ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଧାୟକ ଟିକେଟ ମିଳିବା ପରେ କୋକସରା ବିଜେଡି ପକ୍ଷରୁ ପୁଷ୍ପେନ୍ଦ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବିଧାୟକ ଟିକେଟ ମିଳିବା ପରେ କୋକସରା ବିଜେଡି ପକ୍ଷରୁ ପୁଷ୍ପେନ୍ଦ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କୋକସରା,୩୧/୩ // ରାଜ୍ୟ ବିଜେଡି ପକ୍ଷରୁ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ। ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରହିଥିବା ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପୁଣିଥରେ ଦଳ ପକ୍ଷରୁ ଟିକେଟ ମିଳିଛି। ଜିଲ୍ଲା ସଭାପତି ରହି ପୁଷ୍ପେନ୍ଦ୍ର ଦଳ ପ୍ରତି ଆନୁଗତ୍ୟ ରହି ସାଙ୍ଗଠାନିକ ଦାୟିତ୍ୱରେ ରହି ଦଳକୁ ଜିଲ୍ଲାରେ ତୃଣମୂଳ ସ୍ତରରେ ସଙ୍ଗଠିତ କରିବାରେ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଧର୍ମଗଡ ବିଧାୟକ ଟିକେଟ ମିଳିବା ପରେ ଶନିବାର କୋକସରା ବ୍ଲକ ବିଜେଡି କାର୍ଯ୍ୟାଳୟରେ ଦଲୀୟ କର୍ମକର୍ତ୍ତା ମାନେ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ଅବସରରେ ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଦଲୀୟ କର୍ମିଙ୍କୁ ଆଗାମୀ ନିର୍ବାଚନ ରଣନୀତିକୁ ନେଇ ଆଲୋଚନା ହୋଇଛି। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ , ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ୨୨ ପଞ୍ଚାୟତର ବିଜେଡି ସଭାପତି, ଶତାଧିକ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମୋଦୀ – ମୋହନ ସରକାର ପ୍ରତାରଣା ର ସରକାର: କଂଗ୍ରେସ 

masiha

ରାଇରଙ୍ଗପୁରରେ ବିଜେଡି ପକ୍ଷରୁ ୨୬ ତମ ତିରୋଧାନ ଦିବସ ପାଳିତ

Sunil Chandra Nayak

ଜେ ଏମ୍ ଏମ୍ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାରେ ସଂଗଠନ ସୁଦୃଢ଼ କରିବା ନେଇ ବୈଠକ

Sunil Chandra Nayak

Leave a Comment

error: Content is protected !!