ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଅର ସମ୍ପ୍ରଦାୟ କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗ , ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ ସଅର ସମ୍ପ୍ରଦାୟ 

ସଅର ସମ୍ପ୍ରଦାୟ କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗ

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ ସଅର ସମ୍ପ୍ରଦାୟ 

କଟକ ତା.୧୧. ୨ କଟକ ଜ଼ିଲ୍ଲା ରତାଗଡ଼ ସ୍ଥିତ ଭାଲୁଙ୍କା ଶ୍ରୀ ଟିକି ବାବା ଆଶ୍ରମ ପରିସରରେ ସଅର ସମାଜ ତରଫରୁ ଏକ ମହାସଭା ଅନୁଷ୍ଠିତ ହୋଇଥିଲା l ମହାସଭା ରେ ସଅର ସମ୍ପ୍ରଦାୟ ର କଟକ, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ,ଖୋର୍ଦ୍ଧା, ଭୁବନେଶ୍ୱର ର ସଅର ସମାଜର ମୁଖିଆ ମାନେ ଏକଜୁଟ ହୋଇଥିଲେ l ସଭା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସଅର ସମାଜ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ l ଆସନ୍ତା ଫେବୃଆରୀ ୧୯ ତାରିଖ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏକ ବିଶାଳ ମହାସଭା କରିବା ପାଇଁ ପ୍ରସ୍ତାବ କରାଯାଇଥିଲା l ଓଡିଶା ର ସଅର ସମ୍ପ୍ରଦାୟ କୁ ଆଦିବାସୀ ମାନ୍ୟତା ମିଳିଛି l ସଂସଦ ର ଚଳିତ ଅନ୍ତରିଣ ବଜେଟ ରେ ଓଡିଶା ରାଜ୍ୟ ଆଦିବାସୀ ତାଲିକାରେ ସଅର ସମ୍ପ୍ରଦାୟ କୁ ସାମିଲ କରିବା ପାଇଁ ସଂସଦ ରେ ବିଧେୟକ ମଞ୍ଜୁର ହୋଇଛି l ଓଡିଶା ସରକାର ଙ୍କ ସୁପାରିଶ କ୍ରମେ ଓଡିଶା ଆଦିବାସୀ ତାଲିକାର କ୍ରମିକ ସଂଖ୍ୟା ୫୯ ରେ ଥିବା ଶବର, ସହରା, ସଓରା ରେ ସଅର ସମ୍ପ୍ରଦାୟ କୁ ଅନ୍ତର୍ଭୁକ୍ତ କରାଯାଇଛି l ଏଥିପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଅର ସମ୍ପ୍ରଦାୟ କୁ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ସୁପାରିଶ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଐତିହାସିକ ପଦକ୍ଷେପ କୁ ସଭା ରେ ପ୍ରଶଂସା କରାଯାଇଥିଲା l ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ଅଧିନିୟମ ବିଧେୟକ ଆଲୋଚନା ରେ ବିଜେଡି ସାଂସଦ ନିରଞ୍ଜନ ବିଶି ବିତର୍କ ରେ ଅଂଶ ଗ୍ରହଣ କରି ଓଡିଶା ଆଦିବାସୀ ତାଲିକା ସଂଶୋଧନ ପ୍ରସ୍ତାବ କୁ ବିଜେଡି ତରଫରୁ ସମର୍ଥନ କରି ଥିଲେ l ଆଦିବାସୀ ତାଲିକାରେ ସଅର ସମ୍ପ୍ରଦାୟ ସାମିଲ ହୋଇଥିବା ରୁ ସଅର ଗୋଷ୍ଠୀ ର ଛାତ୍ରଛାତ୍ରୀ ଆଦିବାସୀ କୋଟା ରେ ମେଡିକାଲ ଇଞ୍ଜିନିଅର, ଆଇନ, ଭଳି ଉଚ୍ଚ ଶିକ୍ଷା ପାଠ ପଢ଼ିବେ, ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ରେ ନିଯୁକ୍ତି ସୁଯୋଗ ପାଇବେ, ପଦୋନ୍ନତି ସୁବିଧା ସହିତ ରାଜନୈତିକ ପଦବୀରେ ସୁବିଧା ପାଇବେ l ସଅର ମାନେ ଏଟ୍ରୋସିଟି ରୁ ମୁକ୍ତ ହେବେ l ଆଦିବାସୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସୁବିଧା ସୁଯୋଗ ହାସଲ କରିପାରିବେ l ଜଙ୍ଗଲ ଜମିର ପଟ୍ଟା ମିଳିବ l ସଅର ମାନଙ୍କ ସମ୍ବିଧାନ ଦ୍ୱାରା ଅନୁମୋଦିତ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ବିକାଶ ଏବଂ ସୁରକ୍ଷା ହୋଇପାରିବ l ଏଣୁ ସଅର ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ମହାସଭା ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଶ୍ରୀ ଶ୍ରୀ ଶ୍ରୀ ଟିକି ବାବା ଆଦର୍ଶ ଶିକ୍ଷା ସଂସ୍ଥାନ ର ଅଧକ୍ଷ ଶ୍ରୀ ଶ୍ରୀ ଟିକି ବାବା, ସଅର ସମାଜ ର ନେତା ବେଲେଶ୍ୱର ପରିଡା, ରଙ୍କନିଧି ଦେହୁରୀ, ଅତୁଳ ନାୟକ,ଗଣେଶ୍ୱର ପ୍ରଧାନ,ରସାନନ୍ଦ ଦେହୁରୀ, ଶରତ ଚନ୍ଦ୍ର ନାୟକ, ଗଙ୍ଗାଧର ମାଝୀ, ବିନୋଦ ନାୟକ, ଜଗନ୍ନାଥ ନାୟକ, ସୁବାସ ଚନ୍ଦ୍ର ବେହେରା, ଶିବ ନାୟକ, ବିରଞ୍ଚି ନାୟକ, ପ୍ରଦୀପ ନାୟକ, ପ୍ରଫୁଲ୍ଲ ବେହେରା, ବୈକୁଣ୍ଠ ନାୟକ,ହୃଷିକେଶ ନାୟକ ଉପସ୍ଥିତ ଥିଲେ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସୁରତରଙ୍ଗର “ଅକ୍ଷୟ—ଏକ ଅମ୍ଳାନ ସ୍ମୃତି” ଆୟୋଜିତ 

Sunil Chandra Nayak

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୨_୨୩ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ବିଜ୍ଞାନ ବିଭାଗରେ ରେ ସଦୀପ ହେଲେ ପ୍ରଥମ

Sunil Chandra Nayak

Leave a Comment

error: Content is protected !!