେଳେ ବିଭିନ୍ନ ଦାବୀ ନେଇ ଭେଟିଥିଲେ ଓକିଲ ସଂଘ l ଓଡିଶା ସରକାର ଙ୍କ ଆଦେଶ ମତେ ନୂତନ ସବ ରେଜିଷ୍ଟ୍ରସନ ଅଫିସ ତୁରନ୍ତ ଖୋଳାଯାଉ ଓ ଅଫିସ ଖୋଲିବା ପର୍ଯନ୍ତ ଅନ୍ତତ ସଫ୍ତାହକୁ ଦୁଇ ଦିନ ରେଜିଷ୍ଟ୍ରସନ କାମ କରିବା ପାଇଁ ଦାବୀ କରିଥିଲେ l ତା ସହିତ ସକାଳ ଅଫିସ ସମୟରେ ଓ ସନ୍ଧ୍ୟା ରେ ସହର ମଧ୍ୟରେ ଭିଡ଼ କୁ ଦେଖି ଭାରି ଜାନ ବନ୍ଦ କରିବା ଓ ତାଲିମ ପ୍ରାପ୍ତ ଟ୍ରାଫିକ କର୍ମଚାରୀ ରାସ୍ତା ରେ ନିଯୁକ୍ତି କରିବା ଓ ମଦ୍ୟପାନ କରି ଗାଡି ଚଲଉଥିବା ବ୍ୟକ୍ତି ଙ୍କ ଉପରେ ଦୃଢ କର୍ଯ୍ୟାନୁଷ୍ଠାନ ପାଇଁ ଓକିଲ ସଂଘ ଜିଲ୍ଲପାଳ ଙ୍କୁ ଦାବୀ କରିଥିଲେ l

       ସବ ରେଜିଷ୍ଟ୍ରର ନିଯୁକ୍ତି ପର୍ଯ୍ୟନ୍ତ ସଫ୍ତାହକୁ ଦୁଇ ଦିନ ରେଜିଷ୍ଟ୍ରସନ ପାଇଁ ଜିଲ୍ଲାପାଳ ତହସିଲଦାର ଙ୍କୁ ନିର୍ଦେଶ ଦେଇଥିଲେ l ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଜୁନାଗଡ଼ ସହର ସହ କଳାହାଣ୍ଡି ର ସବୁ ସହରରେ ଭିଡ଼ ସମୟରେ ଭାରୀଯାନ ଚଳାଚଳ କୁ ନିଷିଦ୍ଧ କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଏସ ଡି ପି ଓ ଧର୍ମଗଡ଼ ଧୀରଜ ଚୋପଦାର ଙ୍କୁ ନିର୍ଦେଶ ଦେଇ ଥିଲେ l ଓକିଲ ସଂଘ ସଭାପତି ଅଶୋକ କୁମାର ପାତ୍ର, ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଙ୍କ ସହ ମିଳାପ ଚନ୍ଦ ଜୈନ, କାମାକ୍ଷ ବାଗ, ଅନନ୍ତ ବେହେରା, କୈଳାଶ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଜିଲ୍ଲାପାଳ ଙ୍କୁ ଭେଟିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଡିଜିଟାଲ ମିଡ଼ିଆ ସଂଘର ଜାତୀୟ ପ୍ରେସ ଦିବସ ପାଳିତ 

Sunil Chandra Nayak

ସଂକଳ୍ପ ସପ୍ତାହ ଉଦଯାପନ 

masiha

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ  

masiha

Leave a Comment

error: Content is protected !!