ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ଦ୍ଵାଦଶ ତମ ମହୋତ୍ସବ

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ଦ୍ଵାଦଶ ତମ ମହୋତ୍ସବ

ମଶାଲ ଯାତ୍ରା ସମ୍ପନ୍ନ, ସନ୍ଧ୍ୟା ରେ ସାଂସ୍କୃତିକ ସଭା , ସମ୍ବର୍ଦ୍ଧନା ଓ କାମନା ଦଣ୍ଡ ନୃତ୍ୟ

ମ,ରାମପୁର,୨୪/୨( ମସୀହା):- କଳାହାଣ୍ଡି ଜିଲ୍ଲା ମ,ରାମପୁର ବସ୍ ଷ୍ଟାଣ୍ଡ ପରିସରରେ ଆଜି ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ଦ୍ଵାଦଶ ତମ ମହୋତ୍ସବ ପାଳନ କରାଯାଉଛି । ପ୍ରାରମ୍ଭରେ ମା କାଳୀ ଙ୍କ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ ପରେ ଏକ ବିରାଟ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଉତ୍ସବ ପାଳନ ସ୍ଥଳୀ ରେ ସ୍ଥାପିତ ହୋଇଥିଲା । ସଭାପତି ରୁଦ୍ର ପ୍ରତାପ ସିଂହ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ଏହି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପୂଜକ ବିଷ୍ଣୁ ମୋହନ ମହାପାତ୍ର ଏବଂ ପୂଜା କର୍ତ୍ତା ଭାବରେ ସୁରେନ୍ଦ୍ର ଦଣ୍ଡସେନା ଓ ତାଙ୍କ ପତ୍ନୀ ଶୋଭାଗିନୀ ଦଣ୍ଡସେନା ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ମଶାଲ ଦାୟିତ୍ଵ ମୁଖ୍ୟ ବିନୋଦ ମହାଖୁଡ ଙ୍କ ଦ୍ଵାରା ପ୍ରାରମ୍ଭିକ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଉତ୍ସବ ରେ ଅଞ୍ଚଳ ର ସମସ୍ତ କାମନା ଦଣ୍ଡ ଦଳ ଯୋଗ ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ବିଭୁତି ଭୂଷଣ ମହାଖୁଡ, ସତ୍ୟ ନାରାୟଣ ସାହୁ,ଦ୍ରୋଣାଚାର୍ଯ୍ୟ ମାଝୀ, କୃଷ୍ଣ ଚନ୍ଦ୍ର ସାହୁ, ଶିବ ରାମ ସାହୁ, ଶିବ ପ୍ରସାଦ ଶତପଥୀ, ଲଳିତ କୁମାର ସ୍ବାଇଁ, ଲଳିତ ମହାଳିକ, ଉଦ୍ଧବ ପଣ୍ଡା, ବିଜୟ ମହାଖୁଡ, ବନମାଳୀ ଦଣ୍ଡସେନା, ବସନ୍ତ ମହାଖୁଡ ପ୍ରମୁଖ ସହଯୋଗ କରିଛନ୍ତି l ଆଜି ସନ୍ଧ୍ୟାରେ ସାଂସ୍କୃତିକ ସଭା , ସମ୍ବର୍ଦ୍ଧନା ସଭା ସହ ପରେ ବିଭିନ୍ନ ପୀଠ ର କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟ ରେ କାମନା ଦଣ୍ଡ ର ବିଭିନ୍ନ ଚରିତ୍ର ମଞ୍ଚସ୍ଥ ହେବ ବୋଲି ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ

Related posts

କଳାହାଣ୍ଡି ଉତ୍ସବର ରୌପ୍ୟଜୟନ୍ତୀ ଅବସରରେ ଭବ୍ୟ ମଶାଲ ଶୋଭାଯାତ୍ରା

Sunil Chandra Nayak

ଅବସର ପ୍ରାପ୍ତ ପୋଲିସ ବାବୁ ଙ୍କ ପୁଅ, ଠକି ନେଲେ ସାମ୍ବାଦିକ ଟଙ୍କା

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ  ଧର୍ମଗଡ଼ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!