ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସୁରଗଡର ପ୍ରସିଦ୍ଧ ରାମଲୀଳା ନାଟକ ମଞ୍ଚସ୍ଥ

ଅସୁରଗଡର ପ୍ରସିଦ୍ଧ ରାମଲୀଳା ନାଟକ ମଞ୍ଚସ୍ଥ

ନର୍ଲା (ମନିସ)ପୈାରାଣିକ ରାମାୟଣ କଥାବସ୍ତୁକୁ ନେଇ ନର୍ଲା ନିକଟସ୍ଥ ଅସୁରଗଡ ଗ୍ରାମରେ ନଅ ଦିନ ବ୍ୟାପୀ ରାମଲୀଳା ନାଟକ ମଞ୍ଚସ୍ଥ ହୋଇ ଆସୁଛି। ପବିତ୍ର ଶ୍ରୀରାମ ନବମୀ ତିଥିରୁ ଆରମ୍ଭ ହୋଇଥିବା ଏହି ନାଟକ ଉତ୍ସବରେ ଶ୍ରୀରାମ ମନ୍ଦିର ସ୍ଥାନରେ ରାମଙ୍କ ପୂଜା, ରାମାୟଣ ପଠନ, ଭଜନ, କୀର୍ତ୍ତନ ସହ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟହ ରାତ୍ରରେ ରାମଲୀଳା ନାଟକ ମଞ୍ଚସ୍ଥ ହେଉଛି। ଏହି କାର୍ଯ୍ୟକ୍ରମଟି ୨୬ ତାରିଖ ଦିନ ପୂର୍ଣ୍ଣାହୁତି ରହିଥିବା ସ୍ଥାନୀୟ ପୂଜା କମିଟି ପକ୍ଷରୁ କୁହାଯାଇଛି। ରାମାୟଣର ବିଭିନ୍ନ କାଣ୍ଡକୁ ନେଇ ଅତି ସୁନ୍ଦର ଓ ଆକର୍ଷଣୀୟ ନାଟକ ପରିବେଷଣ ହୋଇ ଆସୁଥିବା ବେଳେ ଏଠାରେ ରାମ ଭୂମିକାରେ ଗୋକୁଳ ପଧାନ, ସୀତା ଭୂମିକାରେ ବେଣୁ ପାଣି ଗଉଡ, ଲକ୍ଷ୍ମଣ ଅମର ଗଉଡ, ରାବଣ ସଦାନନ୍ଦ ସା ଓ ହନୁମାନ ଚରିତ୍ରରେ ଥବିର ପ୍ରଧାନ ଅଭିନୟ କରିଛନ୍ତି। ମନ୍ଦିର ପୂଜା ସ୍ଥଳରେ କର୍ତ୍ତା ରୂପେ ଘନଶ୍ୟାମ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ହାରାମଣୀ ପଧାନ ଦାୟିତ୍ୱ ନିର୍ବାହ କରିଛନ୍ତି। ବିଜୟ ଗଉଡ, ଶଙ୍କର ବାହୁକ, ଜଗନ୍ନାଥ ଗଉଡ, ଦାମୋଦର ପ୍ରଧାନ ପ୍ରମୁଖ ସହ ଅସୁରଗଡ ,ଢେକୁନପଡା ଗ୍ରାମବାସୀ ଏଥିରେ ସହଯୋଗ ପ୍ରଦାନ କରିଆସୁଛନ୍ତି।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସ୍ୱତନ୍ତ୍ର ଶ୍ରୀ ମନ୍ଦିର ସୁରକ୍ଷା ବାହିନୀର ମହାନତା : ସଧାରଣରେ ଉଚ୍ଚ ପ୍ରଶଂସା 

Sunil Chandra Nayak

୧୨ ବାଟାଲିୟନ ସିଆରପିଏଫ ପକ୍ଷରୁ ଆନ୍ତର୍ଜାତୀୟ ତୃତୀୟ ଦିନରେ ଯୋଗ ଦିବସ 

masiha

ଅଙ୍ଗନବାଡି କେନ୍ଦ୍ର କୁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପୋଷାକ ଯୋଗାଇଦେଲେ ସ୍ଵୟଂ ସହାୟିକା ଦଳ

masiha

Leave a Comment

error: Content is protected !!