ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ପନ ହେଲା ଚନ୍ଦାହାଣ୍ଡି ଠାରେ ରାଷ୍ଟ୍ର ଜାଗରଣ ଓ 108 କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

ସମ୍ପନ ହେଲା ଚନ୍ଦାହାଣ୍ଡି ଠାରେ ରାଷ୍ଟ୍ର ଜାଗରଣ ଓ 108 କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ,,

ଡ଼. ଚିନ୍ମୟ ପଣ୍ଡିୟାଙ୍କ ଦ୍ୱାରା ନବ ନିର୍ମିତ ଗାୟତ୍ରୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ

ଚନ୍ଦାହାଣ୍ଡି-(ଦିଲୀପ ଦାସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ଠାରେ ରାଷ୍ଟ୍ର ଜାଗରଣ ଓ 108 କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସୁରୁଖୁରୁରେ ସମ୍ପନ ହେବା ସହ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପ୍ରତିନିଧି ତଥା ଶାନ୍ତି କୁଞ୍ଜ ହରିଦ୍ୱାର ସ୍ଥିତ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ ର କୁଳପତି ଡ଼. ଚିନ୍ମୟ ପଣ୍ଡିୟା ଙ୍କ ଦ୍ୱାରା ନବ ନିର୍ମିତ ଗାୟତ୍ରୀ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା l ଯଜ୍ଞ ଗତ 1 ତାରିଖ ରୁ ଆରମ୍ଭ ହୋଇ 5 ତାରିଖ ଶେଷ ହୋଇଥିଲା l 2 ତାରିଖ ରାତ୍ରରେ ଚନ୍ଦାହାଣ୍ଡି ପହଂଚିବା ପରେ ଡ଼.ଶ୍ରୀପଣ୍ଡିୟ ଜୀ ଙ୍କୁ ଗାୟତ୍ରୀ ପରିବାର ଦ୍ୱାରା ବିରାଟ ପଟୁଆର ସହ ନାମ ସଂକୀର୍ତନ ଓ ଗାୟତ୍ରୀ ମହାମନ୍ତ୍ର ଧ୍ୱନିର ସହ ଭବ୍ୟ ସ୍ୱାଗତ କରାଯାଇଥିଲା l ଡ଼ ଶ୍ରୀପାଣ୍ଡିଆ ନୂତନ ଗାୟତ୍ରୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ସହ ବ୍ୟାସ ପୀଠରେ ନିଜର ପ୍ରବଚନ ରେ ସମସ୍ତଙ୍କୁ ଯଜ୍ଞ ପ୍ରସାଦ ସ୍ୱରୂପରେ ସମସ୍ତ ମନୁଷ୍ୟ ମଧ୍ୟରେ ଦେଵତ୍ୱର ଉଦୟ ଓ ପୃଥିବୀ କୁ ସ୍ୱର୍ଗ ବନେଇବାର ଗୁରୁଦେବଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି ରାଷ୍ଟ୍ର ଜାଗରଣ ଓ 108 କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ ସମେତ ସ୍ଥାନୀୟ ନେତୃବୃନ୍ଦ ଯୋଗଦେଇ ମା ଗାୟତ୍ରୀଙ୍କ କୃପା ଲାଭ କରିଥିଲେ l ଏବଂ 4ତାରିଖ ସନ୍ଧ୍ୟାରେ 5 ହଜାର ଦୀପ ଯଜ୍ଞ ସହ ପ୍ରତେହ ସନ୍ଧ୍ୟା ରେ ପ୍ରଜ୍ଞା ପୂରlଣ କଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା l ଗାୟତ୍ରୀ ମାତା ଙ୍କ ନୂତନ ମନ୍ଦିର ର ପ୍ରାଣ ପ୍ରତିଷ୍ଠାରେ ଯୋଗଦାନ କରୁଥିବା ଶହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରତେହ ଭୋଜନ ପ୍ରସଦ ବ୍ୟବସ୍ଥା ହୋଇଥିଲା