ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲିଲି ଇଣ୍ଟରନ୍ୟାସନାଲ ବିଦ୍ୟାଳୟରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ 

ଲିଲି ଇଣ୍ଟରନ୍ୟାସନାଲ ବିଦ୍ୟାଳୟରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ 

କଟକ : କଟକ ସଦର ବୟାଳିଶମୌଜା ସ୍ଥିତ ଲିଲି ଇଣ୍ଟରନ୍ୟାସନାଲ ବିଦ୍ୟାଳୟରେ ୨୦୨୩ – ୨୪ ବର୍ଷର ବିଜ୍ଞାନ ଓ କଳା ପ୍ରଦର୍ଶନୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି | ଏଥିରେ ବିଚାରକ ଭାବରେ ଷ୍ଟୁଆର୍ଟ ସାଇନ୍ସ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ସୁନୀଲ କୁମାର ବିଶ୍ୱାଳ,ସାରସ୍ଵତ ସାଧକ ପ୍ରାଧ୍ୟାପକ ଡ଼କ୍ଟର ସେକ୍ କଲିମୁଲ୍ଲା,ହୃଷିକେଶ ବଳ,ଅକ୍ତର ପରୱେଜ,ଅଞ୍ଜଳି ପଟ୍ଟନାୟକ,ସୁରେନ୍ଦ୍ର ନାଥ ନାୟକ, ହର ମୋହନ ପତି ଏବଂ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସକିଲ ଅକ୍ତର ଖାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ପ୍ରୋଜେକ୍ଟ ଗୁଡିକୁ ମୂଲ୍ୟାୟନ କରିଥିଲେ | ଏଥିରେ ନର୍ସରୀରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ | ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଜାହିର ବେଗଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷା ସାଗରୀକା ପତି,ମ୍ୟାନେଜର ଡ଼ମ୍ବରୁଧର ନାୟକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ଅଭିଭାବକ ମାନେ ସମସ୍ତ ଶ୍ରେୟ ପ୍ରଦାନ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶାନ୍ତିପୂର୍ଣ୍ଣ ଭାବେ ଡ୍ରାଇଭର ମହାସଂଘ ର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

Sunil Chandra Nayak

ବ୍ଲକସ୍ତରୀୟ ରଜ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

masiha

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!