ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷକ ମେଳା ଅନୁଷ୍ଠିତ   

         କୃଷକ ମେଳା ଅନୁଷ୍ଠିତ       

     ତେନ୍ତୁଳିଖୁଣ୍ଟି: ୦୯/୧୨/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମ୍ମା ପଂଚାୟତ ଅନ୍ତର୍ଗତ ବଗନା ଗୁଡା ଗ୍ରାମ ରେ ଅଞ୍ଚଳର ଶତାଧିକ ଚାଷୀ ଙ୍କୁ ନେଇ କୃଷକ ମେଳା ତେନ୍ତୁଳିଖୁଣ୍ଟି ବ୍ଲକ ଇଣ୍ଟର୍ନେସୋନାଲ ଡେଭାଲପମେଣ୍ଟ ଏଣ୍ଟରପ୍ରାଇଜରସ ଇଣ୍ଡିଆ ର ଜିଲ୍ଲା ସଂଯୋଜକ ତେଜେଶ୍ୱର ପ୍ରଧାନ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୃଷକ ମାନେ ଯେପରି  ସ୍ଵଳ୍ପଖର୍ଚ୍ଚ ରେ ଚାଷ କରି ଅଧିକ ଅମଳ ପାଇବେ।ଉଚିତ ଦରରେ ବିହନ ସଂଗ୍ରହ କରି ତାହା ଉପରେ ଆଲୋଚନା କରାଯାଇଥିଲା।ଇନ୍ଦ୍ରଧନୁର ସପ୍ତରଙ୍ଗ ଭଳି ଚାଷୀଙ୍କୁ ସାତ ମନ୍ତ୍ର ବା ସାତ ଗୋଟି ପ୍ରଣାଳୀ ଯଥା ନର୍ସରି ବା ଚାର ଉତ୍ପାଦନ, ମାଟି ରେ ଅଣରସାୟାନିକ ସାରା ପ୍ରୟୋଗ, ଉଚ୍ଚ ପଟା ଳିକାବିହନ, ଚାରା ଲଗାଇବା ଧାଡିରେ ଉଚିତ ବ୍ୟବଧାନ ,ଲତା ଜାତୀୟ ବିହନ ପାଇଁ ଭାଡ଼ି, ଟ୍ରେଲିସ ଯନ୍ତ୍ର ବା ଜବକ୍ଷରଜାନ ବିବାଧନ କରୁଥିବା ଫସଲ ସଜନା, ଅମୃତଭଣ୍ଡା ଓ କଦଳୀ ନିୟମିତ ମାଟି ପରୀକ୍ଷା କରି ଓ ତାର ଉପକାର, ଅଧିକରୁ ଅଧିକ ଅଣରସାୟାନିକ ସାର ପ୍ରୟୋଗ ଯୋଗୁ ସୁସ୍ଥ, ଉନ୍ନତ ଗୁଣବତ୍ତା ଓ ଭଲ ଭାବରେ ବିହନ ବିଷଧନ ହୋଇତିବା ବିହନ ବ୍ୟବହାର ପ୍ରାକୃତିକଉପରେ ସ୍ଥାନୀୟ ଚାଷୀ ଭାଇଙ୍କୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ କୁ ତେନ୍ତୁଳିଖୁଣ୍ଟି ବ୍ଲକ ଆଇଡିଏଆଇ ଅନୁଷ୍ଠାନ ର କ୍ଷତ୍ର ଅଧିକାରୀ କାନୁନ ସାଗରିଆ, ଓ ନନ୍ଦାହାଣ୍ଡି ବ୍ଲକ କ୍ଷେତ୍ରଅଧିକାରୀ ସଞ୍ଜୀବ ବିଷୋୟୀ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଶ୍ରୀ ସାଗରିଆ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଳସୁଧାର ଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ଗତ ୨୪ ଘଣ୍ଟା ଧରି ଧର୍ମଗଡ ଅଞ୍ଚଳରେ ନାକେଦମ୍ କଲାଣି ଜଂଗଲୀ ହାତୀ ,ଜଣେ ମୃତ ଜଣେ ଆହତ, ଆତଙ୍କିତ ସହରବାସୀ 

Sunil Chandra Nayak

ଭଡା ଘରେ ଚାଲିଛି, ଆମ ଅଙ୍ଗନବାଡି କେନ୍ଦ୍ର

masiha

Leave a Comment

error: Content is protected !!