ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ମହୁଲି ମଦ ଜବତ, ୨ କୋର୍ଟ ଚାଲାଣ

ଦେଶୀ ମହୁଲି ମଦ ଜବତ, ୨ କୋର୍ଟ ଚାଲାଣ

ଖଇରା,୧୫/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଅଧୀନ ସିମୁଳିଆ ଅଞ୍ଚଳର ଅମର ବାରିକ (୫୧) ଓ କଳାଶୁଣି ଗ୍ରାମର ୫୦ ଲିଟର ଦେଶୀ ମହୁଲି ମଦ ଜବତ କରିଥିବା ବେଳେ ସିମୁଳିଆ ଥାନା ଅଧିନ ଜଳଙ୍ଗଗଣ୍ଡିବେଡ ଗ୍ରାମର ନବୀନ ସିଆଳ (୩୬)ଙ୍କ ଠାରୁ ୪୧ ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି । ପିଆର ନଂ ୩୯/୨୪-୨୫ ଏବଂ ପିଆର ନଂ ୪୦/୨୪-୨୫ କେସ୍ ରୁଜୁ କରାଯାଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଚଢ଼ାଉ କାର୍ଯ୍ୟରେ ଖଇରା ଓଆଇସି ସୁରଜ୍ କୁମାର ଦିଗାଙ୍କୁ ତାଙ୍କ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶ୍ରୀ ଦିଗା ଖଇରା ଅବକାରୀ ଥାନାରେ ଯୋଗଦାନ କରିବା ପରଠାରୁ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମହୁଲି ମଦ ଜବତ କରୁଥିବାରୁ ସାଧାରଣ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ସେପଟେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ କିପରି ଖଇରା, କୁପାରୀ, ଗଣ୍ଡିବେଡ, ତୁଡିଗଡିଆ, ମାଖନପୁର, ସୁଣ୍ଡିରା ଗଣ୍ଡିବେଡ, ପୂର୍ବପଡା, ଡୁଙ୍ଗୁରା, ବର୍ତ୍ତନା ପ୍ରଭୃତି ସ୍ଥାନରେ ଥିବା ପାନ ଦୋକାନ ଓ ହୋଟେଲ ମାନଙ୍କରେ ଦେଶୀ ଓ ବିଦେଶୀ ମଦ ବିକ୍ରି ରୋକା ଯାଇ ପାରିବ ଲୋକମାନେ ଦାବି କରୁଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତିନିଜଣ ଜନ୍ତୁ ଶିକାରୀଙ୍କୁ ଜଙ୍ଗଲ ରୁ ଗିରଫ କଲା ହିନ୍ଦୋଳ ବନ ବିଭାଗ

Sunil Chandra Nayak

ତ୍ରିକୋଣୀୟ ପ୍ରେମରୁ ହତ୍ୟା,ନାବାଳକ ସହ ଚାରି କୋର୍ଟ ଚାଲାଣ

Sunil Chandra Nayak

ଦେଶୀ ମଦ ସହିତ ସ୍କୁଟି ଜବତ, ୦୩ ଗିରଫ 

Sunil Chandra Nayak

Leave a Comment

error: Content is protected !!