ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବର୍ଦ୍ଧିତ ହେଲେ ବିଏଲଓ ସୁପରଭାଇଜର ଭରତ ସାହୁ

ସମ୍ବର୍ଦ୍ଧିତ ହେଲେ ବିଏଲଓ ସୁପରଭାଇଜର ଭରତ ସାହୁ

ବାଲେଶ୍ଵର,୦୪/୩/୨୪- ଚଳିତ ଵର୍ଷ ଜାନୁଆରୀ ୨୫ ତାରିଖ ଥିଲା ଜାତୀୟ ଭୋଟର ଦିବସ । ଏହି ଅବସରରେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ୪୨-ସିମୁଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକର ସଫଳ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଓ ନିର୍ବାଚନ କାର୍ଯ୍ୟକୁ ସଠିକ ସମୟରେ ପରିଚାଳନା କରିଥିବାରୁ ଶିକ୍ଷକ ଭରତ ସାହୁଙ୍କୁ ସମ୍ମାନିତ କରିବା ସଂଗେ ସଂଗେ ସାଟିଫିକେଟ ପ୍ରଦାନ କରିଥିଲେ । ଏ ସମ୍ବର୍ଦ୍ଧନା ପାଇ ଶିକ୍ଷକ ଶ୍ରୀ ସାହୁ ଖୁବ୍ ଆନନ୍ଦିତ ହୋଇଥିଲେ । ସଂପୃକ୍ତ ଅଞ୍ଚଳର ବିଭିନ୍ନ ବ୍ଯକ୍ତିଙ୍କ ଠାରୁ ପ୍ରଶଂସାର ସୁଅ ଛୁଟିଥିଲା ଶିକ୍ଷକ ଶ୍ରୀ ସାହୁଙ୍କ ନିକଟକୁ । ଶୁଭେଚ୍ଛୁ ଓ ପ୍ରଶଂସକ ମାନଙ୍କୁ ଶ୍ରୀ ସାହୁ ଧନ୍ୟବାଦ ଜଣାଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବକୃତା ପ୍ରତିଗୋଗିତା ରେ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କଲେ ଶୁଭଦର୍ଶୀ ବେରୁକ୍ 

Sunil Chandra Nayak

ଆଠ ଫୁଟ ତଳକୁ ଖସିଲା ମାରୁତି କାର, ଅଳ୍ପକେ ବର୍ତିଲେ ଚାରିଜଣ

masiha

ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼େଇଲେ ସୁବର୍ଣ୍ଣରେଖା ସେବା ସଂଘ

Sunil Chandra Nayak

Leave a Comment

error: Content is protected !!