ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ବନବାସୀ ଅଞ୍ଚଳରେ ବାଳକ ବାଳିକାଙ୍କୁ ଶିକ୍ଷା ସଂସ୍କାର ଉପରେ ମାର୍ଗ ଦର୍ଶନ ସହ ବସ୍ତ୍ର ବଣ୍ଟନ

ରାୟଗଡ଼ା ବନବାସୀ ଅଞ୍ଚଳରେ ବାଳକ ବାଳିକାଙ୍କୁ ଶିକ୍ଷା ସଂସ୍କାର ଉପରେ ମାର୍ଗ ଦର୍ଶନ ସହ ବସ୍ତ୍ର ବଣ୍ଟନ

ରାୟଗଡ଼ା : ତା : ୩୦/୧୧/୨୩ ରାୟଗଡ଼ା ବ୍ଳକ ଅନ୍ତର୍ଗତ ସଦର ମହକୁମା କତପେଟା ପଞ୍ଚାୟତର ବିର ନାରାୟଣ ପୁର ନିକଟସ୍ଥ ସିଗ୍ନାପୁର ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଶୀ ଶୀତା ରାମ ପ୍ରସନ୍ନ ହନୁମାନ ଧ୍ୟାନ ମନ୍ଦିର ପ୍ରାଙ୍ଗଣରେ ସନ୍ଥ ଯୋଗୀ ଶ୍ରୀ ଚୈତନ୍ୟ ରାମଜିଙ୍କ ତତ୍ବାବଧାନରେ ଗତ ଏକ ମାସ ଧରି ପବିତ୍ର କାର୍ତ୍ତିକ ମାସରେ ଧ୍ୟାନ ଭଜନ କୀର୍ତ୍ତନ , ସତସଙ୍ଗ ଓ ସନାତ ଧର୍ମ ଉପରେ ମାର୍ଗ ଦର୍ଶନ କରିଆସୁଛନ୍ତି। ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ଅଂସ ଗ୍ରହଣ କରିଥିବା ବିଭିନ୍ନ ଗ୍ରାମର ବାଳୀକାମାନଙ୍କୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସନାତନ ସଂସ୍କୃତି ର ଉତ୍ଥାନ ଏବଂ ଧର୍ମ ର ଭବ୍ୟ ଆଚରଣ କୁ ବୃଦ୍ଧି କରିବା ସହ ଆଗାମୀ ପିଢ଼ି ର ଦିବ୍ୟ ଯିବନ ଉଜ୍ବଳ ଭବିଷ୍ୟତ ହେତୁ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ସମାଜର ପ୍ରତିଷ୍ଠିତ ସଂସ୍କାରିତ ସମ୍ପନ ବ୍ୟକ୍ତିଙ୍କ ଗହଣରେ ସଭାଟି ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଫଳ ଚାଷୀ ସମାଜସେବୀ ଡି ଶ୍ରୀନିବାସ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କର ସୁନ୍ଦର ସଂସ୍କାରିତ ଭବିଷ୍ୟତ ପକ୍ଷରେ ମାର୍ଗ ଦର୍ଶନ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ଶ୍ରମିକ ନେତା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ତାଙ୍କ ଅବିଭାଷଣରେ ସନାତନ ଧର୍ମ ସନାତନ ସଂସ୍କୃତି ଗ୍ରାମ ଗ୍ରାମ ରେ ପହଞ୍ଚାଇବା ରେ ପୂର୍ଣ୍ଣ ପ୍ରୟାସ ରତ ସନ୍ଥ ଯୋଗୀ ଶ୍ରୀ ଚୈତନ୍ୟ ରାମଜିଙ୍କ ପ୍ରୟାସ ଅନୁଯାଇ ଭକ୍ତ ମଣ୍ଡଳୀ କୁ ପ୍ରଶଂସା କରିବା ସହ ଉପସ୍ଥିତ ବାଳକ ବାଳିକା ମାନଙ୍କୁ ମାର୍ଗଦର୍ଶନ କରିବା ସହ ଉତ୍ସାହିତ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ ସମବାୟ ସମିତି ସଭାପତି ଶ୍ରୀ କ୍ରିଷ୍ଣା କଣ୍ଡାଗରି ଏହି ଭଳି ଆୟୋଜନ କରିବାରେ ସହଯୋଗ ପ୍ରଦାନ କରିଥିବା ଡି ଶ୍ରୀନିବାସ ରାଓ ଏବଂ ତାଙ୍କ ମିତ୍ର ବୃନ୍ଦଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ସମସ୍ତ ବାଳକ ବାଳିକାଙ୍କୁ ବସ୍ତ୍ର ବାଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଅମଲାଭଟା ହନୁମାନ ମନ୍ଦିର ସଭାପତି ପି ରମେଶ ବାବୁ , ସିଗ୍ନାପୁର ଗ୍ରାମର ରୁପା ନିଷିକା , କାମେଶ୍ଵର ସାରକା , ସୁରେଶ ନିସିକା , ସଂକିର୍ତ୍ତନ ମଣ୍ଡଳୀ ଗୁରୁଜନ ହଳଧର କାଡ଼ାକା , ମାଲାନା ସାରାକା , ସୁକଦେବ ସାରକା , ଗୈାରୀ ଭାଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୪ ଟି ପଞ୍ଚାୟତ ର ମହିଳା ପୁରୁଷ ଯୁବକ ଯୁବତୀ ସହ ବାଳକ ବାଳିକା ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

masiha

ବିଶ୍ବ ସମ୍ବାଦକେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ସମାରୋହ – ୨୦୨୬

ମେଗାଲିଫ୍ଟ ଚାଷି ଙ୍କ ଆମରଣ ଅନଶନ, ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଓହରିଲେ ଆନ୍ଦୋଳନକାରୀ। ପଞ୍ଜିକରଣ ଆରମ୍ଭ ନ ହେବା ଯାଏଁ ଧାରଣା ଜାରି ରହିବ….

Leave a Comment

error: Content is protected !!