ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଡିଆ ଟାଇକୁନ ସ୍ୱର୍ଗତ ରାମୋଜି ରାଓଙ୍କୁ ଭାରତରତ୍ନ ପ୍ରଦାନ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ 

ମିଡିଆ ଟାଇକୁନ ସ୍ୱର୍ଗତ ରାମୋଜି ରାଓଙ୍କୁ ଭାରତରତ୍ନ ପ୍ରଦାନ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ 

ବ୍ରହ୍ମପୁର- ଦେଶର ମିଡିଆ ଟାଇକୁନ ଭାବରେ ସୁପରିଚିତ ପଦ୍ମବିଭୂଷଣ ସ୍ୱର୍ଗତ ରାମୋଜୀ ରାଓ ଙ୍କୁ ଦେଶର ଭାରତରତ୍ନ ପ୍ରଦାନ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ । ସିନେମା ଠାରୁ ଆରମ୍ଭ କରି ପର୍ଯ୍ୟଟନ ଏବଂ ଛାପା ଗଣମାଧ୍ୟମ ଠାରୁ ଓ ଡିଜିଟାଲ ଭଳି ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା କରି ସାରା ଦେଶରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ରାମୋଜୀ ରାଓଙ୍କ ଇତିମଧ୍ୟରେ ହୋଇଥିବା ବିୟୋଗ ସାରା ଦେଶର ବିଭିନ୍ନ କ୍ଷେତ୍ରରେ ଛୋକର ଛାୟା ଖେଳିଯାଇଥିବା ବେଳେ ଏହି ଅବସରରେ ବ୍ରହ୍ମପୁର ସହରରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଏହି ଦାବୀକୁ ଲିଖିତ ଭାବରେ ଦେଶର ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଙ୍କ ସମେତ ଆନ୍ଦ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଥିବା ବିଷୟକୁ ଆନ୍ଦ୍ରା ଭାଷାଭିବର୍ଦ୍ଧନୀ ସମାଜମ୍ ପକ୍ଷରୁ ଏହାର ସଭାପତି ପି.ସତ୍ୟ ନାରାୟଣ ଙ୍କ ପକ୍ଷରୁ କୁହାଯାଇଛି । ସଭାପତି ପି.ସତ୍ୟ ନାରାୟଣ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତିଚାରଣ ସଭାରେ ବ୍ରହ୍ମପୁରର ବିଧାୟକ କେ. ଅନିଲ କୁମାର ଯୋଗ ଦେଇ ନିଜର ବକ୍ତବ୍ୟରେ ବ୍ୟକ୍ତିଗତ ଭାବରେ ସେ ପାଠ ପଢିବା ସମୟରୁ ହିଁ ସ୍ୱର୍ଗତ ରାମୋଜୀ ରାଓଙ୍କୁ ଜାଣିଥିବା ବେଳେ ସେ ସାଧାରଣ ଜନତାଙ୍କୁ କିଭଳି ସେବା ଯୋଗାଇବେ ତାହା ହିଁ ସେ ଜୀବନ ବ୍ରତ ଭାବରେ ଧରି ନେଇଥିଲେ ବୋଲି କହିବା ସହିତ ଏଭଳି ବ୍ଯକ୍ତିତ୍ୱଙ୍କର ବିୟୋଗ କେବଳ ଆନ୍ଦ୍ର କାହିଁକି ସାରା ଦେଶ ପାଇଁ ଏକ ବିରାଟ କ୍ଷତି ବୋଲି କହିବା ସହିତ ଏକଦା ଦେଶରେ ଯୁବ ପ୍ରତିଭା ସୃଷ୍ଟି କରିବା କ୍ଷେତ୍ରରେ ଇଟିଭି ପ୍ଲାଟଫର୍ମ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ବୋଲି କହିଛନ୍ତି ।  

