ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଶିଫଳ

ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୂଆପଡା , ସଦର ବ୍ଲକ ସିଲଦା ସ୍ଥିତ ଏକ ଫାର୍ମ ହାଉସ ରେ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର କୋଷାଧକ୍ଷ ସନ୍ତୋଷ ସିଂ ସାଲୁଜା ଆଗାମୀ ନିର୍ବାଚନ ଲଢେଇରେ କଂଗ୍ରେସ ର ଆଭିମୁଖ୍ୟ କଣ ରହିବ ସ୍ପଷ୍ଟୀକରଣ କରିଥିଲେ। ଯଦି କଂଗ୍ରେସ ସରକାର ଆସେ ତେବେ କୁଇଣ୍ଟାଲ ପିଛା ଧାନର ବିକ୍ରି ମୂଲ୍ୟ ୩୦୦୦ଟଙ୍କାକୁ ବୃଦ୍ଧି, ଚାଷୀ ଭତ୍ତା ମାସିକ ୨୦୦୦ ଟଙ୍କା ପ୍ରଦାନ, ଆଦିବାସୀ ହରିଜନ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ, ବିଧବା ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ଟଙ୍କା ପ୍ରଦାନ ଭଳି ୧୦ ଟି ଗ୍ୟାରେଣ୍ଟି ଯୋଜନା ଲାଗୁ କରିବ ବୋଲି ଶ୍ରୀ ସାଲୁଜା କହିଛନ୍ତି। ଯାହା ରାଜ୍ୟରେ ବିଜେଡି ସରକାର ବିଗତ ୨୫ ବର୍ଷର ଶାସନ କାଳରେ ନ କରି ପାରିଛି ତାହା କଂଗ୍ରେସ ସରକାରରେ ଆସିଲେ ୫ ବର୍ଷରେ କରିକି ଦେଖେଇଦେବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଆଜାଦ, ସାଧାରଣ ସମ୍ପାଦକ ଦେବଦତ୍ତ ଦୀକ୍ଷିତ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜେଡି ରୁ ଛାତ୍ର ଯୁବ ଜନତା ର ନେତା ସ୍ନେହାଶ ନାଏକ ଙ୍କ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା

masiha

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବୋଡ଼େନ ଠାରେ ବହୁ ବିଜେଡ଼ି କର୍ମୀ ବିଜେପିରେ ଯୋଗଦାନ

masiha

ବିଜେପି ରାଉରକେଲା ଜିଲ୍ଲା ପଦାଧିଧାରୀଙ୍କ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!