ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ମହୁଲି ମଦ ଜବତ, ୨ କୋର୍ଟ ଚାଲାଣ

ଦେଶୀ ମହୁଲି ମଦ ଜବତ, ୨ କୋର୍ଟ ଚାଲାଣ

ଖଇରା,୧୫/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଅଧୀନ ସିମୁଳିଆ ଅଞ୍ଚଳର ଅମର ବାରିକ (୫୧) ଓ କଳାଶୁଣି ଗ୍ରାମର ୫୦ ଲିଟର ଦେଶୀ ମହୁଲି ମଦ ଜବତ କରିଥିବା ବେଳେ ସିମୁଳିଆ ଥାନା ଅଧିନ ଜଳଙ୍ଗଗଣ୍ଡିବେଡ ଗ୍ରାମର ନବୀନ ସିଆଳ (୩୬)ଙ୍କ ଠାରୁ ୪୧ ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି । ପିଆର ନଂ ୩୯/୨୪-୨୫ ଏବଂ ପିଆର ନଂ ୪୦/୨୪-୨୫ କେସ୍ ରୁଜୁ କରାଯାଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଚଢ଼ାଉ କାର୍ଯ୍ୟରେ ଖଇରା ଓଆଇସି ସୁରଜ୍ କୁମାର ଦିଗାଙ୍କୁ ତାଙ୍କ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶ୍ରୀ ଦିଗା ଖଇରା ଅବକାରୀ ଥାନାରେ ଯୋଗଦାନ କରିବା ପରଠାରୁ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମହୁଲି ମଦ ଜବତ କରୁଥିବାରୁ ସାଧାରଣ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ସେପଟେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ କିପରି ଖଇରା, କୁପାରୀ, ଗଣ୍ଡିବେଡ, ତୁଡିଗଡିଆ, ମାଖନପୁର, ସୁଣ୍ଡିରା ଗଣ୍ଡିବେଡ, ପୂର୍ବପଡା, ଡୁଙ୍ଗୁରା, ବର୍ତ୍ତନା ପ୍ରଭୃତି ସ୍ଥାନରେ ଥିବା ପାନ ଦୋକାନ ଓ ହୋଟେଲ ମାନଙ୍କରେ ଦେଶୀ ଓ ବିଦେଶୀ ମଦ ବିକ୍ରି ରୋକା ଯାଇ ପାରିବ ଲୋକମାନେ ଦାବି କରୁଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ: ଏସ୍‌ଡିପିଓ, ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ

Sunil Chandra Nayak

ବାଟାଲିଅନ୍ ହାବିଲଦାରଙ୍କ ଆତ୍ମହତ୍ୟା

କାମାକ୍ଷାନଗର ବାସୀ ହୋଇଯାଏ ସାବଧାନ, ମାତିଛନ୍ତି ବାଇକ୍ ଚୋର 

masiha

Leave a Comment

error: Content is protected !!