ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାତ୍ରୀ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ପାତ୍ରୀ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ପାପଡାହାଣ୍ଡି,05/0, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଊତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ୱାଳ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ପରିଡା,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସତ୍ୟବ୍ରତ ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ଲିଙ୍ଗରାଜ ଭତରା, ଏସଏମସି ବୈଦନାଥ ମାଝୀ ଯୋଗ ଦେଇ ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣ ବୃଦ୍ଧି କରିବା ଏହି ବାର୍ଷିକ ଉତ୍ସବର ଉଦେଶ୍ୟ ବୋଲି କହିଥିଲେ | ଦଳେଇଗୁଡ଼ା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାୟକ,ଲାବଣ୍ୟପଦର ପ୍ରଧାନ ଶିକ୍ଷକ କ୍ଷେମା ଗରଡା, ମାନିଗାଁ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷିକେଶ ମିଶ୍ର, ବାସିନୀ ଆଶ୍ରମ ବିଦ୍ୟାଳୟ ସୁରେଶ ପାତ୍ର, ଚନ୍ଦ୍ରପୁର ଆଶ୍ରମ ବିଦ୍ୟଳୟ ଦଶରଥ ଯାନୀ,ଧନସୁଲି ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସତ୍ୟଭାମା ଚୌଧୁରୀ କୁ ପାତ୍ରୀ ଆଶ୍ରମ ବିଦ୍ୟଳୟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା | ଅତିଥିମାନେ ଭଗବାନ ଫୋଟ ଚିତ୍ର ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ବୀପ ପ୍ରଜ୍ୱଳନ କରିଥିଲେ | ବିଦ୍ୟାଳୟ ଛାତ୍ର ଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ | ଏହାପରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ | ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଖେଳକୁଦ ଏବଂ ରାଜ୍ୟ ସରକାରଙ୍କ ପ୍ରତିଭା ଅନ୍ୱେଷଣ ଓ ସୃଜନଶୀଳତା କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଛାତ୍ରଛାତ୍ରୀ ଇଂରାଜୀ ଓ ଓଡ଼ିଆ ଭାଷା ରେ ନାଟକ ପରିବେଷଣ କରିଥିଲେ | ଏହି ଅବସରରେ ରେ ମୁଖ୍ୟ ଅତିଥି ଆସନ୍ତା ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଆହୁରି କେମିତି ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ କରି ବିଦ୍ୟାଳୟ ଓ ଜିଲ୍ଲାର ନାମ ରଖିବେ ବୋଲି କହିଥିଲେ | ପୂର୍ବତନ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ର ଅଧିକା ନମ୍ବର ରଖିଥିବା ଛାତ୍ରଛାତ୍ରୀ କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କବି ସୁରେଶ ପାତ୍ର କରିଥିଲେ | ବିଶ୍ୱରଂଜନ ପାଣି, ରଞ୍ଜିତା ବେହେରା, ଅର୍ଣ୍ଣପୂର୍ଣ୍ଣା ସେଠି, ହୃଷିକେଶ ସୋରି ପ୍ରମୁଖ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯେ. ପି ଟ୍ରଷ୍ଟ ପକ୍ଷରୁ ରାଇଘର ମିନି ଷ୍ଟାଡିୟମ ଠାରେ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଫରୱାର୍ଡ଼ ବ୍ଲକର ରାଜ୍ୟ ସ୍ତରୀୟ ସଂକଳ୍ପ ସମ୍ମିଳନୀ ଉଦଯାପିତ ମୋ ପରିବାର- ନେତାଜୀ ପରିବାର’ ଅଭିଯାନ ର ଶୁଭାରମ୍ଭ କଲେ ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ

Sunil Chandra Nayak

ବଜ୍ରପାତ ଘଟି ୧ ମୃତ, ୩ ଆହତ 

masiha

Leave a Comment

error: Content is protected !!