ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଙ୍କି ରେଞରେ ନିଆଁ ନିବାରଣ ନେଇ ସଚେତନତା ଅଭିଯାନ ଆରମ୍ଭ

ରାଉରକେଲା/- : ରାଉରକେଲା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ ଆଜିଠାରୁ ବାଙ୍କି ରେଞ୍ଜରେ ଆରମ୍ଭ ହୋଇଛି । ଆଜି କୁଚେଇତା,ଚନ୍ଦରପୁର, ଚନ୍ଦିପୋଷ, ମୁଶାବିରା ପ୍ରଭୁତି ଗ୍ରାମରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ଏଥି ପୂର୍ବରୁ କୁଆରମୁଣ୍ଡାର ରିଓ ଅଂଚଳରେ ଏ ସଂପର୍କିତ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ବାଙ୍କି ରେଞ୍ଜର ଅଜୟ ଖେସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମହୁଲ ,କେନ୍ଦୁ ପ୍ରଭୁତି ସଗ୍ରହ ପାଇଁ ଜଙ୍ଗଲରେ ପଡିଥିବା ସୁଖିଲା ପତ୍ରରେ ନିଆଁ ନ ଲଗାଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଗ୍ରାମବାସୀମାନେ ମିଳିତ ହୋଇ ନିଜ ଅଂଚଳର ଜଙ୍ଗଲର ସୁରକ୍ଷା କରିବା ପାଇଁ ନିବେଦନ କରାଯାଇଥିଲା । ୱାଇଏମଏଫଆଇର ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ତତ୍ତ୍ବାବଧାନରେ କଳାକାର ବାପି ପଲାଇ, ବିଷ୍ଣୁପ୍ରିୟା ଓ ସୁନିତା ପ୍ରମୁଖ ସୁନ୍ଦର ଅଭିନୟ ମାଧ୍ୟମରେ ଲୋକଙ୍କୁ ଜଙ୍ଗଲରେ ନିଆଁ ଲାଗିଲେ କିପରି ବୃକ୍ଷଲତା ସହ ଜୀବଜନ୍ତୁ ପ୍ରଭାବିତ ହୋଇଥାନ୍ତି, ସେ ସଂପର୍କରେ ବୁଝାଇଥିଲେ । ଜ୍ଞାତସାରରେ ଜଙ୍ଗଲରେ ନିଆଁ ଲଗାଇଲେ ଏଣିକି ଜେଲ୍ ଓ ଜୋରିମାନା ଦେବାକୁ ହେବ ବୋଲି ସତର୍କ ମଧ୍ୟ କରାଇଦେଇଥିଲେ । ଏହି ଅବସରରେ ବିଭିନ୍ନ ଅଂଚଳର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଫାୟାର ସ୍କ୍ୱାର୍ଡ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଲୋକେ ଆଗ୍ରହର ସହ ଏହାକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଜଙ୍ଗଲର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ନୂଆଖାଇ ପର୍ବ

Sunil Chandra Nayak

ଫୁଲବାଣୀ ଜିରିଙ୍ଗିପଡା ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ୨୨ତମ ଜନ୍ମ ଦିବସ ଚନ୍ଦନଯାତ୍ରା ଆରମ୍ଭ

ମାନଗୋବିନ୍ଦ ସ୍ୱାଇଁ ଙ୍କ ଜଣାଣ

Sunil Chandra Nayak

Leave a Comment

error: Content is protected !!