ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ରେ ଭାଜପାର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

ଡାବୁଗାଁ ରେ ଭାଜପାର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

ଡାବୁଗାଁ, ୨/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଭାଜପା ର ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି | ଏଥିରେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ସମ୍ମିଳନୀରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର କାର୍ଯ୍ୟକର୍ତ୍ତା ମାନଙ୍କୁ ସଂଵୋଧନ କରି ଡାବୁଗାଁ ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ସୋମନାଥ ପୂଜାରୀ ଏବଂ ନବରଙ୍ଗପୁର ସାଂସଦ ପାର୍ଥୀ ବଳଭଦ୍ର ମାଝି ଙ୍କୁ ବିପୁଳ ଭୋଟରେ ବିଜୟୀ ହେବେ ସେ ନେଇ କର୍ମ କର୍ତ୍ତା ମାନଙ୍କୁ କହିଥିଲେ | ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ କୁ ଲକ୍ଷ୍ୟ କରି କାର୍ଯ୍ୟକର୍ତ୍ତା ମାନଙ୍କୁ ଦୃଢ଼ ରହିବା ପାଇଁ ମଞ୍ଚାସିନ ବ୍ୟକ୍ତିମାନେ ଉଦବୋଧନ ଦେଇଥିଲେ | ଏଥିରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ସୋମନାଥ ପୂଜାରୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ଭାଜପା ନେତା ଲିଙ୍ଗରାଜ ଭତରା ଓ ବହୁ ଭାଜପା କର୍ମୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମିଶନଶକ୍ତି ଗୃହ ଉଦ୍ଘାଟନ କୁ ନେଇ ବିଜେଡି ଓ କଂଗ୍ରେସ ମୁହାମୁହିଁ

Sunil Chandra Nayak

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ନେତୃତ୍ୱର ସେଲିବ୍ରେସନ,ଜଳେଶ୍ୱରରେ ଭବ୍ୟ ମହାଯଜ୍ଞ ଓ ସଂକଳ୍ପ ସଭା 

Sunil Chandra Nayak

ରାଇରଙ୍ଗପୁର ରେ କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରଙ୍କ କଳା ଆଇନ ଏମ ଏମ୍ ଡିଆର ସଂଶୋଧିତ ଅଧିନିୟମ- ୨୦୨୬ ବାତିଲ ପାଇଁ ମଶାଲ ଶୋଭାଯାତ୍ରା ସହ ପ୍ରତିବାଦ ସଭା

Sunil Chandra Nayak

Leave a Comment

error: Content is protected !!