ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହୁଲଡିହା ପଡ଼ିଆରେ ଦୁଇ ଦିବସୀୟ ଜନଜାତି କ୍ରୀଡା ଓ ଏସଡିସି ଫୁଟବଲ କପ୍ ପ୍ରତିଯୋଗିତା

ରାଇରଙ୍ଗପୁର ମହୁଲଡିହା ପଡ଼ିଆରେ ଦୁଇ ଦିବସୀୟ ଜନଜାତି କ୍ରୀଡା ଓ ଏସଡିସି ଫୁଟବଲ କପ୍ ପ୍ରତିଯୋଗିତା

 ମୟୂରଭଞ୍ଜ – ୨୫/୦୧ ( ମସିହା) ରାଜ୍ୟ ସରକାର ଜନଜାତିଙ୍କ ମଧ୍ୟରେ କ୍ରୀଡାକୁ ନେଇ ଉତ୍ସାହିତ କରାଇବା, ଆକର୍ଷଣ କରାଇବା, ଏବଂ କ୍ରୀଡ଼ାରେ ପ୍ରତିଭାଧାରୀଙ୍କୁ ରାଜ୍ୟ,ଜାତୀୟ କ୍ରୀଡ଼ାରେ ଖେଳାଇବା ତଦସହ ବିଭିନ୍ନ ସରକାରୀ ଚାକିରୀରେ କ୍ରୀଡା ପ୍ରତିଭାଧାରୀଙ୍କୁ ନିଯୁକ୍ତି ନେବା ନେଇ ବହୁବିଧ କାର୍ଯ୍ୟକ୍ରମ ଏବଂ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ତରଫରୁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ସମସ୍ତ ବ୍ଳକ ସ୍ତରରେ ଜନଜାତି କ୍ରୀଡା ପ୍ରତିଯୋଗିତା ଜାନୁଆରୀ ୨୪/୨୫ ଦୁଇଦିନ ଧରି ଆରମ୍ଭ ହୋଇଛି । ଏଥିରେ ବ୍ଳକର ୯ ଟି ପଞ୍ଚାୟତର ଯୁବ କ୍ରୀଡା ତାରକା ଅଂଶଗ୍ରହଣ କରି ନିଜର କ୍ରୀଡାନୈପୁଣ୍ଯ ଦେଖାଇଥିଲେ । ୨୪ ତାରିଖ ଦିନ ବାଳକ ଏବଂ ବାଳିକା ବର୍ଗର ଦୌଡ଼ ଓ ଲମ୍ବଡିଆଁ କାର୍ଯ୍ୟକ୍ରମ ହୋଇଥିଲା । ରାଇରଙ୍ଗପୁର ବ୍ଳକ ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ମହୁଲଡିହା ପଡ଼ିଆରେ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି ଏବଂ ରାଇରଙ୍ଗପୁର ପିଏ ଆଇଟିଡିଏ ଶ୍ରୀ ପରିକ୍ଷିତ ଦାସଙ୍କ ଦ୍ଵାରା ଶୁଭ ଉଦ୍ଘାଟିତ ହୋଇଥିଲା । ଏଥିରେ ବାଳକ ବିଭାଗରେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ପୁରୁଣାପାଣି ପଞ୍ଚାୟତର ରାଜୁ ମୁର୍ମୁ ପ୍ରଥମ ହୋଇଥିବାବେଳେ ଲମ୍ବଡିଆଁ ରେ ସାନପାଖଣା ପଞ୍ଚାୟତର ପ୍ରକାଶ ନାଏକ ପ୍ରଥମ ହୋଇଥିଲେ । ସେହିଭଳି ବାଳିକା ବର୍ଗରେ ୧୦୦ ମି ଏବଂ ୨୦୦ ମି ଦୌଡ଼ରେ ହଳଦା ପଞ୍ଚାୟତର କଲ୍ୟାଣୀ ଟୁଡୁ ପ୍ରଥମ ହୋଇଥିବାବେଳେ ଲମ୍ବଡିଆଁ ରେ ପୁରୁଣାପାଣି ପଞ୍ଚାୟତର ଅନୁପମା ଟୁଡୁ ପ୍ରଥମ ହୋଇଛନ୍ତି ।

 ସେହିଭଳି ବାଳକ ବିଭାଗରେ ବ୍ଳକ ସ୍ତରୀୟ ଏସଡିସି ଫୁଟବଲ କପ୍ ରେ ପୁରୁଣାପାଣି ପଞ୍ଚାୟତ ହଳଦାକୁ ହରାଇ ଚମ୍ପିୟାନ ହୋଇଛି ।କୃତି ପ୍ରତିଯୋଗୀମାନେ ଜିଲ୍ଲା ସ୍ତରରେ ଖେଳିବାକୁ ମନୋନୀତ ହୋଇଛନ୍ତି ।କାର୍ଯ୍ୟକ୍ରମ ପରିଚାଳନାରେ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା,,ଏଇଇ ଅଂଶୁମାନ ସାମଲ,ସିପ୍ରାରାଣୀ ମହାନ୍ତ,ସାଧନା ଯେନା,ଅମିତ ମାଝୀ,ସୁଶିଲ ସିଂ,ପ୍ରଶାନ୍ତ ଦାସ,ରାମ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।ରେଫେରୀ ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତି, କ୍ରୀଡା ଶିକ୍ଷକ ଉମାକାନ୍ତ ବେହେରା,କ୍ରୀଡା ଶିକ୍ଷୟତ୍ରୀ ଇନ୍ଦିରା ସାହୁ ଦାୟିତ୍ଵ ନିଭାଇଥିଲେ । ଉଦଯାପନୀ ଉତ୍ସବରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ଯୋଗ ଦେଇ ବିଜେତାଙ୍କୁ ପୁରସ୍କୃତ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

Dalmia Cement’s Rajgangpur Plant Empowers Over 5400 Households with Sustainable Livelihoods Under Gram Parivartan

Sunil Chandra Nayak

ଶିକ୍ଷା ସଚେତନ ରଥ କୁ ଫୁ, ମଦ ନିଶାରେ ମତୁଆଲା ହେଉଛନ୍ତି ଆଦିବାସୀ ଛାତ୍ର

Sunil Chandra Nayak

ମତଦାତା ଓ ମତଦାନ ସମ୍ଭନ୍ଧୀୟ ସଚେତନତା ନିମନ୍ତେ ଅନୁଷ୍ଠିତ ହେଲା “ପଥଉତ୍ସବ”

masiha

Leave a Comment

error: Content is protected !!