ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ 

 ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ 

ଜୁନାଗଡ଼୨୯/୪ (ମନିସ )ଜୁନାଗଡ଼ ସ୍ଥିତ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡକ୍ରସ ଓ ରେଡରିବନ କ୍ଲବ ଆନୁକୂଲ୍ୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟ ମଞ୍ଜରୀ ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ପ୍ରସୂତୀ ବିଭାଗର ଡାକ୍ତର ବର୍ଷା ପ୍ରିୟଦର୍ଶିନୀ, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଲବ୍ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ,ସମ୍ମାନିତ ଅତିଥି ଭାବେ ଡାକ୍ତର ସରୋଜିନୀ ଏସ୍. ଦେଓ, ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ସଞ୍ଜୀବ କୁମାର ମୁଣ୍ଡ୍ , ସ୍ଵାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରଚଲା ଯୁବ ରେଡକ୍ରସ୍ ପରାମର୍ଶଦାତା କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା , ଓ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବେହେରା ରେଡ୍ ରିବନ କ୍ଲବ ପରାମର୍ଶଦାତା ମୋହନ ଚରଣ ବିଶି ପ୍ରମୁଖ ଯୋଗଦେଇଥିଲେ। ଜନ ସାଧାରଣ ସଚେତନ ହେଲେ ଏଡ଼ସ ନିରାକରଣ ସମ୍ଭବ। ଏଥିପାଇଁ ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ହେଲ୍ପ ଲାଇନ ଟୋଲ୍ ଫ୍ରି ନମ୍ବର ୧୦୯୭ ସହାୟତା ନେବାପାଇଁ ଆଲୋଚନା କରାଯାଇଥିଲା। ସମ୍ପ୍ରତି ଦେଖା ଦେଇଥିବା ରକ୍ତ ସଂକଟକୁ ଦୂର କରିବା ପାଇଁ ସ୍ବେଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ଵାନ ଦେବା ସହ ରକ୍ତଦାନର ମହତ୍ତ୍ୱ ବିଷୟରେ ଅତିଥି ମାନେ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯୁବ ରେଡକ୍ରସ୍ ପରାମର୍ଶଦାତା ଚନ୍ଦ୍ରଚୁଡ଼ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଇତିହାସ ବିଭାଗ ଅଧ୍ୟାପକ ବିଶ୍ୱପତି ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ରୀମାନଙ୍କୁ ନେଇ ରେଡକ୍ରସ୍ ପତାକା ଉତ୍ତୋଳନ ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ପରିଚାଳନାରେ ରାଜନୀତି ବିଭାଗ ଅଧ୍ୟାପକ ରୁଦ୍ର ନାରାୟଣ ବେହେରା, ଅର୍ଥନୀତି ବିଭାଗ ଅଧ୍ୟାପିକା ନଳିନୀ ପ୍ରଭା ମହାନ୍ତି, ଭୂଗୋଳ ବିଭାଗ ଅଧ୍ୟାପିକା ସସ୍ମିତା ମୁଣ୍ଡ, ବୀଣା ଧର ଟୋଲ୍ଟିଆ, ସୁଦର୍ଶନ ସିଂହ, ଅଜୟ କୁମାର ଶର୍ମା, କିରଣ ବିଶି, ଲୋକନାଥ ଧଙ୍ଗଡା ମାଝୀ, ଶାନ୍ତିଲତା ବୈଠାରୁ , ଓ ବନ୍ଦନା ଦୂରିଆ ପ୍ରମୁଖ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶିଳ୍ପ ନଗରୀ ରାଉରକେଲାରେ ଘୂର୍ଣ୍ଣିଝଡ଼ର ତାଣ୍ଡବ : ଗଛ ଉପୁଡି ସ୍ଥାନୀୟ ବାସିନ୍ଦା ଆହତ ସହ ୨୪ ଘଣ୍ଟା ଧରି ବିଦ୍ୟୁତ ପ୍ରଭାବିତ

Rayagada Media Welfare Committee Formed to Support Journalists

masiha

ଵ୍ଯକ୍ତିଗତ ଜାଗାରେ ଜୋର ଜବରଦସ୍ତ ରାସ୍ତା କାମ, ଵିରୋଧ କଲେ ମିଳୁଛି ଧମକ

Leave a Comment

error: Content is protected !!