ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ

ଧର୍ମଗଡ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ

ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ ପାଇଁ ଉପଜିଲ୍ଲାପାଳଙ୍କ ଆହ୍ଵାନ।

ଧର୍ମଗଡ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଉପଖଣ୍ଡ ସ୍ତରୀୟ ମିଳିତ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରି ଗଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରି ଅଞ୍ଚଳରେ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଅନୁଷ୍ଠିତ ମିଳିତ ପ୍ୟାରେଡ୍ ରେ ସହରର ବିଭିନ୍ନ ଶିକ୍ଷାନଷ୍ଠାନର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନଷ୍ଠାନର ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ। ୭୫ ତମ ସାଧାରଣତନ୍ତ୍ର ପାଳନ ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ କରାଯାଇଥିଲା। ଧର୍ମଗଡ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଶ୍ରୀ ଅଗ୍ରୱାଲ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥଲେ।ମାଧବ ଲହଜଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ସହ ଜିଲ୍ଲାପାଳ ଅଜିତ କୁମାର ଶବର, ଚିତ୍ତ ରଞ୍ଜନ ମଲ୍ଲିକ, ଧରଣୀ ଧର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କୀ,ଡ. ହିମାଞ୍ଚଳ ମାଝୀ, ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ ଚୋପଦାର, ଥାନା ଅଧିକାରୀ ଦାମୋଦର ବିହାରୀ,ପୁର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ହୃଷୀକେଶ ମିଶ୍ର,ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ ପଣ୍ଡା,ସରକାରୀ ଓକିଲ ରାଜେନ୍ଦ୍ର ମୁନି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

 ଉପଜିଲ୍ଲାପାଳ ସ୍ୱଧାର ଗୃହ, ସବ୍ ଜେଲ, ମିସିନାରିଜ୍ ଅଫ ଚ୍ୟାରିଟି, ଯଶୋଦା ଅନାଥ ଆଶ୍ରମ ର ଅନ୍ତେଃବାସୀ ତଥା ସରକାରୀ ଚିକିତ୍ସାଲୟର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ସଫଳତା 

Sunil Chandra Nayak

ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ବ୍ଳକର ସ୍ଵନକ୍ଷତ୍ର ଉତ୍ସବ ୨୦୨୫ 

masiha

Leave a Comment

error: Content is protected !!