ଦେଶରେ ସର୍ବବୃହତ୍ତ ରାମାଜି ଫିଲ୍ମ ସିଟି ଠାରୁ ଆରମ୍ଭ କରି ସିନେମା ,ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ , ହୋଟେଲ ଭଳି ଅନେକ କ୍ଷେତ୍ରରେ ଜଣେ ସଫଳ ଉଦ୍ୟୋଗ ପ୍ରତିଷ୍ଠା କରି ଠିଆ କରାଇ ଏକ ବିଶାଳ ଅନୁଷ୍ଠାନ ଅନୁଷ୍ଠାନ ଗଢିବାର ସଫଳ ହୋଇଥିବା ରାମୋଜି ରାଓ ପୃଥିବୀରେ ତେଲୁଗୁ ଭାଷାଭାଷିଙ୍କ ପାଇଁ କାର୍ଯ୍ୟ କରିବା କ୍ଷେତ୍ରରେ ଅନ୍ୟତମ ବୋଲି କହିଥିଲେ ବ୍ରହ୍ମପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ । ଏପରିକି ରାମୋଜି ରାଓଙ୍କ ସହିତ ଦେଶର କୋଣ ଅନୁକୋଣରେ ଅନେକ ବ୍ୟକ୍ତିବିଶେଷଙ୍କ ସହିତ ବ୍ୟକ୍ତିଗତ ଭାବରେ ସଂପର୍କ ରହିଥିବା ବେଳେ ତାଙ୍କ କାର୍ଯ୍ୟକୁ ନେଇ ସମସ୍ତେ ରୁଣି ବୋଲି କୁହାଯାଇଛି । ଏପରିକି ଇଟିଭି ଏବଂ ଇନାଡୁ ଭଳି ଅନୁଷ୍ଠାନ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ବେଳେ ତାଙ୍କର ଅବର୍ତ୍ତମାନରେ ଆଜି ଝୁରିଛନ୍ତି ଦେଶ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ନେତୃବୃନ୍ଦ । ସେହିପରି ଦକ୍ଷିଣ ଓଡିଶା ସମେତ ବ୍ରହ୍ମପୁର ସହରରେ ରହୁଥିବା ତେଲୁଗୁ ଭାଷାଭାଷି ଜନସଧାରଣଙ୍କ ପାଇଁ କିଭଳି ଇନାଡୁ ଖବର କାଗଜ ସକାଳ ସମୟରେ ପହଞ୍ଚିବ ତାହାକୁ ନେଇ ରାମୋଜୀ ରାଓଙ୍କ ବଳିଷ୍ଠ ଉଦ୍ୟମକୁ କେବେ ଭୁଲି ହେବ ନାହିଁ କହିବା ସହିତ ଆନ୍ଦ୍ରପ୍ରଦେଶରେ ଜନ୍ମଗ୍ରହଣ କରି ସାରା ଦେଶରେ ଅନେକ ପରିବର୍ତ୍ତନ ଆଣିଥିବା ସ୍ୱର୍ଗତ ରାମୋଜି ରାଓ କାର୍ଯ୍ୟ ସଦାସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି ସ୍ମୃତିଚାରଣ ସଭାରେ କହିଥିଲେ ବ୍ରହ୍ମପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆନ୍ଦ୍ରା ଭାଷାଭିବର୍ଦ୍ଧନୀ ସମାଜମ୍ ର ସଂପାଦକ ଭି.ରବି କୁମାର ଗୁପ୍ତା, ବରିଷ୍ଠ ସାମ୍ୱାଦିକ ରବି ରଥ , ଶକ୍ତିଧର ରାଜଗୁରୁ , ଇଟିଭି ଭାରତର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ , ଜାମୁଲା.ସୁରେଶ, ବିଜେପି ନେତା ଟି.ଗୋପି , ବ୍ରହ୍ମପୁରର ଆନ୍ଦ୍ର ମହିଳା ସମାଜମ୍ ସଭାନେତ୍ରୀ ମଣିଙ୍ଗି.କାମେଶ୍ୱରୀ, ପି.ଧର୍ମା ରାଓ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସ୍ୱର୍ଗତ ରାମୋଜି ରାଓଙ୍କ କାର୍ଯ୍ୟକୁ ନେଇ ସ୍ମୃତିଚାରଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ଯରେ ଡା ଇ.ଜୟନ୍ତି ରାଓ , ଏମ୍.ଭେଙ୍କେଟ ରମାଣା , ଟି.ୱାସୁଦେବ ରାଓ , , ଏସ୍.ଶ୍ରୀନିବାସ ରଓ . ଡା. ଜମୁଲା ନାରାୟଣ ରାଓ , ଜମୁଲା ଶୈଳଜା , ସି.ଏଚ୍.ଚକ୍ରଧର , ଏ .ଳକ୍ଷ୍ଣୀ ନାରାୟଣ , ଭି. ଏସ୍. ଜାନକୀ , ଭି.ଭଙ୍କେଟ ରାଓ , କେ.ସୁରେଶ କୁମାର , ବି.ବୀରବ୍ରହ୍ମ ଆଚାରୀ , ଆର୍.ଶଙ୍କର ରାଓ ଆଚାରୀ , ବି.ଏଚ୍. ବାଲକ୍ରିଷ୍ଣା ଶର୍ମା , କେ. କେଦାରନାଥ , ଏ . ଶିବପ୍ରସାଦ ରାଓ , ପୂର୍ବତନ କର୍ପୋରେଟର ବଦ୍ରି ନାରାୟଣ ନାୟକ , ଟି.ବାସୁଦେବ ରାଓ ,ଗଣମାଧ୍ୟମ ବ୍ୟକ୍ତିବିଶେଷ ପ୍ରଦୀପ୍ତ ପରିଚ୍ଛା , ଆର୍ଶୀବାଦ ରାଉତ , ସ୍ୱାଧିନ କୁମାର ସାହୁ ,ଏ.ନାଗରାଜୁ , ଶ୍ରୀନିବାସ ରାଜାନା ,ରମେଶ ରାଜାନା , ଗୌରୀ ଶଙ୍କର ମିଶ୍ର , ଗୋପାଳ ରେଡି , ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ମସିହା ନୀୟୂଜ୍ ସର୍ଭିସ୍ 

Related posts

ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ରେ ସମସ୍ଯା ଜଣାଉଛନ୍ତି ମା ମାଉସୀ

ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ, ବଡ଼ବସୁଲ ପଞ୍ଚାୟତ ରେ ସ୍ୱାଗତ ସମ୍ବର୍ଦ୍ଧନା

masiha

*Rayagada Launches Awareness Campaign on Lightning and Thunderstorm Safety*

masiha

Leave a Comment

error: Content is protected !!