ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଷ୍ମ ଋତୁ ରେ ଜନ ସାଧାରଣ ଙ୍କ ତୃଷ୍ଣା ମେଣ୍ଟାଉଛି ଗୁପ୍ତ ଜଳ ସେବା କେନ୍ଦ୍ର

ଗ୍ରୀଷ୍ମ ଋତୁ ରେ ଜନ ସାଧାରଣ ଙ୍କ ତୃଷ୍ଣା ମେଣ୍ଟାଉଛି ଗୁପ୍ତ ଜଳ ସେବା କେନ୍ଦ୍ର

ଆପଣ ମାନେ ବିଭିନ୍ନ ପ୍ରକାରର ଜଳ ସେବା କେନ୍ଦ୍ର ବା ଜଳ ଛତ୍ର ର ନାମ ଶୁଣିଥିବେ କିନ୍ତୁ ଏଥର କେନ୍ଦ୍ରାପଡା ସହର ରେ ନୂତନ ଭାବେ ଆରମ୍ଭ ହୋଇଛି “ଗୁପ୍ତ ଜଳ ସେବା କେନ୍ଦ୍ର”। ଯାହା ସାଧାରଣ ଲୋକଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଖୋଲା ଯାଇଛି। ସାଧାରଣ ଲୋକଙ୍କ ମନ ରେ ପ୍ରଶ୍ନ ଉଠେ ଯେ ଏ ଗୁପ୍ତ ଜଳ ସେବା କେନ୍ଦ୍ର କଣ ହୋଇପାରେ। ଏହି ଜଳ ସେବା କେନ୍ଦ୍ର ଟି କେନ୍ଦ୍ରାପଡା ଜିଲ୍ଲାର ଏକ ନମ୍ବର ବ୍ଲକ୍ ରୋଡ ରେ ଖୋଲା ଯାଇଛି। ଏହା କୁ ଖୋଲିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମ କର୍ତ୍ତା ମାନେ।ଏହି ସ୍ଥାନ ରେ ନା କିଛି ସାଜସଜ୍ଜା ହୋଇଛି ନା ସର୍ବ ସାଧାରଣ ସ୍ଥାନ ରେ ହୋଇଛି କିନ୍ତୁ ହୋଇଛି ରାସ୍ତା କଡ ରେ।ଏହି ଜଳ ସେବା କେନ୍ଦ୍ର ରୁ ପ୍ରାୟ ସବୁ ଦିନ ଶତାଧିକ ଲୋକ ମାନେ ପାଣି ପିଇ ଥାନ୍ତି। ଏଠାରେ ସବୁଦିନ ବିଭିନ୍ନ ପ୍ରକାରର ଜଳ ସେବା ଦିଆଯାଏ। ଯେପରିକି ବେଲପତ୍ର ପାଣି, ଦହି ପାଣି, ପୁଦିନା ପାଣି, ଆମ୍ବ ରସ, ନାଡ୍ଡି ବଗୁଲି ପାଣି, ତରଭୁଜ ପାଣି, ଗୁଲକୋଜ ପାଣି। ସାଧାରଣ ଜନତା ଙ୍କ ନିମନ୍ତେ ଖୋଲା ଯାଇଥିବା ଏହି ଜଳସେବା ଗ୍ରହଣ କରିବାକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ମତ ଦେଇଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଭାଲୁଗୁଡା ପାର୍କ ଭିତରେ ଗଛ ଲଗା କାର୍ଯକ୍ରମ 

masiha

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରାଜୀବ କୁମାର ୟଙ୍ଗକମଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

masiha

ବିଜେପିର ଜନସମ୍ପର୍କ ଅଭିଯାନ ପାଇଁ ସାହାଡ଼ା ମଣ୍ଡଳରେ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!