ଏହି ଭୋଜନଳୟ ସେବାରେ ରାଇଘର ବ୍ଲକ ରୁ ଶତାଧିକ ଭାଇ ଓ ଭଉଣୀ ଙ୍କ ସମେତ ଅଂଚଳର ପ୍ରତେକ ସମାଜର ଶ୍ରଦ୍ଧାଳୁ ସେବା ଦେଇଥିଲେ l 2 ତାରିଖ ଠାରୁ 5 ତାରିଖ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିଙ୍କ ଦୀକ୍ଷା,ବିବାହ,ନlମକାରଣ,ମୁଣ୍ଡନ,ବିଦ୍ୟାରମ୍ଭ ସହ ବିଭିନ୍ନ ପ୍ରକାର ସଂସ୍କାର କରାଯାଇଥିଲା l ଅନ୍ତିମ ଦିବସ ରେ ଏହି ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପନ ସହ ଶାନ୍ତିକୁଞ୍ଜ ହରିଦ୍ୱାର ଙ୍କ ନିର୍ଦେଶ ପ୍ରକାରେ ଟୋଲୀ ନାୟକ ରାଜ କୁମାର ଭୃଗୁ ଏବଂ ସାଥି ବନୱାରୀଲାଲ ସେନ, ଖୁଦିରାମ କୋଶରିଅl, ହୁକୁମ ଚାନ୍ଦ ଜୀ, ପ୍ରଶାନ୍ତ କୁମାର ଯାଦବ ଏବଂ ଓଡିଶା ପ୍ରଦେଶ ଜୋନ ପ୍ରଭାରୀ ଶେଷଦେବ ବଢ଼େଇଙ୍କୁ ଚନ୍ଦାହାଣ୍ଡି ଯଜ୍ଞ କମିଟି ଦ୍ୱାରା ବିଦାୟ ଦେଇଥିଲେ l ଏହି ଯଜ୍ଞରେ ପଡୋଶୀ କଳାହାଣ୍ଡି, ଖରିଆର, ନୂଆପଡା,ନବରଙ୍ଗପୁର ଜିଲ୍ଲାର ପ୍ରତେକ ବ୍ଲକ, କୋରାପୁଟ, ରାୟଗଡା,ତଥା ପଡୋଶୀ ଛ.ଗ ଗରୀୟାବନ୍ଦ ଜିଲ୍ଲା ମେନପୁର,ଦେଭୋଗ ଅଂଚଳରୁ ଗାୟତ୍ରୀ ପରିଜନ ଆଜି ଯୋଗଦେଇଥିଲେ l ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରୀଗାଁ ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇ ଥିବା ସହ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଅଖିଳ ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ମାନେ ଓ କୋରାପୁଟ ଜୋନ ପ୍ରଭାରୀ ବାଲ୍ମୀକି ପ୍ରଧାନ,ଉପେନ୍ଦ୍ର ନାଗ,ଯଜ୍ଞ ର ସଭାପତି ସରୋଜ ଅଗସ୍ତି,ମଧୁକର ଦାଶ,ହୁସିଆର ବିଶି,କୈବଲ୍ୟ ମାଝୀ,ଋଷୁ ବାଗ,ଘନଶ୍ୟାମ ଗୌଡ଼, ମଧୁ ନାୟକ,ମହେନ୍ଦ୍ର ନାୟକ,ସରୋଜ ଅଗସ୍ତି,ନୀଳକଣ୍ଠ ଦାଶ,ବିମଲ ଜୈନ,ପୌରସ ମାଝୀ, ଅଗର ମନହିରା,ଦୁର୍ଯ୍ୟୋଧନ ପୂଜାରୀ,ସନୀନ୍ଦ୍ର ସୋରି, ବଂଶୀ ଗୋପାଳ, ହରିଶ୍ଚନ୍ଦ୍ର ଗୋପାଳ,କମଲ ପୂଜାରୀ,ଚୈତୁରାମ ଦଣ୍ଡସେନା ଙ୍କ ସମେତ ବାହାର ରୁ ଓ ଅଂଚଳ ର ସମସ୍ତ ଗାୟତ୍ରୀ ପରିଜନ,ପ୍ରତେହ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ସମେତ ଚନ୍ଦାହାଣ୍ଡି ଗ୍ରାମବାସୀ ଓ ପାନାବେଡା ଅଂଚଳର ଜନସାଧାରଣ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ

masiha

ଇନ୍ଦୁପୁରରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

masiha

ସମସ୍ୟା ଘେରରେ ଉତକାପାଡୁ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

Leave a Comment

error: Content is protected !!