ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ’ଓ’ କାର୍ଯ୍ୟକ୍ରମ ଉଦଯାପିତ

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ’ଓ’ କାର୍ଯ୍ୟକ୍ରମ ଉଦଯାପିତ

ରାଉରକେଲା/ କୁଣ୍ଡୁକେଲାସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ’ଓ’ ଯୁବଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ସତରଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ରୀଡା, ସଂସ୍କୃତି ତଥା ସମାଜ ସଚେତନତାମୂଳକ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

 ନୋଡାଲ୍ ଅଫିସର୍ ଅଧ୍ୟାପିକା ପ୍ରଣତି ବେହେରାଙ୍କ ତତ୍ତ୍ଵାବଧାନରେ କ୍ରୀଡ଼ାସମିତି ନିଷ୍ପାଦକ ଅଧ୍ୟାପକ ବିଜୟ କୁମାର ମହାପାତ୍ର, ଅଧ୍ୟାପକ ଶିବ ନାରାୟଣ ଦତ୍ତ, ସା଼ଂସ୍କୃତିକ ସମିତି ନିଷ୍ପାଦକ ଅଧ୍ୟାପକ ଉମାଶଙ୍କର ଧର, ଅଧ୍ୟାପିକା ରଶ୍ମୀରେଖା ସାହୁ, ସମାଜ ସଚେତନଧର୍ମୀ ସମିତିର ନିଷ୍ପାଦକ ଅଧ୍ୟାପକ ଜଳଧର ପାଣିଗ୍ରାହୀ, ଅଧ୍ୟାପିକା ପ୍ରତିଭା ତନ୍ତୀ, ଅଧ୍ୟାପକ ବିଷ୍ଣୁ ମୋହନ ଅରଖ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ପାଦନ କରିଥିଲେ। ଏହି ଉଦଯାପନ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାପରିଷଦ ସଭ୍ୟ ଅଶ୍ବିନୀ କୁମାର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ ଦିଗରେ ଏହି ଭଳି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ସମ୍ମାନିତଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର କୁମାର ପଟେଲ୍ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଏହି ପ୍ରତିଭା ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ମୁଖ୍ୟଅତିଥି, ସମ୍ମାନିତ ଅତିଥିଙ୍କ ଦ୍ବାରା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏକ ପାରମ୍ପରିକ ବେଶଭୂଷାର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବସନ୍ତ କୁମାର ନାୟକ ସମସ୍ତ ନିଷ୍ପାଦନ ସମିତିର ସୁଚାରୁ ସଞ୍ଚାଳନ ଓ ଅନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗ ଏହି କାର୍ଯ୍ୟକ୍ରମକୁ ସଫଳ କରିପାରିଲା ବୋଲି ମତବ୍ୟକ୍ତ କରିଥିଲେ। ନୋଡାଲ୍ ଅଫିସର୍ ଅଧ୍ୟାପିକା ପ୍ରଣତି ବେହେରା ସଭା ପରିଚାଳନା କରିଥିବାବେଳେ ଶେଷରେ ଅଧ୍ୟାପକ ବିଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତାତିଲେ ଖୁଣ୍ଟିଆ ଗୁଡ଼ାବାସୀ ଭି ଭି ପ୍ୟାଟ ଡେମୋ ଦେଖିବାକୁ ମନା କଲେ : ରାସ୍ତା ନାହିଁ ତ ଭୋଟ ନାହିଁ

masiha

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

ଏସ କେ ଅନରୁଲ ହକ ଏସ ଆଇ ଭାବେ ଦାୟିତ୍ଵ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!