ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଯୁଗ୍ମରେ ଦୁଇ ଜଣ ଦ୍ୱିତୀୟ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଯୁଗ୍ମରେ ଦୁଇ ଜଣ ଦ୍ୱିତୀୟ

ବାଲେଶ୍ଵର,୦୪/୫/୨୪- ସାହିତ୍ୟ ସାଧନାର ଯେତିକି ଆନନ୍ଦ ଅଛି ସମାଜ ପରିବର୍ତ୍ତନ ପାଇଁ ସେତିକି ବାର୍ତ୍ତା ମଧ୍ୟ ଭରି ରହିଛି । ଦୁଃଖ ସମୟରେ ଗଦ୍ୟ କିମ୍ବା ପଦ୍ଯଟିଏ ଲେଖିବସିଲେ କିଛି ସମୟ ପାଇଁ ମନର ଦୁଃଖ ଆପେ ଆପେ ଦୂରେଇ ଯାଇଥାଏ । ତେଣୁ ମନ ପରିବର୍ତ୍ତନ କିମ୍ବା ସମାଜ ପରିବର୍ତ୍ତନର ବାର୍ତ୍ତା ନିମନ୍ତେ ସାହିତ୍ୟ ସାଧନା ଜାରି ରଖିବା ଉଚିତ୍ । ସାହିତ୍ୟ ବଞ୍ଚିଲେ ଏ ସମାଜ ବଞ୍ଚିବ । ଏହି ସାହିତ୍ୟ ସାଧନାରୁ ଆମକୁ ଅନେକ କିଛି ଶିଖିବାକୁ ମିଳିଥାଏ । ଏଭଳି ଅନେକ ପ୍ରକାର ଚିନ୍ତାଧାରାକୁ ନେଇ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ୨୦୧୯ ମସିହାରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଗଠିତ ହୋଇଛି । ପ୍ରତ୍ୟେକ ରବିବାର ସାହିତ୍ୟର ଉନ୍ନତି ନିମନ୍ତେ ମୋ ଅନୁଷ୍ଠାନ ସର୍ବଦା ଉଦ୍ୟମ ଜାରି ରଖିଛି ପ୍ରତିଯୋଗିତା ମାଧ୍ୟମରେ । ପ୍ରତ୍ୟେକ ରବିବାର ଗଦ୍ଯ କିମ୍ବା ପଦ୍ଯକୁ ନେଇ ଅନଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ହ୍ଵାଟ୍ସଆପ୍ ଗୃପରେ । ବିଭିନ୍ନ ସ୍ଥାନରୁ ଇଚ୍ଛୁକ ସାହିତ୍ୟ ବନ୍ଧୁମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି । ସେହି ପରିପ୍ରେକ୍ଷୀରେ ଗତ ତା ୨୮/୪/୨୪ ରିଖରେ ଶୀର୍ଷକ ” ପ୍ରେମରେ ଯାଇଛି ହଜି ” କୁ ନେଇ ପ୍ରତିଯୋଗିତା ହୋଇଥିଲା । ଯାହାର ଫଳାଫଳ ପ୍ରକାଶ ପାଇଛି । ଏଥିରେ (୧) ପୂଜାରାଣୀ ପଣ୍ଡିତ, ବାଲେଶ୍ଵର (୨) ସ୍ନେହା ବେହେରା( ଛାତ୍ରୀ), ପାରଳାଖେମୁଣ୍ଡି, ଗଜପତି (୩) ଅରୁଣ କୁମାର ଦାସ, ଧର୍ମଶାଳା, ଯାଜପୁର (୪) ରାମଚନ୍ଦ୍ର ବେହେରା, ତେନ୍ତୁଳିପଦା, ଜଗତସିଂହପୁର (୫) ସୁଜାତା ପଣ୍ଡା, ଆସ୍କା, ଗଞ୍ଜାମ (୬) ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର (୭) ମମତା ଶତପଥୀ, କେନ୍ଦ୍ରାପଡା (୮) ଅଂଶୁମାନ ସ୍ବାଇଁ, କଲ୍ଯାଣୀ ନଗର, ଭଦ୍ରକ (୯) ସୁମିତ୍ରା ସାହୁ, ପାଣିକୋଇଲି, ଯାଜପୁର (୧୦) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୧୧) ଆରତୀ ସାହୁ, ବସନ୍ତ ବିହାର, ନୂଆଦିଲ୍ଲୀ (୧୨) ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ, ଭୁବନେଶ୍ୱର (୧୩) ରଞ୍ଜିତ ନାଏକ, ବୌଦ୍ଧ (୧୪) ଦିଲିପ୍ କୁମାର ନାୟକ, କେନ୍ଦ୍ରାପଡା (୧୫) ସୁନିତା ଦାଶ, ଭୁବନେଶ୍ୱର (୧୬) କାର୍ତ୍ତିକେଶ୍ବର ନାୟକ, ଶ୍ରୀବିହାର, ବୌଦ୍ଧ୧୭) ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା (୧୮) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୧୯) ଗୀତାଞ୍ଜଳି ପାତ୍ର, କେନ୍ଦୁଝର (୨୦) ମଧୁସ୍ମିତା ଶା, କିଟ୍ କଲେଜ, ଭୁବନେଶ୍ୱର (୨୧) ସଂହିତା ଜେନା, ବାସନ୍ଦରା, ଜଗତସିଂହପୁର (୨୨) ଶୁଚିସ୍ମିତା ଶୁଚିସ୍ମିତା କର, ସୋର, ବାଲେଶ୍ଵର (୨୩) ରମେଶ ଚନ୍ଦ୍ର ପ୍ରଧାନୀ, ବଲାଙ୍ଗୀର (୨୪) ପ୍ରଜ୍ଞା ପ୍ରିୟଦର୍ଶିନୀ ଚଣ୍ଡ(୮ମ ଶ୍ରେଣୀ ଛାତ୍ରୀ), ସୁଣ୍ଢିରାଗଣ୍ଡିବେଡ, ଖଇରା, ବାଲେଶ୍ଵର (୨୫) ନବକିଶୋର ଦୀପ, ବୌଦ୍ଧ (୨୬) ମମତା ବେହୁରା, କଟକ (୨୭) ଚପଳାବାଳା ପଣ୍ଡା, ନୂଆ ବଜାର, ବାଲେଶ୍ଵର ପ୍ରମୁଖ ମୋଟ ୨୭ ଜଣ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ ଶିକ୍ଷୟିତ୍ରୀ ଓ ସୁ ସାହିତ୍ୟିକା ଡଃ ତାନଶ୍ରୀ ପାଣିଗ୍ରାହୀ । ତାଙ୍କ ସମୀକ୍ଷାରୁ ଉପେନ୍ଦ୍ର କୁମାର ବସ୍ତିଆ ପ୍ରଥମ, ମମତା ବେହେରା ଓ ସଂହିତା ଜେନା ଦ୍ବିତୀୟ ଏବଂ ରାମଚନ୍ଦ୍ର ବେହେରାଙ୍କୁ ତୃତୀୟ ସ୍ଥାନ ମିଳିଛି । ଅନ୍ୟ ସମସ୍ତେ ଭଲ ଲେଖିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରିଛି ମୋ ଅନୁଷ୍ଠାନ ପରିବାର । ୪ ଜଣଙ୍କୁ ଡିଜିଟାଲ ପ୍ରମାଣ ପତ୍ର ମିଳିବ । ସ୍ଥାନ ମିଳିବା ନ ମିଳିବା ବଡ଼ କଥା ନୁହେଁ ସାହିତ୍ୟର ଉନ୍ନତି ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ନିବେଦନ ଲେଖା ଜାରି ରଖନ୍ତୁ, ନିଶ୍ଚୟ ଦିନେ ନା ଦିନେ ଭଗବାନ ଉପଯୁକ୍ତ ସ୍ଥାନ ଦେବେ ଏଥିରେ କୌଣସି ସନ୍ଦେହ ନାହିଁ । ଯାହା ସମ୍ପାଦକ ସମସ୍ତଙ୍କୁ ଶାନ୍ତ୍ବନା ଦେଇ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗଞ୍ଜାମ ଜିଲ୍ଲା ଠିକାଦାର ସଙ୍ଘର ସାଧାରଣ ଅଧିବେଶନ

Sunil Chandra Nayak

ତାଲୁକ ଆଇନ ସେବା ସମିତିର ପଦକ୍ଷେପ: ନିଶା ଦୁର୍ବ୍ୟବହାର ରୋକିବାକୁ ସଚେତନତା ଅଭିଯାନ

Sunil Chandra Nayak

ରାୟଗଡାରେ ତୃତୀୟ ରାଷ୍ଟ୍ରୀୟ  ଲୋକ ଅଦାଲତ

masiha

Leave a Comment

error: Content is protected !!