ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ 

ପରିବେଶ ସୁରକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ 

କଟକ : ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ,ବରଗଡ଼ର ପରିବେଶ ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅମ୍ବାଭୋନା ବ୍ଲକ କର୍ଲା ଗ୍ରାମ ନିକଟସ୍ଥ ବାରବଖରା ଠାରେ ଅନୁଷ୍ଠିତ ହୋଇଯାଇଛି l ପରିବେଶ ସୁରକ୍ଷା ମଞ୍ଚ ସଭାପତି ପ୍ରାଧ୍ୟାପକ ପ୍ରମୋଦ କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସମ୍ପାଦକ ପ୍ରକୃତିବଂଧୁ ମୀନକେତନ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ନିଜନିଜ ଅଞ୍ଚଳରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଯୁବ ସମାଜକୁ ପରିବେଶ ସୁରକ୍ଷାରେ ସାମିଲ କରିବା ପାଇଁ ଆହ୍ବାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଡ.ଜୟନ୍ତ କୁମାର ସାହୁ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଭୁକ୍ତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡ.ସୁବୋଧ କୁମାର ତ୍ରିପାଠୀ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ,ପ୍ରକୃତିବଂଧୁ ବିଭୁତି ଭୂଷଣ ମୁଣ୍ଡ,ପ୍ରକୃତିବଂଧୁ ବଡ ଶତପଥୀ, ପ୍ରକୃତିବଂଧୁ ସୁବାସ ଚନ୍ଦ୍ର ସାହୁ ପାଇକମାଲ ବ୍ଲକ,ପ୍ରକୃତିବଂଧୁ ଅନନ୍ତ ମେହେର ପଦ୍ମପୁର ବ୍ଲକ,ପ୍ରକୃତିବଂଧୁ ପ୍ରଦୀପ କୁମାର ବେହେରା, ଶୋଭାଚନ୍ଦ୍ର ପ୍ରଧାନ ସୋହେଲା ବ୍ଲକ, ପ୍ରକୃତିବଂଧୁ ଦିଲ୍ଲୀପ ଚନ୍ଦ୍ର ମହାପାତ୍ର, ପ୍ରକୃତିବଂଧୁ ଗିରିଧାରୀ ଡନସନା,ପ୍ରକୃତିବଂଧୁ ସୁଶାନ୍ତ କୁମାର ପଣ୍ଡା ବରଗଡ଼ ବ୍ଲକ,ପ୍ରକୃତିବଂଧୁ ଧର୍ମରାଜ ପ୍ରଧାନ,ପ୍ରକୃତିବଂଧୁ ଆଶୀର୍ବାଦ ମହାପାତ୍ର (ଅନୁପ)ଅତାବିରା ବ୍ଲକ,ପ୍ରକୃତିବଂଧୁ ସଂଜୀବ କୁମାର ପ୍ରଧାନ ଭେଡେନ ବ୍ଲକ,ପ୍ରକୃତିବଂଧୁ ନୀଳକଣ୍ଠ ସା,ପ୍ରକୃତିବଂଧୁ ଦୟାନିଧି ପ୍ରଧାନ,ସୁଶୀଲ କୁମାର ସାହୁ,ସଞ୍ଜୟ କୁମାର ପ୍ରଧାନ ଭଟଲି ବ୍ଲକ, ପ୍ରକୃତିବଂଧୁ ଭୈରବ ପାତ୍ର ଆମ୍ବାଭୋନା ବ୍ଲକ ପ୍ରମୁଖ ଅଂଶ ଗ୍ରହଣ କରି ପରିବେଶ ସୁରକ୍ଷା ସମ୍ପର୍କୀୟ ବକ୍ତବ୍ୟ ପ୍ରଦାନ କରିଥିଲେ l ଅଭୟାରଣ୍ୟ ନିକଟବର୍ତ୍ତୀ କର୍ଲା ଗ୍ରାମ ଇଡିସି ସଭାପତି ଶୋଭାରାମ ସାହୁ ଓ ଗୋବିନ୍ଦପୁର ଗ୍ରାମ ଇଡିସି ସଭାପତି ସହିତ ଲୋକମାନଙ୍କ ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରାଯାଇଥିଲା l ପକ୍ଷୀଗ୍ରାମ ଗୋବିନ୍ଦପୁର ଗ୍ରାମବାସୀଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଅଭୟାରଣ୍ୟର ଜୀବଜନ୍ତୁ,ଆଗନ୍ତୁକ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ସରକାରଙ୍କ ବିଭିନ୍ନ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଅଭୟାରଣ୍ୟ ପାର୍ଶ୍ଵବର୍ତ୍ତୀ ଗ୍ରାମର ଜନସାଧାରଣଙ୍କ ଜିବିକା ସୁରକ୍ଷୀତ କରାଗଲେ ଅଭୟାରଣ୍ୟ ସୁରକ୍ଷିତ ରହିବ ବୋଲି ମତ ପ୍ରକାଶ ପାଇଥିଲା l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ପାଳନ ହେଲା ବର୍ଣ୍ଣବୋଧ ବଣ୍ଟନ ଉତ୍ସବ

masiha

୪୨ ମୌଜା ବିକାଶ ପରିଷଦ ପକ୍ଷରୁ ଦୁଇ ଦିନିଆ ବାର୍ଷିକ ଉତ୍ସବ 

Sunil Chandra Nayak

ବ୍ଲକ ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ, ଗଣିତ ଓ ପରିବେଶ ମେଳା 

masiha

Leave a Comment

error: Content is protected !!